Hindi News >>Home >>Odisha State

Ambulance Employee Protest: ୩୦ରୁ ୧୦୮ ଆମ୍ବୁଲାନ୍ସ ଆନ୍ଦୋଳନ

ଭୁବନେଶ୍ୱର: ରାଜ୍ୟରେ ସରକାରୀ ଆମ୍ବୁଲାନ୍ସ ସେବା ଯୋଗାଉଥିବା କର୍ମଚାରୀ ଆନ୍ଦୋଳନର ଧମକ ଦେଇଛନ୍ତି। ୨୦୦ କର୍ମଚାରୀଙ୍କ ଠିକା ପୁନଃସ୍ଥାପିତ ନହେବାରୁ କର୍ମଚାରୀ ସଂଘ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହିକ୍ରମରେ ଯଦି ନୂଆକରି ଠିକା ନେଇଥିବା ସଂସ୍ଥା ସମ୍ପୃକ୍ତ କର୍ମଚାରୀଙ୍କୁ ପୁନଃସ୍ଥାପିତ ନକରେ ତେବେ ୩୦ ତାରିଖରୁ ପ୍ରତୀକ

Advertisement
Ambulance Employee Protest: ୩୦ରୁ ୧୦୮ ଆମ୍ବୁଲାନ୍ସ  ଆନ୍ଦୋଳନ
Prabhudatta Moharana|Updated: Oct 28, 2024, 11:30 AM IST
Share

Ambulance Employee Protest: ଭୁବନେଶ୍ୱର: ରାଜ୍ୟରେ ସରକାରୀ ଆମ୍ବୁଲାନ୍ସ ସେବା ଯୋଗାଉଥିବା କର୍ମଚାରୀ ଆନ୍ଦୋଳନର ଧମକ ଦେଇଛନ୍ତି। ୨୦୦ କର୍ମଚାରୀଙ୍କ ଠିକା ପୁନଃସ୍ଥାପିତ ନହେବାରୁ କର୍ମଚାରୀ ସଂଘ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହିକ୍ରମରେ ଯଦି ନୂଆକରି ଠିକା ନେଇଥିବା ସଂସ୍ଥା ସମ୍ପୃକ୍ତ କର୍ମଚାରୀଙ୍କୁ ପୁନଃସ୍ଥାପିତ ନକରେ ତେବେ ୩୦ ତାରିଖରୁ ପ୍ରତୀକ ଆନ୍ଦୋଳନ ଏବଂ ୧ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି  ରାଜ୍ୟର ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସଂଘ। 

 ମିଳିଥିବା ସୂଚନା ଅନୁସାରେ ୩୦ଟିଯାକର ଜିଲ୍ଲାପାଳଙ୍କୁ ଏହି କର୍ମଚାରୀଙ୍କ ପ୍ରତିନିଧିମାନେ ଭେଟି ନିଜର ଦାବି ରଖିଛନ୍ତି। ଆମ୍ବୁଲାନ୍ସ କର୍ମଚାରୀ ସଂଘର ରାଜ୍ୟ ସମ୍ପାଦକ  ରାମଚନ୍ଦ୍ର ଆଚାର୍ଯ୍ୟ କହିଛନ୍ତି,  ରାଜ୍ୟରେ ଆମ୍ବୁଲାନ୍ସ ସେବା ଯୋଗାଇବା ଲାଗି  ପ୍ରାୟ ୬ ହଜାର କର୍ମଚାରୀଙ୍କୁ ଠିକାରେ ନିଯୁକ୍ତ କରାଯାଇଛି। ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ଏହି ସେବା ଯୋଗାଇବାକୁ ସଂସ୍ଥା ନିୟୋଜନ ଲାଗି ଟେଣ୍ଡର କରାଯାଇଥାଏ। ଏହି ଟେଣ୍ଡରରେ ଯିଏ ଉତ୍ତୀର୍ଣ୍ଣ ହୁଅନ୍ତି ତାଙ୍କୁ ଠିକା ପ୍ରଦାନ କରାଯାଇଥାଏ। କିନ୍ତୁ ଯେଉଁ କର୍ମଚାରୀ ମାନେ କାର୍ଯ୍ୟ କରୁଥାଆନ୍ତି ସେମାନଙ୍କୁ ହିଁ ସମ୍ପୃକ୍ତ ନୂତନ ଠିକା ସଂସ୍ଥା କର୍ମଚାରୀ ବିବେଚନା କରିବାର ପ୍ରଥା ରହି ଆସିଛି। ଆଉଟସୋର୍ସିଂ ଏଜେନ୍ସୀ ହୋଇଥିବାରୁ ଏହି ପ୍ରଥା ଚାଲିଥାଏ। ଏବେ ଗ୍ରୀନ୍‌ ହେଲଥ୍‌ ସର୍ଭିସ ନାମକ ଏକ କମ୍ପାନୀ ଓଡ଼ିଶାରେ ୧୦୮ ଆମ୍ବୁଲାନ୍ସ ସେବା ପରିଚାଳନା ପାଇଁ ଠିକା ନେଇଛି। ସମୁଦାୟ ୬ ହଜାର କର୍ମଚାରୀଙ୍କ ମଧ୍ୟରୁ ନୂତନ ଠିକା ସଂସ୍ଥା ଉଦ୍ଦେଶ୍ୟମୂଳକ ଭାବେ ୨ଶହ କର୍ମଚାରୀଙ୍କୁ କାର୍ଯ୍ୟରେ ନିୟୋଜିତ କରି ନାହିଁ। ଏହାକୁ କେନ୍ଦ୍ର କରି ସମ୍ପୂର୍ଣ୍ଣ କର୍ମଚାରୀ ସଂଘ ଜିଲ୍ଲାପାଳମାନଙ୍କୁ ଭେଟିଛି। 

 ଯଦି ଜିଲ୍ଲାସ୍ତରରେ ସମସ୍ୟାର ସମାଧାନ ହୁଏ ତେବେ କର୍ମଚାରୀମାନେ ସ୍ୱଭାବିକ ନିଜର କାର୍ଯ୍ୟ ଜାରି ରଖିବେ ନହେଲେ ବାଧ୍ୟ ହୋଇ କାର୍ଯ୍ୟବନ୍ଦ ରାସ୍ତାକୁ ଗ୍ରହଣ କରିବେ ବୋଲି କହିଛନ୍ତି।

Read More
{}{}