Hindi News >>Home >>Odisha State

Republic Day 2025: ଓଡ଼ିଶାର ୬ ଜଣଙ୍କୁ ସାହସିକତା ପୁରସ୍କାର, ୨ଜଣଙ୍କୁ ରାଷ୍ଟ୍ରପତି ପଦକ

Republic Day 2025: ପୁଲିସ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ରାଜ୍ୟର ୬ ଜଣଙ୍କୁ ସାହସିକତା ପୁରସ୍କାର ମିଳିବ।   

Advertisement
Republic Day 2025: ଓଡ଼ିଶାର ୬ ଜଣଙ୍କୁ ସାହସିକତା ପୁରସ୍କାର, ୨ଜଣଙ୍କୁ ରାଷ୍ଟ୍ରପତି ପଦକ
Narmada Behera|Updated: Jan 25, 2025, 11:01 AM IST
Share
Republic Day 2025: ପୁଲିସ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ରାଜ୍ୟର ୬ ଜଣଙ୍କୁ ସାହସିକତା ପୁରସ୍କାର ମିଳିବ। ଆସନ୍ତା ସାଧାରଣତନ୍ତ୍ର ଦିବସ ସମାରୋହରେ ତାଙ୍କୁ ଏହି ପୁରସ୍କାରରେ ସମ୍ମାନୀତ କରାଯିବ। ଏହାଙ୍କ ସହ ଦୁଇଜଣ ପୁଲିସ କର୍ମଚାରୀଙ୍କୁ ରାଷ୍ଟ୍ରପତି ପଦକ ଏବଂ ଏବଂ ୧୧ ଜଣଙ୍କୁ ଉତ୍କର୍ଷ ସେବା ପଦକ ମିଳିବ। ସେହିପରି ଅଗ୍ନିଶମ ବିଭାଗର ୫ ଜଣ କର୍ମୀଙ୍କୁ ଏହି ସେବା ପଦକ ପ୍ରଦାନ କରାଯିବାକୁ ଥିବାବେଳେ ହୋମଗାର୍ଡ ଓ ସିଭିଲ୍‍ ଡିଫେନ୍ସ କ୍ଷେତ୍ରରେ ୩ ଜଣଙ୍କୁ ସେବା ପଦକ ପାଇଁ ମନୋନୀତ କରାଯାଇଛି। ଜେଲ୍‍ ସଂସ୍କାର କ୍ଷେତୟରେ ଉଲ୍ଲେଖନୀୟ ସେବା ଲାଗି ରାଜ୍ୟର ଦୁଇଜଣଙ୍କୁ ଉଲ୍ଲେଖନୀୟ ସେବା ପଦକ ପ୍ରାପ୍ତ ହେବ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। 
 
ରାଜ୍ୟର ଯେଉଁ ୬ ଜଣ ପୁଲିସ କର୍ମଚାରୀଙ୍କ ନାମରେ ଏହି ପଦକ ଘୋଷଣା କରାଯାଇଛି ସେମାନେ ହେଲେ ସବ୍‍ଇନ୍ସପେକ୍ଟର ଗିରିଶ ଚନ୍ଦ୍ର ମାଝି, ହାବିଲଦାର ପବିତ୍ରକୁମାର ସାହୁ, ହାବିଲଦାର ଉମେଶ ମୁଣ୍ଡା, କନଷ୍ଟବଳ ପରତାମ୍ବର ସତନାମୀ, କନଷ୍ଟେବଳ କବିଚନ୍ଦ୍ର ରାଉତ ଏବଂ କନଷ୍ଟେବଳ ସୁଶାନ୍ତ କୁମାର ସାଗର। ଏହି ୬ ଜଣଙ୍କୁ ବୀରତା ବା ସାହିସକତା ଲାଗି ପୁରସ୍କୃତ କରାଯିବ। 
 
ସେହିପରି ପୁଲିସ ଆରକ୍ଷୀ ନିରୀକ୍ଷକ ସରୋଜ କୁମାର ସାମଲ ଏବଂ କନଷ୍ଟେବଳ ସତ୍ୟବାଦୀ ମଲ୍ଲିକଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ପ୍ରଦାନ କରାଯିବ। ରାଜ୍ୟର ଯେଉଁ ୧୧ ଜଣ ପୁଲିସ କର୍ମୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ସେବା ପଦକ ମିଳିବ ସେମାନେ ହେଲେ, କନଷ୍ଟେବଳ ପରିତୋଷ ମଣ୍ଡଳ, ସବ୍‍ଇନ୍ସପେକ୍ଟର ଶେଖ ଅବଦୁଲ ଫାୟାଜ, କନଷ୍ଟେବଳ ମହମ୍ମଦ ତୋସିଫ ରବାନୀ, ଏଏସ୍‍ଆଇ ଶରତ ଚନ୍ଦ୍ର ବେହେରା, କନଷ୍ଟେବଳ ତ୍ରିଲୋଚନ ବୁଧିଆ, ତେଜ ବାହାଦୁର ଗୁରୁଙ୍ଗ, ହାବିଲଦାର ଅତୁଳକୁମାର ବିଶ୍ୱାଳ, ଜୟନ୍ତୀ ସୁନା, ମନୋଜକୁମାର ଜେନା ଓ ଦେବ ପ୍ରସାଦ ମହାନ୍ତି ଏବଂ  କନଷ୍ଟେବଳ ନରେଶ କୁମାର ଚୌଧରୀ।
 
ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆଜି ପ୍ରତି ରାଜ୍ୟର ପୁଲିସ, ଅଗ୍ନିଶମ ସେବା ଓ ଅର୍ଦ୍ଧ ସାମରିକ ବଳରେ କାମ କରୁଥିବା ପୁଲିସବଳଙ୍କ ଉଲ୍ଲେଖନୀୟ ସଫଳତାକୁ ବିବେଚନା କରାଯାଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।   ସମୁଦାୟ ୯୪୨ ଜଣ ପୁଲିସ କର୍ମୀଙ୍କ ନାଁ ଏହି ତାଲିକାରେ ପ୍ରକାଶ ପାଇଛି। ସେମାନଙ୍କ ଭିତରୁ ୯୫ ଜଣଙ୍କୁ ପୁଲିସ ସାହସିକତା ମେଡାଲ୍‍ ପ୍ରଦାନ କରାଯିବ। ଏଥିରେ ୭୮ ଜଣ ପୁଲିସ କର୍ମୀ ରହିଥିବା ବେଳେ ୧୭ଜଣ ଅଗ୍ନିଶମ ସେବାର କର୍ମୀ ରହିଛନ୍ତି। 
 
ସମୁଦାୟ ୧୦୧ ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ପ୍ରଦାନ କରାଯିବ। ଏଥିରୁ ୮୫ ଜଣ ପୁଲିସ ସେବାରୁ ଆସିଥିବା ବେଳେ ୫ ଜଣ ଅଗ୍ନିଶମ ସେବା, ୭ ଜଣ ହୋମଗାର୍ଡ ତଥା ସିଭିଲ୍‍ ଡିଫନ୍ସ ଏବଂ  ଜେଲ ସଂସ୍କାର ପାଇଁ ୪ ଜଣଙ୍କୁ ପୁରସ୍କୃତ କରାଯିବ। 
 
ଉଲ୍ଲେଖନୀୟ ସେବା ପଦକରେ ୭୪୬ ଜଣଙ୍କୁ ପୁରସ୍କୃତ କରାଯିବ। ଏଥିରେ ପୁଲିସ ସେବାରୁ ୬୩୪ଜଣ ରହିଛନ୍ତି। ଅଗ୍ନିମଶ ସେବାରୁ ୩୭, ହୋମ୍‍ଗାର୍ଡ ଓ ସିଭିଲ୍‍ ଡିଫେନ୍ସରୁ ୩୯ ଥିବା ବେଳେ ଜେଲ୍‍ ସଂସ୍କାର ସେବାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ୩୬ ଜଣଙ୍କୁ ପୁରସ୍କୃତ କରାଯିବ।
 
 
 
 
 
Read More
{}{}