Hindi News >>Home >>Odisha State

Odisha News: ରିଲ୍ସ କରିବା ସମୟରେ ନଦୀରେ ବୁଡି ୧୬ ବର୍ଷର ଛାତ୍ର ନିଖୋଜ !

Odisha News: ପାରାଦୀପ ଅଠରବାଙ୍କୀ କାଉଡିଆ ନଦୀରେ ବୁଡି ୧୬ ବର୍ଷର ଛାତ୍ର ନିଖୋଜ। ନିଖୋଜ ହୋଇଥିବା ବାଳକ ସ୍ଥାନୀୟ ଅଠରବାଙ୍କୀ ଅଞ୍ଚଳର ତ୍ରିଲୋଚନ ଲେଙ୍କା। ଘଟଣା ସ୍ଥଳରେ ପାରାଦୀପ ଆଦର୍ଶ ଥାନା ପୋଲିସ ଓ ଓଡ୍ରାଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

Advertisement
Odisha News: ରିଲ୍ସ କରିବା ସମୟରେ ନଦୀରେ ବୁଡି ୧୬ ବର୍ଷର ଛାତ୍ର ନିଖୋଜ !
Narayan Behera|Updated: May 01, 2024, 06:22 PM IST
Share

Odisha News: ପାରାଦୀପ ଅଠରବାଙ୍କୀ କାଉଡିଆ ନଦୀରେ ବୁଡି ୧୬ ବର୍ଷର ଛାତ୍ର ନିଖୋଜ। ନିଖୋଜ ହୋଇଥିବା ବାଳକ ସ୍ଥାନୀୟ ଅଠରବାଙ୍କୀ ଅଞ୍ଚଳର ତ୍ରିଲୋଚନ ଲେଙ୍କା। ଘଟଣା ସ୍ଥଳରେ ପାରାଦୀପ ଆଦର୍ଶ ଥାନା ପୋଲିସ ଓ ଓଡ୍ରାଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ସୂଚନାନୁଯାୟୀ ପାରାଦୀପ ଅଠରବାଙ୍କୀ ପୋଲ ଉପରୁ ନଦୀକୁ ଡେଇଁ ପଡି ଛାତ୍ର ତ୍ରିଲୋଚନ ଲେଙ୍କା ନିଖୋଜ। 

ସ୍ଥାନୀୟ ଲୋକ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିବା ବେଳେ ପୋଲ ଉପରୁ ତାର ସାର୍ଟ,ଚପଲ ଓ ମୋବାଇଲ ଜବତ କରାଯାଇଛି। ତେବେ କେଉଁ କାରଣରୁ ତ୍ରୀଲୋଚନ ନଦୀକୁ ଡେଇଁଲେ ତାର ସ୍ପଷ୍ଟ ସୂଚନା ମିଳି ପାରିନଥିବା ବେଳେ ମୋବାଇଲରେ ରିଲ୍ସ କରିବା ସମୟରେ ପୋଲ ଉପରୁ ନଦୀକୁ ଖସି ପଡିଥିବା କୁହାଯାଉଛି। 

ତେବେ ଘଟଣାକୁ ନେଇ ଓଡ୍ରାଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରୀ ରଖିଥିବା ବେଳେ ଦିନ ୧୧ଟା ସମୟରେ ଏଭଳି ଘଟଣା ଘଟିଛି ବୋଲି ତାର ସମ୍ପର୍କୀୟମାନେ କହିଛନ୍ତି। ତ୍ରୀଲୋଚନ ପାରାଦୀପ କଲେଜର ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ର ଥିବା ବେଳେ ପାରାଦୀପ ଅଠରବାଙ୍କୀ ପୋଲ ଉପରୁ ନଦୀକୁ କିପରି ଓ କାହିଁକି ଡେଇଁଲେ ପୋଲିସ ତଦନ୍ତ ଚଳାଇଥିବା ବେଳେ ଓଡ୍ରାଫ ଟିମ୍ ଉଦ୍ଧାର କାର୍ଯ୍ୟ ଜାରୀ ରଖିଛି। 

Read More
{}{}