Home >>Odisha State

ଅଗ୍ନିବୀରଙ୍କ ପାଇଁ ଓଡ଼ିଶା ପୁଲିସରେ ୧୦ ପ୍ରତିଶତ ଆରକ୍ଷଣ, ୫ ବର୍ଷ ବୟସସୀମା କୋହଳ

ସାମ୍ବାଦିକଙ୍କୁ ସୂଚନା ଦେଇ ଶ୍ରୀ ମାଝି କହିଛନ୍ତି, ‘ଭାରତୀୟ ସେନାରେ ଥିବା ଅଗ୍ନିବୀର ମାନେ ଯଥେଷ୍ଟ ଦକ୍ଷତା ହାସଲ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ଯୋଜନା ଏକ ଯୁଗାନ୍ତକାରୀ ଯୋଜନା।

Advertisement
ଅଗ୍ନିବୀରଙ୍କ ପାଇଁ ଓଡ଼ିଶା ପୁଲିସରେ ୧୦ ପ୍ରତିଶତ ଆରକ୍ଷଣ, ୫ ବର୍ଷ ବୟସସୀମା କୋହଳ
Soubhagya Ranjan Mishra|Updated: Jul 26, 2024, 08:32 PM IST
Share

ଭୁବନେଶ୍ୱର: ଓଡ଼ିଶାର ଯୁବକଙ୍କ ପାଇଁ ଏକ ନୂଆ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି।  ଯେଉଁ ଯୁବକମାନେ ଅଗ୍ନିବୀର ଭାବେ ଦେଶର ସେବା କରି ଫେରୁଛନ୍ତି ସେମାନଙ୍କ ପାଇଁ ରାଜ୍ୟର ୟୁନିଫର୍ମ ସେବା କ୍ଷେତ୍ରରେ ୧୦ ପ୍ରତିଶତ ଆରକ୍ଷଣ ମିଳିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। 

ଚାରିଦିନିଆ ଦିଲ୍ଲୀ ଗସ୍ତରେ ଯାଉଥିବା ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଛାଡ଼ିବା ପୂର୍ବରୁ ଏହା ଘୋଷଣା କରିଛନ୍ତି। ସାମ୍ବାଦିକଙ୍କୁ ସୂଚନା ଦେଇ ଶ୍ରୀ ମାଝି କହିଛନ୍ତି, ‘ଭାରତୀୟ ସେନାରେ ଥିବା ଅଗ୍ନିବୀର ମାନେ ଯଥେଷ୍ଟ ଦକ୍ଷତା ହାସଲ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ଯୋଜନା ଏକ ଯୁଗାନ୍ତକାରୀ ଯୋଜନା। ଦେଶର ଯୁବ ସମାଜକୁ ଦକ୍ଷ, ସାହସୀ ଓ ଯୋଗ୍ୟ କରିବାରେ ଏହା ସହାୟକ ହୋଇଛି। ଜୀବନର ସବୁ ସମୟରେ ଆହ୍ୱାନକୁ ଗ୍ରହଣ କରିଥିବା ଏହି ଯୋଜନାର ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗ ରହିଛି। ଏଣୁ  ରାଜ୍ୟର ୟୁନିଫର୍ମ ସେବାରେ ଗ୍ରହଣ କରାଯିବ। ସେବା ନିବୃତ୍ତ ଅଗ୍ନିବୀର ଯେଉଁମାନେ ସେନା ବାହିନୀରେ ଯୋଗ ଦେଉ ନାହାନ୍ତି ସେମାନଙ୍କୁ ରାଜ୍ୟ ସରକାର ବିଭିନ୍ନ ୟୁନିଫର୍ମ ସେବାରେ  ସୁଯୋଗ ମିଳିବ।

ସେ କହିଛନ୍ତି ‘ମୁଁ  ଏଠାରେ ଘୋଷଣା କରୁଛି ଯେ ଓଡିଶାର ଯେଉଁ ଅଗ୍ନିବୀର୍‌ ମାନେ ସେନାବାହିନୀରେ ଭର୍ତ୍ତି ହୋଇ ନଥିବେ, ସେମାନଙ୍କ ପାଇଁ ରାଜ୍ୟର ସବୁ ୟୁନିଫର୍ମ ସେବାରେ ନିଯୁକ୍ତି ପାଇଁ ୧୦ ପ୍ରତିଶତ ପର୍ଯ୍ୟନ୍ତ ସଂରକ୍ଷଣ ଦିଆଯିବ। ସେମାନଙ୍କ ପାଇଁ ବୟସ ସୀମା ମଧ୍ୟ ୫ ବର୍ଷ କୋହଳ କରାଯିବ ।

Also Read- ଜୁଲାଇ ୨୯ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ

Also Read- ଆଳୁ ପାଇଁ ମମତାଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଚିଠି

Read More
{}{}