Home >>Odisha State

ସରକାରୀ କର୍ମଚାରୀଙ୍କୁ ଦୀପାବଳି ଭେଟି, ବଢିଲା ମହଙ୍ଗା ଭତ୍ତା

ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି । ପେନସନ୍‌ଭୋଗୀଙ୍କ ଟି. ଆଇ ରେ ମଧ୍ୟ ବୃଦ୍ଧି

Advertisement
ସରକାରୀ କର୍ମଚାରୀଙ୍କୁ ଦୀପାବଳି ଭେଟି, ବଢିଲା ମହଙ୍ଗା ଭତ୍ତା
Soubhagya Ranjan Mishra|Updated: Oct 21, 2024, 07:13 PM IST
Share

ଭୁବନେଶ୍ୱର:  ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୦ ପ୍ରତିଶତରୁ ୫୩ ପ୍ରତିଶତକୁ ବୃଦ୍ଧି ପାଇଛି। ଏହା ଜୁଲାଇ ପହିଲା ୨୦୨୪ରୁ ପିଛିଲା ଭାବରେ ଲାଗୁ ହେବ। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ଅକ୍ଟୋବର ମାସ ଦରମାରେ ନଗଦ ଆକାରରେ ମିଳିବ । 

ଏହା ସହିତ ପେନ୍‌ସନଭୋଗୀ ମାନଙ୍କ ଟି.ଆଇ ରେ ମଧ୍ୟ ତିନି ପ୍ରତିଶତ ବୃଦ୍ଧି କରାଯାଇଛି। ସେମାନେ ମଧ୍ୟ ଅନୁରୂପ ଭାବେ ଅକ୍ଟୋବର ମାସ ପେନ୍‌ସନରେ ଏହି ବର୍ଦ୍ଧିତ ଟି.ଆଇ ପାଇବେ।  ଏହା ଦ୍ୱାରା ପ୍ରାୟ ସାଢେ ସାତ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍‌ସନଭୋଗୀ ଉପକୃତ ହେବେ।

Also Read- India China Relations: ଶେଷ ହେଲା କି ଭାରତ ଏବଂ ଚୀନ୍ ବିବାଦ ? LACରେ ପ୍ରକାଶ ପାଇଲା ଏହି ସହମତି

Also Read- Budh Gochar 2024: ବିଛା ରାଶିରେ ବୁଧ ଚଳନ, ୯ଦିନ ପରେ ବଦଳିଯିବ ୩ ରାଶିର ଭାଗ୍ୟ

Read More
{}{}