Home >>Odisha State

Big News: ଜୁଆ ଆଡ୍ଡାରୁ ୨୯ ଲକ୍ଷ ଜବତ, ୮୦ ଗିରଫ

Big News: ବିଳମ୍ବିତ ରାତିରେ ହୋଇଥିବା ଏହି ଚଢ଼ଉବେଳେ ଶତାଧିକ ଲୋକ ଜୁଆ ଖେଳରେ ନିଜର ଅର୍ଥ ଲଗାଇଥିବା ଜଣାପଡ଼ିଥିଲା। ସେମାନଙ୍କ ଭିତରୁ ୮୦ ଜଣଙ୍କୁ ପୁଲିସ ଗିରଫ କରିଥିବାବେଳେ ୭୪ଟି ମୋବାଇଲ ଫୋନ ଜବତ କରିଛି। ମୋବାଇଲ୍‍ ଫୋନରେ ସେମାନେ ଅନ୍ୟମାନଙ୍କ ଅର୍ଥ ଆଣିବା ଏବଂ ସମ୍ପର୍କ କରିବା ଲାଗି ବ୍ୟବହୃତ କରୁଥିବାରୁ ଏଥିରେ ଏକ ବଡ଼ ଧରଣର ରାକେଟ୍‍ କାମ କରୁଥିବା ମଧ୍ୟ ସନ୍ଦେହ କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି। 

Advertisement
Big News: ଜୁଆ ଆଡ୍ଡାରୁ ୨୯ ଲକ୍ଷ ଜବତ, ୮୦ ଗିରଫ
Priyambada Rana|Updated: Nov 24, 2024, 09:22 AM IST
Share
ଭୁବନେଶ୍ୱର: ଛତିଶଗଡ଼ ସୀମାନ୍ତ ଓଡ଼ିଶାର ଜଙ୍କ ଥାନା ଅଞ୍ଚଳରେ ଥିବା ଏକ  ବଡ଼ଧରରଣ ଚଢ଼ାଉ କରାଯାଇଛି। ଏଥିରେ ୮୦ ଜଣଙ୍କୁ ପୁଲିସ ଗିରଫ କରିଛି। ୨୯ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି। ଏସବୁ ଅଞ୍ଚଳ ନକ୍ସଲ ପ୍ରଭାବିତ ହୋଇଥିବାରୁ ଏଥିରେ ନକ୍ସଲ ସମ୍ପୃକ୍ତି ଆଶଙ୍କା କରାଯାଇଛି। 
ନୂଆପଡ଼ା ଜିଲ୍ଲାର ଜଙ୍କ ଥାନା ଅଞ୍ଚଳରେ ଏପରି ଏକ ବଡ଼ ଧରରଣ ଜୁଆ ଆଡ୍ଡା ଚାଲିଥିବା ଖବର ପାଇଁ ସୁରକ୍ଷା କର୍ମୀ ଓ ପୁଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା। ବିଳମ୍ବିତ ରାତିରେ ହୋଇଥିବା ଏହି ଚଢ଼ଉବେଳେ ଶତାଧିକ ଲୋକ ଜୁଆ ଖେଳରେ ନିଜର ଅର୍ଥ ଲଗାଇଥିବା ଜଣାପଡ଼ିଥିଲା। ସେମାନଙ୍କ ଭିତରୁ ୮୦ ଜଣଙ୍କୁ ପୁଲିସ ଗିରଫ କରିଥିବାବେଳେ ୭୪ଟି ମୋବାଇଲ ଫୋନ ଜବତ କରିଛି। ମୋବାଇଲ୍‍ ଫୋନରେ ସେମାନେ ଅନ୍ୟମାନଙ୍କ ଅର୍ଥ ଆଣିବା ଏବଂ ସମ୍ପର୍କ କରିବା ଲାଗି ବ୍ୟବହୃତ କରୁଥିବାରୁ ଏଥିରେ ଏକ ବଡ଼ ଧରଣର ରାକେଟ୍‍ କାମ କରୁଥିବା ମଧ୍ୟ ସନ୍ଦେହ କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି। 
 
ପୁଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଅନୁସାରେ ଏହି ଚଢ଼ଉ କରାଯାଇଥିଲା। କିଛିଦିନ ତଳେ ଏଠାରୁ କିଛିଦୂନରରେ ସୀମାନନ୍ତ ଅଞ୍ଚଳରେ ଛତିଶଗଡ଼ରୁ ନକ୍ସଲଙ୍କ ପ୍ରବେଶ ବେଳେ ପୁଲିସ ଓ ନକ୍ସଲ ଗୁଳିବିନିମୟ ହୋଇଥିଲା। ଏଥିରେ ଜଣେ ଯବାନ ଆହତ ହୋଇଥିବା ବେଳେ ଜଣେ ନକ୍ସଲଙ୍କ ମୃତ୍ୟୁ ହୋଇଥିଲା। ଏଣୁ ଏହି କାରବାରରେ ନକ୍ସଲଙ୍କ ସମ୍ପୃକ୍ତିକୁ ସନ୍ଦେହ କରାଯାଇଛି। ଏହି ଉପାୟରେ ସ୍ଥାନୀୟ ଅଞ୍ଚଳରୁ ନକ୍ସଲ ଅର୍ଥ ଆୟ କରୁଥିବା ମଧ୍ୟ ଚର୍ଚ୍ଚା ହେଉଛି।
Read More
{}{}