Home >>Zee Odisha

Srilanka news:ଶ୍ରୀଲଙ୍କାରେ ୫୦ ଦିନରେ ୫୦ ହଜାର ଗିରଫଦାରୀ କାହିଁକି ?

ବର୍ଷ ବର୍ଷ ଧରି ଶ୍ରୀଲଙ୍କା ଡ୍ରଗ୍ କାରବାରର ଶିକାର ହୋଇ ଆସୁଛି ।  କିନ୍ତୁ ଲାଗୁଛି ଯେ ବର୍ତ୍ତମାନ ସେଠାକାର ସରକାର ଏହାର ମୁକାବିଲା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯେଉଁଥିପାଇଁ ଶ୍ରୀଲଙ୍କା ସରକାର ଗତ 50 ଦିନ ଧରି ଏକ ଅଭିଯାନ ଚଳାଇଛନ୍ତି। ଯେଉଁ ଅଭିଯାନର ନାମ ହେଉଛି ‘ୟୁକଥିଆ’ । ସିଂହଳି ଭାଷାରେ ଯାହାର ଅର୍ଥ ହେଉଛି  ‘ନ୍ୟ

Advertisement
SOCIAL MEDIA
SOCIAL MEDIA
Zee Odisha Desk|Updated: Feb 07, 2024, 09:58 PM IST
Share

Srilanka news:

ବର୍ଷ ବର୍ଷ ଧରି ଶ୍ରୀଲଙ୍କା ଡ୍ରଗ୍ କାରବାରର ଶିକାର ହୋଇ ଆସୁଛି ।  କିନ୍ତୁ ଲାଗୁଛି ଯେ ବର୍ତ୍ତମାନ ସେଠାକାର ସରକାର ଏହାର ମୁକାବିଲା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯେଉଁଥିପାଇଁ ଶ୍ରୀଲଙ୍କା ସରକାର ଗତ 50 ଦିନ ଧରି ଏକ ଅଭିଯାନ ଚଳାଇଛନ୍ତି। ଯେଉଁ ଅଭିଯାନର ନାମ ହେଉଛି ‘ୟୁକଥିଆ’ । ସିଂହଳି ଭାଷାରେ ଯାହାର ଅର୍ଥ ହେଉଛି  ‘ନ୍ୟାୟ’ ।

ୟୁକଥିଆ ଅଭିଯାନ ଅଧୀନରେ 50,000 ରୁ ଅଧିକ ଡ୍ରଗ୍ସ ଡିଲର ଏବଂ ଅପରାଧୀଙ୍କୁ ଗିରଫ କରାଯାଇଛି। ଏହା ବ୍ୟତୀତ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ନିଶା ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ପ୍ରାୟ ୪୯ ହଜାର ଜଣଙ୍କୁ ଡ୍ରଗ୍ସ ଅପବ୍ୟବହାର ପାଇଁ ଗିରଫ କରାଯାଇଥିବା ବେଳେ  ୬ ହଜାରରୁ ଅଧିକ ଲୋକ ଅପରାଧୀ ତାଲିକାରେ ଥିଲେ। ସେମାନେ ଡ୍ରଗ୍ସ ସିଣ୍ଡିକେଟର ସଦସ୍ୟ ବୋଲି ସନ୍ଦେହ କରାଯାଉଛି ।

ଅପରେସନକୁ କରାଯାଉଛି ସମାଲୋଚନା

17 ଡିସେମ୍ବରରେ ୟୁକାଥିଆ ଅଭିଯାନ ଆରମ୍ଭ କରାଯାଇଥିଲା । ଏହାକୁ ଶେଷ କରିବାର ଶେଷ ତାରିଖ ଜୁନ୍ 30 ଭାବରେ ସ୍ଥିର କରାଯାଇଛି । ଏହି ଅପରେସନ ସମ୍ପର୍କରେ ଶ୍ରୀଲଙ୍କା ପୋଲିସ ପ୍ରତିଦିନ ବିସ୍ତୃତ ବିବରଣୀ ଜାରି କରୁଛି। ଜନସାଧାରଣଙ୍କୁ ଅପରେସନ ବିଷୟରେ ସୂଚନା ଦେବା ପାଇଁ ପୋଲିସ ଏକ ହଟଲାଇନ ମଧ୍ୟ ପ୍ରସ୍ତୁତ କରିଛି।

ବର୍ତ୍ତମାନ, ଯଦିଓ ଏହି ଅଭିଯାନ ମାଧ୍ୟମରେ ଦେଶରୁ ଡ୍ରଗ୍ କାରବାରକୁ ହଟାଇବା କଥା ସରକାର କହୁଛନ୍ତି, ତଥାପି ଏହାକୁ ବିଶ୍ୱର ବିଭିନ୍ନ ମହଲରୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ସମାଲୋଚକମାନେ ମାନବିକ ଅଧିକାରର ଉଲ୍ଲଂଘନ ନେଇ ପ୍ରଶ୍ନ ଉଠାଇଛନ୍ତି।

ନିନ୍ଦା ସତ୍ୱେ ଅପରେସନ୍ ଜାରି

ମିଳିତ ଜାତିସଂଘ ମାନବ ଅଧିକାର, ସ୍ଥାନୀୟ ମାନବ ଅଧିକାର ଆୟୋଗ, ଆଇନଜୀବୀ ସଂଗଠନ ଇତ୍ୟାଦି ଅନ୍ୟାନ୍ୟ ଅଧିକାର ଗୋଷ୍ଠୀର ନିନ୍ଦା ସତ୍ୱେ ଏହି ଅପରେସନ୍ ଜାରି ରହିଛି।ମାନବାଧିକାର ଗୋଷ୍ଠୀଙ୍କ ଅଭିଯୋଗ ଯେ, ଡ୍ରଗ୍ ବିପଦକୁ ମୁକାବିଲା କରିବା ପାଇଁ ଶ୍ରୀଲଙ୍କା ସରକାର ଜନସ୍ୱାସ୍ଥ୍ୟ ନୀତି ବ୍ୟବହାର କରି ପାରିଥାନ୍ତେ କିନ୍ତୁ ଏହା ବଦଳରେ ସରକାର  ଅମାନବୀୟ କାର୍ଯ୍ୟ କରୁଛନ୍ତି। ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ଡିସେମ୍ବର 17 ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଗିରଫ ହୋଇଥିବା ଲୋକଙ୍କ ମଧ୍ୟରେ କେତେକ ଅସୁସ୍ଥ ଅଛନ୍ତି। ସେମାନଙ୍କୁ ହାଜତରେ  ନିର୍ଯାତନା ଦିଆଯାଉଥିବା ମାନବାଧିକାର ସଂଗଠନ ଅଭିଯୋଗ କରିଛନ୍ତି ।

Read More
{}{}