Home >>Odisha State

Puri News: ନୂଆ ବର୍ଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ୪ ଲକ୍ଷ ଭକ୍ତ

ପୁରୀ: ଇଂରାଜୀ ନବ ବର୍ଷରେ ଜଗନ୍ନାଥ ଦର୍ଶନ କରି ଭାବ ବିହ୍ୱଳ ଶ୍ରଦ୍ଧାଳୁ। ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଲେ ୪ ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତ। ବ୍ୟାରିକେଡ଼ ସମ୍ପ୍ରସାରଣ ପରେ ବି ଅସମ୍ଭାଳ ଭିଡ । ବ୍ୟାରିକେଡ଼ ଭାଙ୍ଗି ଭିତରକୁ ପଶିବାକୁ ଭକ୍ତ ଅଧୈର୍ଯ୍ୟ। ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ପ୍ରଶଂସା କଲେ ବିରୋଧୀ କଂଗ୍ରେସ ଦଳ ନେତା। ସଅଳ

Advertisement
Puri News: ନୂଆ ବର୍ଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ୪ ଲକ୍ଷ ଭକ୍ତ
Prabhudatta Moharana|Updated: Jan 02, 2025, 09:25 AM IST
Share

Puri News: ପୁରୀ: ଇଂରାଜୀ ନବ ବର୍ଷରେ ଜଗନ୍ନାଥ ଦର୍ଶନ କରି ଭାବ ବିହ୍ୱଳ ଶ୍ରଦ୍ଧାଳୁ। ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଲେ ୪ ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତ। ବ୍ୟାରିକେଡ଼ ସମ୍ପ୍ରସାରଣ ପରେ ବି ଅସମ୍ଭାଳ ଭିଡ । ବ୍ୟାରିକେଡ଼ ଭାଙ୍ଗି ଭିତରକୁ ପଶିବାକୁ ଭକ୍ତ ଅଧୈର୍ଯ୍ୟ। ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ପ୍ରଶଂସା କଲେ ବିରୋଧୀ କଂଗ୍ରେସ ଦଳ ନେତା। ସଅଳ ନୀତି, ହାସଲ ଫ୍ରି ଦର୍ଶନ, ସ୍ମୁଥ କ୍ରାଉଡ ରେଗୁଲେଶନରେ ସଫଳ ପ୍ରଶାସନ। ଉଭୟ ବାହାର କାଠ ଓ ଭିତର କାଠରେ ଦର୍ଶନ ଅନୁଭୁତି ନେଇ ନୂଆବର୍ଷରେ ନୂଆ ଅନୁଭୁତି ସାଉଁଟିଲେ ଭକ୍ତ ଶ୍ରଦ୍ଧାଳୁ। ସେପଟେ ମହୋଦଧିରେ ଉଦିତ ସୂର୍ଯ୍ୟକୁ ଦେଖି ବର୍ଷ ଆରମ୍ଭରେ ଉତ୍ସାହିତ ହେଲେ ପର୍ଯ୍ୟଟକ।

ଇଂରାଜୀ ନବବର୍ଷରେ ଜାନୁଆରୀ ୧ ତାରିଖରେ ଶ୍ରୀକ୍ଷେତ୍ରରେ ଅସମ୍ଭାଳ ଭିଡ। ଆମ ସଂସ୍କୃତି ଆମ ପରମ୍ପରା ଅନୁସାରେ ମହାପ୍ରଭୁଙ୍କ ସାନିଧ୍ୟ ନେଇ ବର୍ଷ ଆରମ୍ଭ କଲେ ଶ୍ରଦ୍ଧାଳୁ। ରାତି ଗୋଟାଏ ଠାରୁ ଜଗା ଦର୍ଶନ ପାଇଁ ଲମ୍ବା ଲାଇନ୍। ମାର୍କେଟ ଛକ ଯାଏଁ ହୋଇଥିବା ଶେଡ ଠାରୁ ବି ଆଗକୁ ଲମ୍ବିଲା ଧାଡ଼ି। ସନ୍ଧ୍ୟା ସୁଦ୍ଧା ୫ ଲକ୍ଷରୁ ଉର୍ଦ୍ଧ୍ବ ଭକ୍ତ ଦର୍ଶନ ସାନିଧ୍ୟ ନେଇଛନ୍ତି।ଉଭୟ ବାହାର କାଠ ଓ ଭିତର କାଠ ଦର୍ଶନ କରି ଭାବ ବିହ୍ୱଳ ଶ୍ରଦ୍ଧାଳୁ। ନୂଆ ବର୍ଷରେ ନୂଆ ଅନୁଭୁତି ସାଉଟିଛନ୍ତି ଭକ୍ତ। ଗୋଟିଏ ପଟରେ ଭକ୍ତ ଲମ୍ବା ଲାଇନରେ ଛିଡା ହୋଇ କାଳିଆ ଦର୍ଶନ ପାଇଁ ଶୃଙ୍ଖଳା ଗତ ପ୍ରତିବଦ୍ଧତା ଦେଖାଉଥିବା ବେଳେ ଅନ୍ୟ ପଟରେ କିଛି ଅମାନିଆ ସେବାୟତଙ୍କ ନୀତି ପାଇଁ ଯିବା ଆସିବା ରାସ୍ତା ରେ କରୁଥିଲେ ଠେଲାପେଲା। ବ୍ୟାରିକେଡ଼ ଭାଙ୍ଗି ବାରମ୍ବାର ଦର୍ଶନ ପାଇଁ ଧସେଇ ପଢୁଥିବା ସତ୍ତ୍ବେ ଅଘଟଣ ଟଳି ଯାଇଛି। ନିଜେ ଏସପି ଓ ଆଇଜିଙ୍କ ଉପସ୍ଥିତିରେ କ୍ରାଉଡ ରେଗୁଲେଶନ କରିଛି ପୋଲିସ ।ତେବେ ବର୍ଷ ଆରମ୍ଭରେ ମହାପ୍ରଭୁଙ୍କ ପାଖରେ ଶୃଙ୍ଖଳିତ ଦର୍ଶନ ପାଈ ବେଶ ଆନନ୍ଦିତ ହୋଇଛନ୍ତି ଭକ୍ତ। କଣ୍ଟାବାଞ୍ଝିର ପୂର୍ବତନ ବିଧାୟକ ସନ୍ତୋଷ ସିଂହ ସାଲୁଜା ବି ଏଭଳି ବ୍ୟବସ୍ଥାକୁ ଭୂରି ଭୂରି ପ୍ରଶଂସା କରିଛନ୍ତି ।ପୋଲିସ ଭାଲଭ ଜରିଆରେ ପର୍ଯ୍ୟାୟ ପରେ ପର୍ଯ୍ୟାୟ ଭକ୍ତଙ୍କୁ ଛାଡୁଥିବା ବେଳେ ପୋଲିସର ବ୍ଳକିଂ ଟିମ୍ କରିଥିଲେ କ୍ରାଉଡ଼ ମ୍ୟାନେଜମେଣ୍ଟ ।ଯାହାଫଳରେ ଭିତରେ ସୁରକ୍ଷିତ ଭାବରେ ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଇଛନ୍ତି ଭକ୍ତ।

ସେପଟେ ବର୍ଷର ପ୍ରଥମ ଦିନରେ ନୀତି ସଅଳ ଉପରେ ଦିଆଯାଇଛି ଗୁରୁତ୍ବ । ନୂଆବର୍ଷ ପାଇଁ କୌଣସି ସ୍ୱତନ୍ତ୍ର ନୀତି ନଥିବା ବେଳେ କେବଳ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ରାତ୍ର ୧ ଟା ୫ରୁ ଦ୍ଵାର ଫିଟା, ୧ଟା ୪୫ ରୁ ମଙ୍ଗଳ ଆଳତି, ପୂର୍ବାହ୍ନ ୧୧ ଟା ୩୫ ସୁଦ୍ଧା ମଧ୍ୟାହ୍ନ ଧୂପ ସରିଥିଲା। ଯାହାଫଳରେ ଭକ୍ତଙ୍କ ପ୍ରତୀକ୍ଷାର ସମୟ ଯଥା ସମ୍ଭବ କମ୍ କରାଯାଇଥିଲା। ୬୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇ ଶ୍ରୀକ୍ଷେତ୍ରକୁ ସୁରକ୍ଷା ଚାଦରରେ ରଖିଥିବା ବେଳେ ମାର୍କେଟ ଛକ ଯାଏଁ ସେଡ କରାଯାଇଥିଲା । ପରେ ଭିଡକୁ ଦେଖି ଦଉଡ଼ିରେ ବ୍ୟାରିକେଡ଼ କରାଯାଇଥିଲା। ପ୍ରାୟ ୩୦ଟି ପଏଣ୍ଟରେ ପାଣି ବ୍ୟବସ୍ଥା କରାଯାଇଥିବା ବେଳେ ବଡଦାଣ୍ଡ ହୋଇଥିଲା ନୋ ଭେହିକିଲ୍ ଜୋନ। 

ସେହିପରି ମହୋଦଧିରେ ଉଦିତ ସୂର୍ଯ୍ୟଙ୍କୁ ଦେଖି ନବବର୍ଷ ରେ ପୁଲକିତ ହୋଇଥିଲେ ଭକ୍ତ ।ମହାପ୍ରଭୁଙ୍କ ଦର୍ଶନ ପରେ ପରେ ବେଳାଭୂମି ତୀରେ ବର୍ଷର ପ୍ରଥମ କିରଣ ଦେଖିବାକୁ ମହୋଦଧି ରେ ଲାଗିଥିଲା ଗହଳି ଚହଳି।ମହୋଦଧିରେ ମଧ୍ୟ ଲୋକଙ୍କର ସୁରକ୍ଷା ପାଇଁ ହୋଇଥିଲା ସ୍ବତନ୍ତ୍ର ବ୍ୟବସ୍ଥା। ବେଳାଭୂମିର ୧୪ ଟି ସେକଟର୍ ର ନୋ ବାଥିଂ ଜୋନ ରେ ଲାଗିଥିଲା ନାଲି ପତାକା ।ବେଳାଭୂମି ରେ ସ୍ବତନ୍ତ୍ର ଆଉଟ୍ ପୋଷ୍ଟ ସହ ୧୨୦ ଜଣ ଲାଇଫ ଗାର୍ଡ ଙ୍କୁ ମୁତୟନ କରାଯାଇଥିଲା। ତେବେ ଉଭୟ ବେଳାଭୂମି ଓ ଶ୍ରୀମନ୍ଦିରରେ ପର୍ଯ୍ୟଟକ ସୁରକ୍ଷିତ ଭାବରେ ନୂଆବର୍ଷ ମନାଇଥିବା ବେଳେ ହୋଟେଲ ଗୁଡିକରେ ଜିରୋ ନାଇଟ୍ ସେଲିବ୍ରେସନ୍ ବି ହୋଇଥିଲା ଇନ୍ସିଡେଣ୍ଟ ଫ୍ରି । ଇଂରାଜୀ ନବବର୍ଷର ଭାରତୀୟ କରଣ ହୋଇଥିବା ବେଳେ ଭାରତୀୟ ସଂସ୍କୃତି ଅନୁସରଣରେ ନବ ବର୍ଷ ମନାଇଛନ୍ତି ଲୋକେ।

Read More
{}{}