Home >>Odisha State

Koraput Road Accident: ସୁନାବେଡ଼ାରେ ଭୟଙ୍କର ଦୁର୍ଘଟଣା;ଦୁଇ କାର୍ ମୁହାଁମୁହିଁ ଧକ୍କା, ୪ ମୃତ

Koraput Road Accident: ଏ-ମିତି ବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି। କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ଭୟଙ୍କର ଦୁର୍ଘଟଣାରେ ଆଖି ବୁଜିଲେ ୪ ଜଣ। 

Advertisement
Koraput Road Accident: ସୁନାବେଡ଼ାରେ ଭୟଙ୍କର ଦୁର୍ଘଟଣା;ଦୁଇ କାର୍ ମୁହାଁମୁହିଁ ଧକ୍କା, ୪ ମୃତ
Narmada Behera|Updated: Jul 20, 2025, 09:34 AM IST
Share

Koraput Road Accident: ଏ-ମିତି ବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି। କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ଭୟଙ୍କର ଦୁର୍ଘଟଣାରେ ଆଖି ବୁଜିଲେ ୪ ଜଣ।  କୋରାପୁଟ୍ ଜିଲ୍ଲା ୨୬ ନମ୍ବର ଜାତୀୟ ରାଜପଥର ସୁନାବେଡା ଟ୍ରାଫିକ୍ ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି। 

ALSO READ: Guru Uday 2025: ବୃହସ୍ପତିଙ୍କ ଶୁଭ ଉଦୟ, ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, ବର୍ଷସାରା ହେବ ଟଙ୍କା ବର୍ଷା!

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଏକ କାର୍ (ସେଲେରିଓ) ରେ ୪ ଜଣ ଲୋକେ କୋରାପୁଟ୍ ରୁ ଦାମନଯୋଡି଼ ଯାଉଥିଲେ। ହେଲେ, ସାମ୍ନାରୁ ଆସୁଥିବା ଆଉ ଏକ କାର୍( ସଫାରୀ) କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସେଲେରିଓରେ ଗାଡିରେ ଥିବା ୪ ଜଣଙ୍କ ମଧ୍ୟରୁ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସଫାରୀ କାର୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା। ଏହାଦେଖି ସ୍ଥାନୀୟ ଲୋକୋ ପୋଲିସ୍ କୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏହି ଘଟଣା ଘଟିଲା ସେନେଇ ସ୍ପଷ୍ଟ ହୋଇ ଥିହା ବେଳେ ଏକାଧିକ ଆହତଙ୍କୁ ଉଦ୍ଧାର କରାଯାଇ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ୍ ରେ ଭର୍ତ୍ତୀ କରାଯାଇଛି। ମୃତକ ଓ ଗୁରୁତର ସ୍ଥାନୀୟ ଅଞ୍ଚଳର ହୋଇଥିବା ସୂଚନା ମିଳିଛି। 

Read More
{}{}