Hindi News >>Home >>Odisha Sports

Yashasvi Jaiswal: ମୁମ୍ବାଇ ଟେଷ୍ଟ ହାରିବା ପରେ ପ୍ରଶଂସକଙ୍କୁ ଏକ ବଡ ପ୍ରତିଶୃତି ଦେଲେ ଜୟସ୍ୱାଲ, ସେୟାର କଲେ ଏହି INSTA ପୋଷ୍ଟ

Yashasvi Jaiswal: ମୁମ୍ବାଇ ଟେଷ୍ଟ ମ୍ୟାଚ୍ ହାରିଯିବା ପରେ ଯଶସ୍ୱୀ ଜୟସୱାଲ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଏକ ପୋଷ୍ଟ ସେୟାର କରିଛନ୍ତି। ତାଙ୍କର ଏହି ପୋଷ୍ଟ ପ୍ରଶଂସକଙ୍କ ହୃଦୟ ଜିତୁଛି।  

Advertisement
Yashasvi Jaiswal Insta Post
Yashasvi Jaiswal Insta Post
Jagdish Barik|Updated: Nov 03, 2024, 10:35 PM IST
Share

Yashasvi Jaiswal: ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ୩ ମ୍ୟାଚ୍ ଟେଷ୍ଟ ସିରିଜରେ ଭାରତକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଭାରତକୁ ୧୨ ବର୍ଷ ପରେ ଏହାର ଘରୋଇ ମାଟିରେ ଏକ ଟେଷ୍ଟ ସିରିଜରେ ନ୍ୟୁଜିଲ୍ୟାଣ୍ଡ ପରାସ୍ତ କରିବାରେ ସଫଳ ହୋଇଛି। ନ୍ୟୁଜିଲ୍ୟାଣ୍ଡ ପୂର୍ବରୁ ଇଂଲଣ୍ଡ ୨୦୧୨ ରେ ଏହି ସଫଳତା ହାସଲ କରିଥିଲା। ଏହି ସିରିଜ୍ ଭାରତୀୟ ଦଳ ପାଇଁ ଏକ ଦୁଃ ସ୍ୱପ୍ନଠାରୁ କମ୍ ନୁହେଁ। ମୁମ୍ବାଇରେ ଖେଳାଯାଇଥିବା ଶେଷ ମ୍ୟାଚରେ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡକୁ ୨୫ ରନରେ ପରାସ୍ତ କରିଛି। ମ୍ୟାଚ୍ ପରେ ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ୱାଲ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଏକ ପୋଷ୍ଟ ସେୟାର କରିଛନ୍ତି, ଯାହା ପ୍ରଶଂସକଙ୍କ ହୃଦୟ ଜିତୁଛି।

ମୁମ୍ବାଇ ଟେଷ୍ଟ ମ୍ୟାଚରେ ପରାଜୟ ପରେ ଯଶସ୍ୱୀ ଜୟସ୍ୱାଲ ତାଙ୍କ ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି ଯେ ଆଜି ଦୁଃଖୀତ। କିନ୍ତୁ ଆମେ ଫେରିବୁ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହୋଇ। ଆମ ସହିତ ଯୋଡି ରୁହନ୍ତୁ।

ଆଜ୍ଞା ହଁ, ଜୟସୱାଲ ତାଙ୍କ ପୋଷ୍ଟ ମାଧ୍ୟମରେ ଭାରତୀୟ ପ୍ରଶଂସକଙ୍କୁ ଆଗାମୀ ସିରିଜରେ ଭଲ ପ୍ରଦର୍ଶନ କରିବାକୁ ପ୍ରତିଶୃତି ଦେଇଛନ୍ତି। ବର୍ତ୍ତମାନ ଜୟସୱାଲଙ୍କ ପୋଷ୍ଟ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଭାରତୀୟ ଦଳ ବ୍ୟତୀତ ପ୍ରଶଂସକମାନେ ମଧ୍ୟ ବୋର୍ଡର ଗାଭାସ୍କର ଟ୍ରଫିରେ ଜୟସ୍ୱାଲଙ୍କ ଠାରୁ ବହୁତ ଆଶା ରଖିଛନ୍ତି।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଜୟସ୍ୱାଲଙ୍କ ପ୍ରଦର୍ଶନ ହାରାହାରି ଥିଲା। ଏହି ସିରିଜରେ ସେ ଗୋଟିଏ ବି ଶତକ ମାରିପାରି ନଥିଲେ। ପ୍ରଥମ ମ୍ୟାଚ୍‌ରେ ସେ ୧୩ ଓ ୩୫ ରନ୍‌ର ଇନିଂସ ଖେଳିଥିଲେ। ଏହା ବ୍ୟତୀତ ସେ ଦ୍ୱିତୀୟ ମ୍ୟାଚ୍‌ରେ ୩୦ ଏବଂ ୭୭ ରନ୍ ର ଇନିଂସ ଖେଳିଥିଲେ। ଶେଷ ମ୍ୟାଚରେ ଜୟସ୍ୱାଲଙ୍କ ବ୍ୟାଟରୁ ୩୦ ଓ ୫ ରନ ଆସିଥିଲା। ତେବେ ଜୟସ୍ୱାଲ ମଧ୍ୟ ଏହି କ୍ରମରେ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ମଧ୍ୟ ୨୦୨୪ ରେ ଟେଷ୍ଟରେ ଭାରତ ପାଇଁ ସର୍ବାଧିକ ରନ୍ ସ୍କୋରର ହୋଇଥିଲେ।

Also Read: Gautam Gambhir: କୋଚ୍ ଭାବରେ ମାତ୍ର ପାଞ୍ଚ ମାସରେ ଟଳମଳ ଗମ୍ଭୀରଙ୍କ ଗାଦି, କରିସାରିଲେଣି ତିନୋଟି ଲଜ୍ଜାଜନକ ରେକର୍ଡ 

Also Readମୁଁହ ଦେଖାଇବା ଯୋଗ୍ୟ ନାହିଁ ରୋହିତ ଟିମ୍, ଲଜ୍ଜାଜନକ ପରାଜୟ ପାଇଁ ଦାୟୀ ଏହି ପାଞ୍ଚ ଖେଳାଳି!

Read More
{}{}