Hindi News >>Home >>Odisha State

ଚମ୍ପଟ ମାରିଲେ ଦୁଇ କଏଦୀ

କଳାହାଣ୍ଡି ଜିଲ୍ଲା ଭବାନୀପାଟା ଜିଲ୍ଲା ମୁଖ୍ୟ କାରାଗାରରୁ ଦୁଇ ବିଚାରାଧୀନ କଏଦୀ ଫେରାର ହୋଇଯାଇଥିବା ଖବର ସାମ୍ନାକୁ ଆସିଛି। ଫେରା ହୋଇଯାଇଥିବା କଏଦୀ ଦୁଇଜଣ ହେଉଛନ୍ତି ସିକନ୍ଦର ଜାଲ ଓ ନୀଳମଣି ବିଭାର ବୋଲି ଜେଲ ପକ୍ଷରୁ କୁହାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଦୁଇ କଏଦୀ ସିକନ୍ଦର ଓ ନୀଳମଣି ରବିବାର ସକାଳ ସାଢେ ୭ଟା ବେଳେ ଜେଲ ପାଚେରି ଡେଇଁ ଫେ

Advertisement
ଚମ୍ପଟ ମାରିଲେ ଦୁଇ କଏଦୀ
Zee Odisha Desk|Updated: Apr 08, 2024, 10:05 AM IST
Share

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ଭବାନୀପାଟା ଜିଲ୍ଲା ମୁଖ୍ୟ କାରାଗାରରୁ ଦୁଇ ବିଚାରାଧୀନ କଏଦୀ ଫେରାର ହୋଇଯାଇଥିବା ଖବର ସାମ୍ନାକୁ ଆସିଛି। ଫେରା ହୋଇଯାଇଥିବା କଏଦୀ ଦୁଇଜଣ ହେଉଛନ୍ତି ସିକନ୍ଦର ଜାଲ ଓ ନୀଳମଣି ବିଭାର ବୋଲି ଜେଲ ପକ୍ଷରୁ କୁହାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଦୁଇ କଏଦୀ ସିକନ୍ଦର ଓ ନୀଳମଣି ରବିବାର ସକାଳ ସାଢେ ୭ଟା ବେଳେ ଜେଲ ପାଚେରି ଡେଇଁ ଫେରାର ହୋଇୟାଇଥିବା ନେଇ ଅନୁମାନ କରାଯାଉଛି। ଏନେଇ ଜେଲର ଭାରପ୍ରାପ୍ତ ଅଧୀକ୍ଷକ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। 

ଅଭିଯୋଗ ପାଇବା ପରେ ଟାଉନ ଥାନା ପୋଲିସ ଏସଆଇ ବଂଶୀଧର ସାମଲ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏଠାରେ କହି ରଖୁ କି ଧର୍ମଗଡ଼ ଅ଼୍ଚଳର ସିକନ୍ଦର ଗତ ମାର୍ଚ୍ଚ ୨୩ ତାରିଖରେ ଗିରଫ ହୋଇଥିଲା। ସେହିପରି ନୀଳମଣି ଫେବୃଆରୀ ୨ ତାରିଖରୁ ପୋକ୍ସୋ ଆଇନରେ ଗିରଫ ହୋଇ ସଜ୍ଜା କାଟୁଥିା। 

Read More
{}{}