Keonjhar News: କେଉଁଝର ଜିଲ୍ଲାରେ ଏକ କଥିତ ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣା ସାରା ରାଜ୍ୟକୁ ପୁଣି ଦୋହଲାଇ ଦେଇଛି। ମଙ୍ଗଳବାର ଦିନ ପଣ୍ଡାପଡ଼ା ଥାନା ଅଞ୍ଚଳରେ ଜଣେ ୧୭ ବର୍ଷୀୟା ଝିଅର ମୃତଦେହ ତାଙ୍କ ଘର ପାଖରେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଖବର ଅନୁସାରେ ଝିଅଟି ନିଖୋଜ ହେବାର କିଛି ଘଣ୍ଟା ପରେ ମଙ୍ଗଳବାର ଦିନ ସକାଳେ ଏପରି ଝୁଲନ୍ତା ଅବସ୍ତାରେ ଦେଖିବାକୁ ମିଳିଥିଲା।
ପରିବାର ଲୋକଙ୍କ କହିବା ଅନୁଯାୟୀ, ସୋମବାର ଦିନ ବିଳମ୍ବିତ ରାତିରେ ନାବାଳିକା ଜଣକ ଶୌଚ ପାଇଁ ବାହାରକୁ ଯାଇଥିଲେ କିନ୍ତୁ ଫେରି ନଥିଲେ। ଭୋର ସମୟରେ ସ୍ଥାନୀୟ ଲୋକମାନେ ତାଙ୍କ ଘର ପାଖରେ ଥିବା ଏକ ଗଛରେ ତାଙ୍କ ମୃତଦେହ ଝୁଲୁଥିବାର ଦେଖିଥିଲେ।
ପରିବାର ଏବଂ ସ୍ଥାନୀୟ ବାସିନ୍ଦା ବିଶ୍ୱାସ କରନ୍ତି ଯେ ଝିଅଟିକୁ ହତ୍ୟା କରିବା ପୂର୍ବରୁ ନିକଟସ୍ଥ ଏକ ପରିତ୍ୟକ୍ତ ସ୍ଥାନରେ ଗଣ ଦୁଷ୍କର୍ମ କରାଯାଇଥିଲା। ଶରୀରରେ ଥିବା ଚିହ୍ନ ଏବଂ ଆଖପାଖର ଅବସ୍ଥା ଦେଖି ଏହି ସନ୍ଦେହକୁ ଆହୁରି ଘନୀଭୂତ କରିଛି। ପରଦିନ ସକାଳେ ଗାଁ ନିକଟ ଏକ ଗଛରେ ତାଙ୍କ ରକ୍ତାକ୍ତ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା।
ଘଟଣାସ୍ଥଳରୁ ରକ୍ତାକ୍ତ ପୁରୁଷ ପୋଷାକ ଏବଂ ଅନ୍ୟ କିଛି ଜିନିଷ ମଧ୍ୟ ଉଦ୍ଧାର କରାଯାଇଛି। ଯାହା ଫଳରେ ତାଙ୍କ ପରିବାର ସନ୍ଦେହ କରୁଛନ୍ତି ଯେ ତାଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥାଇପାରେ। ପୋଲିସ ବର୍ତ୍ତମାନ ଏହା ଉପରେ ଅଧିକ ତଦନ୍ତ କରୁଛି। ବର୍ତ୍ତମାନ ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ସବୁ କିଛି ଜଣା ପଡିବ।
କେଉଁଝର ସଦର ଏସଡିପିଓ କହିଛନ୍ତି, "ଏହି ଘଟଣା ସମ୍ପର୍କରେ ପୋଲିସ ଦୁଇ ଜଣଙ୍କୁ ପଚରାଉଚରା ପାଇଁ ଅଟକ ରଖିଛି। ମୃତ୍ୟୁର ସଠିକ୍ କାରଣ ନିର୍ଣ୍ଣୟ କରିବା ପାଇଁ ଆମେ ପୋଷ୍ଟମର୍ଟମ୍ ରିପୋର୍ଟକୁ ଅପେକ୍ଷା କରିଛୁ।"
କହିରଖୁଛୁ ଯେ ନିକଟରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିରେ ଜଣେ ୨୦ ବର୍ଷୀୟା ଯୁବତୀଙ୍କ ସହ ଗଣଦୁଷ୍କର୍ମ ଘଟଣା ପରେ ଆସିଛି। ଯାହା ସମସ୍ତଙ୍କୁ ଚକିତ କରାଇଛି।