Home >>Odisha State

୭୭ ତମ ରାଜ୍ୟ ପୋଲିସ ଭଲିବଲ ଏବଂ ବାସ୍କେଟବଲ ପ୍ରତିଯୋଗିତା ଉଦଘାଟିତ

 ଏହି ଚମ୍ପିୟାନସିପରେ ସାରା ରାଜ୍ୟର ବିଭିନ୍ନ ଜିଲ୍ଲା ଏବଂ ବାଟାଲିୟନରୁ ୨୫ଟି ପୋଲିସ ଭଲିବଲ ଟିମ ଓ ୫ଟି ପୋଲିସ ବାସ୍କେଟବଲ ଟିମ ଅଂଶ ଗ୍ରହଣ କରିଥିବା ବେଳେ ସମୁଦାୟ ୪୨୯ ଜଣ ଖେଳାଳି ସାମିଲ ହୋଇଛନ୍ତି। 

Advertisement
୭୭ ତମ ରାଜ୍ୟ ପୋଲିସ ଭଲିବଲ ଏବଂ ବାସ୍କେଟବଲ ପ୍ରତିଯୋଗିତା ଉଦଘାଟିତ
Soubhagya Ranjan Mishra|Updated: Jul 22, 2025, 10:03 PM IST
Share

କଟକ: ଆଜି ଓ.ଏସ.ଏ.ପି ଷଷ୍ଠ ବାଟାଲିୟନ ପରିସରରେ ୭୭ ତମ ରାଜ୍ୟ ପୋଲିସ ଭଲିବଲ ଏବଂ ବାସ୍କେଟବଲ ପ୍ରତିଯୋଗିତା-୨୦୨୫ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ପୋଲିସ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ସଶସ୍ତ୍ର) ଶ୍ରୀ ରାଜେଶ କୁମାର, ଆଇପିଏସ ଯୋଗ ଦେଇଥିଲେ । ଭବ୍ୟ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ ସମସ୍ତ ପ୍ରତିଯୋଗୀ ଓ କ୍ରୀଡା ପରିଚାଳକମାନଙ୍କୁ ଖେଳୁଆଡ ମନୋଭାବ ନେଇ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଚାମ୍ପିୟନସିପ ଆୟୋଜନ ଓ ପରିଚାଳନା ନିମନ୍ତେ ସେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କୁ ମଧ୍ୟ ଶ୍ରୀ ରାଜେଶ କୁମାର ଧନ୍ଯବାଦ ଜଣାଇଥିଲେ।  

ସେ ଆହୁରି ମଧ୍ୟ କହିଥିଲେ ଯେ, ଆମେରିକାର ବିର୍ମିଂହାମଠାରେ ଅନୁଷ୍ଠିତ ବିଶ୍ଵ ପୋଲିସ ଓ ଅଗ୍ନିଶମ କ୍ରୀଡା- ୨୦୨୫ରେ ଭାରତୀୟ ଦଳକୁ ପ୍ରତିନିଧିତ୍ଵ କରି ଓଡିଶା ପୁଲିସର ୭ ଜଣ କୃତି କ୍ରୀଡାବିତ ମାନେ ଅପୂର୍ବ କ୍ରିଡାନୈପୁଣ୍ୟ ପ୍ରଦର୍ଶନ କରି ଦେଶ, ରାଜ୍ୟ ତଥା ଓଡିଶା ପୁଲିସକୁ ଗୌରବାନ୍ଵିତ କରିଛନ୍ତି। ଭାରତୀୟ କ୍ରୀଡା ଇତିହାସରେ ଏକ ଗୌରବମୟ ଅଧ୍ୟାୟ ଲେଖି, ଓଡ଼ିଶା ପୋଲିସର ଖେଳାଳିମାନେ ବିଭିନ୍ନ ଆଥଲେଟିକ୍ସ ଏବଂ କରାଟେ ଇଭେଣ୍ଟରେ ବ୍ୟକ୍ତିଗତ ଭାବରେ ୧୩ ସ୍ୱର୍ଣ୍ଣ, ୩ ରୌପ୍ୟ ଏବଂ ୪ କାଂସ୍ୟ ସମେତ ୨୦ ପଦକ ହାସଲ କରିଛନ୍ତି । ଏହି ଅସାଧାରଣ ସଫଳତା ଦେଶ, ଓଡ଼ିଶା ରାଜ୍ୟ ଏବଂ ଓଡ଼ିଶା ପୋଲିସ ବାହିନୀ ପାଇଁ ଗୌରବ ଆଣିଛି ବୋଲି ଶ୍ରୀ ରାଜେଶ କୁମାର କହିଥିଲେ।

୨୦୨୫ ଜୁଲାଇ ୨୨ ରୁ ଜୁଲାଇ ୨୮ ତାରିଖ ପର୍ଯ୍ୟନ୍ତ ଷଷ୍ଠ ବାଟାଲିୟନର ବିଭିନ୍ନ  ଗ୍ରାଉଣ୍ଡରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ଚମ୍ପିୟାନସିପରେ ସାରା ରାଜ୍ୟର ବିଭିନ୍ନ ଜିଲ୍ଲା ଏବଂ ବାଟାଲିୟନରୁ ୨୫ଟି ପୋଲିସ ଭଲିବଲ ଟିମ ଓ ୫ଟି ପୋଲିସ ବାସ୍କେଟବଲ ଟିମ ଅଂଶ ଗ୍ରହଣ କରିଥିବା ବେଳେ ସମୁଦାୟ ୪୨୯ ଜଣ ଖେଳାଳି ସାମିଲ ହୋଇଛନ୍ତି। ଷଷ୍ଠ ବାଟାଲିୟନ, କଟକ ବିଭିନ୍ନ  ଗ୍ରାଉଣ୍ଡରେ ଏହି ଚମ୍ପିୟାନସିପର ସମସ୍ତ ମ୍ଯାଚ ଅନୁଷ୍ଠିତ ହେଉଛି।  ବିଭିନ୍ନ ଜିଲ୍ଲା ଏବଂ ବାଟାଲିୟନ ସ୍ତରରେ ସମସ୍ତ ବସ୍କେଟ ବଲ ଓ ଭଲିବଲ  ଖେଳାଳି ମାନେ ଆଜି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି। ଆଜିର ଏହି ଉଦଘାଟନି ସମାରୋହରେ ଆଇଜିପି ଶ୍ରୀ ଗଜଭିୟେ ସତୀଶ କୁମାର, ଏଆଇଜି (ମୁଖ୍ୟାଳୟ)  ଶ୍ରୀ ତପନ ନାରାୟଣ ରଥ,ଷଷ୍ଠ ବାଟାଲିୟନ କମାଣ୍ଡାଣ୍ଟ ସୂର୍ଯ୍ୟ ନାରାୟଣ ମଲ୍ଲିକ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଶ୍ରୀ ମାନ୍ଧାତା ସାଇ ପ୍ରମୁଖ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ। ଏହି ସମାରୋହରେ ବରିଷ୍ଠ ପୋଲିସ ଅଧିକାରୀ, ସମସ୍ତ ଟିମର ଅଧିନାୟକ, ଖେଳାଳି ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ ପୋଲିସ ମୁଖ୍ୟାଳୟ 

Also Read- ଦୁର୍ନୀତିରେ ସମ୍ପୃକ୍ତି ଅଭିଯୋଗରେ ଏମସିଏଲ (MCL) ବରିଷ୍ଠ ଅଧିକାରୀ ଗିରଫ

Also Read- Lucky Zodiac Sign: ୨୩ ଜୁଲାଇରେ ମାଳବ୍ୟ ରାଜଯୋଗ, ୫ ରାଶିର ଭାଗ୍ୟ ଉଜ୍ୱଳ

Read More
{}{}