Home >>Odisha State

କେନ୍ଦୁଝରର ଯୋଡ଼ାଠାରେ ୩ଜଣଙ୍କ ମୃତ, ୨ ଲକ୍ଷ ଲେଖାଏଁ ସହାୟତା

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ  ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ପାଇଁ ତୁରନ୍ତ ୩୦ ହଜାର ଲେଖାଏ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଇଛି। ଏଥି ସହିତ ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। 

Advertisement
କେନ୍ଦୁଝରର ଯୋଡ଼ାଠାରେ ୩ଜଣଙ୍କ ମୃତ, ୨ ଲକ୍ଷ ଲେଖାଏଁ ସହାୟତା
Soubhagya Ranjan Mishra|Updated: Aug 05, 2024, 07:59 PM IST
Share

ଭୁବନେଶ୍ୱର:  କେନ୍ଦୁଝର ଜିଲ୍ଲା ଯୋଡା ଡି.ଏ.ଭି. ସ୍କୁଲ ନିକଟରେ ଏକ ଅଜଣା ଟ୍ରକ ଧକ୍କାରେ ଦୁଇ ଜଣ ଛାତ୍ରଙ୍କ ସମେତ ଜଣେ ଅଭିଭାବକଙ୍କ ମୃତ୍ୟୁ ଘଟିଛି।  ମୃତ ବ୍ୟକ୍ତିମାନେ ହେଲେ ଆଜାଦ୍‌ ବସ୍ତିର କ୍ରିଷ୍ଣା ଭୁଷାଲ, ତାଙ୍କ ପୁଅ ନିକିତ ଭୁଷାଲ ଓ ନିକିତଙ୍କ ଗଣେଶ ଶର୍ମା। ମଟର ସାଇକେଲରେ କ୍ରିଷ୍ଣା ଦୁଇ ଛାତ୍ରଙ୍କ ସ୍କୁଲ ଛାଡିବାକୁ ଯିବା ସମୟରେ ଦୁର୍ଘଟଣା ଘଟିଥିଲା। 

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି।  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ  ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ପାଇଁ ତୁରନ୍ତ ୩୦ ହଜାର ଲେଖାଏ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଇଛି। ଏଥି ସହିତ ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। 

ମୃତ କ୍ରିଷ୍ଣା ଭୁଷାଲଙ୍କ ଅନ୍ୟତମ ପୁଅ ନିସାଲ ଭୁଷାଲଙ୍କୁ ଟାଟା ଡି.ଏ.ଭି. ସ୍କୁଲରେ ମାଗଣା ପାଠ ପଢାଇବାର ବ୍ୟବସ୍ଥା କରାଯାଇଛି। ଏଥି ସହିତ ମୃତ ଗଣେଶ ଶର୍ମାଙ୍କ ଭାଇ ଆଦିତ୍ୟ ଶର୍ମାଙ୍କୁ ଟାଟା ଡି.ଏ.ଭି.ରେ ମଧ୍ୟ ମାଗଣା ପାଠ ପଢାଇବାର ବ୍ୟବସ୍ଥା କରାଯାଇଛି।

Also Read- Lucky Zodiac Sign: ୬ ଅଗଷ୍ଟରେ ତ୍ରିଗ୍ରାହି ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Read More
{}{}