Hindi News >>Home >>Odisha State

Odisha News: ହଷ୍ଟେଲରେ ଜୀବନ ହାରିଲେ ଦଶମ ଶ୍ରେଣୀ ଛାତ୍ର

Odisha News: ହଷ୍ଟେଲରେ ଦଶମ ଶ୍ରେଣୀ ଛାତ୍ରର ଆତ୍ମହତ୍ୟା। ଜଗତସିଂହପୁର ପୌରାଞ୍ଚଳ ଅନ୍ତର୍ଗତ ଲାଲାସାହିସ୍ଥିତ ସାଇ ଆବାକସ ଏକାଡେମୀ ନାମକ କୋଚିଂ ସେଣ୍ଟରର ହଷ୍ଟେଲରେ ଏଭଳି ଘଟଣା ଘଟିଛି । ବିରିଡି ବ୍ଲକ ଗୋପୀନାଥପୁର ଗ୍ରାମର ବିଭୁତି ଭୂଷଣ ସ୍ବାଇଁଙ୍କ ବଡ଼ପୁଅ ବିଶ୍ୱରଞ୍ଜନ ସ୍ବାଇଁ ଗତରାତିରେ ହଷ୍ଟେଲର ନିଜ ରୁମରେ ବେକରେ ବେଡ଼ସିଟ ଲଗାଇ ସିଲିଂ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି। 

Advertisement
Odisha News: ହଷ୍ଟେଲରେ ଜୀବନ ହାରିଲେ ଦଶମ ଶ୍ରେଣୀ ଛାତ୍ର
Narayan Behera|Updated: May 06, 2024, 06:55 PM IST
Share

Odisha News: ହଷ୍ଟେଲରେ ଦଶମ ଶ୍ରେଣୀ ଛାତ୍ରର ଆତ୍ମହତ୍ୟା। ଜଗତସିଂହପୁର ପୌରାଞ୍ଚଳ ଅନ୍ତର୍ଗତ ଲାଲାସାହିସ୍ଥିତ ସାଇ ଆବାକସ ଏକାଡେମୀ ନାମକ କୋଚିଂ ସେଣ୍ଟରର ହଷ୍ଟେଲରେ ଏଭଳି ଘଟଣା ଘଟିଛି । ବିରିଡି ବ୍ଲକ ଗୋପୀନାଥପୁର ଗ୍ରାମର ବିଭୁତି ଭୂଷଣ ସ୍ବାଇଁଙ୍କ ବଡ଼ପୁଅ ବିଶ୍ୱରଞ୍ଜନ ସ୍ବାଇଁ ଗତରାତିରେ ହଷ୍ଟେଲର ନିଜ ରୁମରେ ବେକରେ ବେଡ଼ସିଟ ଲଗାଇ ସିଲିଂ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି। ସେ ସ୍ଥାନୀୟ ସୁଧାନନ୍ଦ ବିଦ୍ୟାଳୟରେ ୧୦ମ ଶ୍ରେଣୀରେ ପାଠ ପଡୁଥିଲେ।

 ସୂଚନା ଅନୁଯାୟୀ ବିଶ୍ୱରଂଜନଙ୍କ ବାପା ଗତକାଲି ରାତି ୯ଟା ସମୟରେ ବିଶ୍ୱରଂଜନଙ୍କୁ ହଷ୍ଟେଲରେ ସାକ୍ଷାତ କରି ପାଠପଡା ପାଇଁ ତାଗିଦ କରି ଘରକୁ ଫେରିଥିଲେ। କିନ୍ତୁ ସକାଳେ ଖବର ପାଇଲେ ବିଶ୍ୱରଂଜନ ଆତ୍ମହତ୍ୟା କରିଛି । ସକାଳେ ଜଗତସିଂହପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବିଶ୍ୱରଂଜନଙ୍କୁ ହତ୍ୟା କରାଯାଇଛି ବୋଲି ମୃତ ଛାତ୍ରର ଆତ୍ମୀୟମାନେ ଅଭିଯୋଗ କରିଛନ୍ତି ।

Read More
{}{}