Hindi News >>Home >>Odisha State

BJD Leaders Meet: ଉତ୍କଟ ହେଉଛି ବିଜେଡିରେ ପାଣ୍ଡିଆନ୍‍ ବିରୋଧୀ ମେଳି, ହୋଟେଲରେ ପ୍ରବୀଣଙ୍କ ସମାଗମ

ଭୁବନେଶ୍ୱର: ବିଜୁ ଜନତା ଦଳରେ ଦିନକୁ ଦିନ ପାଣ୍ଡିଆନ୍‍ ବିରୋଧୀ ମେଳି ଉତ୍କଟ ହେବାରେ ଲାଗିଛି। ନବୀନ ନିବାସରେ ପର୍ଯ୍ୟାୟକ୍ରମେ ପୁରୁଖା  ଓ ନବୀନ ନେତାମାନେ ଏ ବିଷୟ ଅବଗତ  କରିବା ପରେ ଏବେ ଦାଣ୍ଡରେ ମେଳି କରିବା ଆରମ୍ଭ କରିଛନ୍ତି। ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରେ ଆଜି ପ୍ରବୀଣ ନବୀନ-ପ୍ରେମୀ ବିଜୁ ଜନତା ଦଳର ନେତାଙ୍କ

Advertisement
BJD Leaders Meet: ଉତ୍କଟ ହେଉଛି  ବିଜେଡିରେ ପାଣ୍ଡିଆନ୍‍ ବିରୋଧୀ ମେଳି, ହୋଟେଲରେ ପ୍ରବୀଣଙ୍କ ସମାଗମ
Prabhudatta Moharana|Updated: Apr 09, 2025, 01:23 PM IST
Share

BJD Leaders Meet: ଭୁବନେଶ୍ୱର: ବିଜୁ ଜନତା ଦଳରେ ଦିନକୁ ଦିନ ପାଣ୍ଡିଆନ୍‍ ବିରୋଧୀ ମେଳି ଉତ୍କଟ ହେବାରେ ଲାଗିଛି। ନବୀନ ନିବାସରେ ପର୍ଯ୍ୟାୟକ୍ରମେ ପୁରୁଖା  ଓ ନବୀନ ନେତାମାନେ ଏ ବିଷୟ ଅବଗତ  କରିବା ପରେ ଏବେ ଦାଣ୍ଡରେ ମେଳି କରିବା ଆରମ୍ଭ କରିଛନ୍ତି। ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରେ ଆଜି ପ୍ରବୀଣ ନବୀନ-ପ୍ରେମୀ ବିଜୁ ଜନତା ଦଳର ନେତାଙ୍କୁ ଦେଖିବାକୁ ମିଳିଛି।   ଏ ସମସ୍ତେ ପାଣ୍ଡିଆନ୍‍ଙ୍କ ବିରୁଦ୍ଧରେ କି ନୀତି ଆଗକୁ ନିଆଯିବ ସେ ବିଷୟରେ ଚର୍ଚ୍ଚା କରୁଥିବା ଜଣାପଡ଼ିଛି। ଅପରପକ୍ଷେ ଏହା ହେଉଛି ବିଜେଡିର ପରାମର୍ଶଦାତା ବୈଠକ ଏବଂ ଏହି ବୈଠକ ବିଷୟରେ ନବୀନ ଅବଗତ ରହିଛନ୍ତି ବୋଲି କହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। 

ବିଜୁ ଜନତା ଦଳର ପରାମର୍ଶଦାତା କମିଟି ଭାବେ ନିଜକୁ ପରିଚୟ ଦେଇଛନ୍ତି ଏହି ଗୋଷ୍ଠୀ। ଶ୍ରୀ ବେହେରା କହିଛନ୍ତି ମଝିରେ ମଝିରେ ଆମେ ଏମିତି ବସୁ। ସଂଗଠନ ବିଷୟରେ ଆଲୋଚନା କରୁ। ଆଜି ମଧ୍ୟ ସେହିପରି ଭାବେ ବସିଛୁ। ଏ ବିଷୟରେ ଦଳର ସଭାପତି ଜାଣିଛନ୍ତି। 

ନବୀନ ପଟ୍ଟନାୟକ ହେଉଛନ୍ତି ବିଜେଡିର ସର୍ବୋଚ୍ଚ ନେତା। ଆଜି ବି ତାଙ୍କ ନାଁରେ ୪୧ ପ୍ରତିଶତ ଭୋଟ ରହିଛି। ଆମେସବୁ ତାଙ୍କ ସାଙ୍ଗରେ ରହିଛୁ। କୌଣସି ପରିସ୍ଥିତିରେ ବାହ୍ୟଶକ୍ତି ତାଙ୍କ ନୋତୃତ୍ୱକୁ ଆହ୍ୱାନ ଦେଲେ ଆମେ ତାହାକୁ ବରଦାସ୍ତ କରିବୁ ନାହିଁ ବୋଲି କହିଛନ୍ତି ଶଶିଭୂଷଣ। 

ଆଜି ଭୁବନେଶ୍ୱର ପଟିଆସ୍ଥିତ ହୋଟେଲ କ୍ରିଷ୍ଟାଲ୍‍ କ୍ରାଉନ୍‍ଠାରେ ଏହି ବୈଠକର ଆୟୋଜନ ହୋଇଥିଲା। ଏଥିରେ ଶଶିଭୂଷଣଙ୍କ ସମେତ ଭୂପିନ୍ଦର ସିଂହ, ଅଶୋକ ପଣ୍ଡା ଏବଂ ନୃସିଂହ ସାହୁ ଉପସ୍ଥିତ ଥିଲେ। ରାଜନୀତିକ ଦୃଷ୍ଟିକୋଣରୁ ଦେଖିଲେ ଏହି ନେତାମାନେ କୌଣସି ନା କୌଣସି ସମୟରେ ତତ୍‍କାଳୀନ  ସୁପ୍ରିମୋଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍‍ଙ୍କ ଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି। ଶଶିଭୂଷଣଙ୍କୁ ନିଜ ନିର୍ବାଚନ ମଣ୍ଡଳୀରୁ ବାହାର କରାଯାଇ କେନ୍ଦ୍ରାପଡ଼ା ପଠାଯାଇଥିଲା। ଏହି ସମୟରେ ତାଙ୍କର ରାଜନୀତିକ ପ୍ରଭାବ କ୍ଷୁର୍‍ଣ୍ଣ ହୋଇଥିବା  କୁହାଯାଏ। 

ଠିକ୍‍ ସେହିପରି ଭୂପିନ୍ଦର ସିଂହଙ୍କୁ ଟିକଟ ନମିଳିବାରୁ ସେ ଅସନ୍ତୁଷ୍ଟ ରହିଛନ୍ତି। ନୃସିହ ସାହୁ ଏବଂ ଅଶୋକ ଚନ୍ଦ୍ର ପଣ୍ଡା ମଧ୍ୟ  ପାଣ୍ଡିଆନ୍‍ଙ୍କ ଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି। ଏଣୁ ପରାମର୍ଶ ନାଁରେ ଭବିଷ୍ୟତ କାର୍ଯ୍ୟାନୁଷ୍ଠାନ ପ୍ରସ୍ତୁତି ଲାଗି ଏହି ମେଳି ଉଦ୍ଦିଷ୍ଟ ହୋଇପାରେ। 

ଏ ଭିତରେ ରାଜ୍ୟସଭାରେ ଦଳ ଦୁଇଭାଗ ହେବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ବିଭାଜନ ଦଳରେ ବିଭାଜନକୁ ସ୍ପଷ୍ଟ କରୁଛି ବୋଲି କୁହାଯାଉଛି। ପରୋକ୍ଷ ଭାବେ ସାଂସଦ ଦେବାଶୀଷ ସାମନ୍ତରାୟ  ଏନେଇ  ପାଣ୍ଡିଆନ୍‍ଙ୍କୁ ଦୋଷାରୋପ କରିବା ପରେ ପାଣ୍ଡିଆନ୍‍ଙ୍କ ସମର୍ଥକ ଗୋଷ୍ଠୀ ଏବେ ତାଙ୍କୁ ଆକ୍ରମଣ କରିବା ପାଇଁ ସୋଶାଲ୍‍ ମିଡିଆରେ କାଦୁଅ ଫୋପାଡ଼ିଛନ୍ତି।

Read More
{}{}