Home >>Odisha State

Parikrama Prakalpa: ଶ୍ରୀମନ୍ଦିର ପ୍ରକଳ୍ପ ଲୋକାର୍ପଣ ଉତ୍ସବ: ଗଜପତିଙ୍କ ଅଧ୍ଯକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ: ଆସନ୍ତା ୧୭ ତାରିଖରେ ଲୋକାର୍ପିତ ହେବ ପୁରୀ ପରିକ୍ରମା ପ୍ରକଳ୍ପ। ଏହାର ଅବ୍ୟବହିତ ସମୟ ପୂର୍ବରୁ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀନହରରେ ହୋଇଥିବା ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ପରିଚାଳନା କମିଟିର ସଦସ୍ୟ, ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀମ

Advertisement
Parikrama Prakalpa: ଶ୍ରୀମନ୍ଦିର ପ୍ରକଳ୍ପ ଲୋକାର୍ପଣ ଉତ୍ସବ: ଗଜପତିଙ୍କ ଅଧ୍ଯକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ
Zee Odisha Desk|Updated: Jan 04, 2024, 02:39 PM IST
Share

Parikrama Prakalpa: ପୁରୀ: ଆସନ୍ତା ୧୭ ତାରିଖରେ ଲୋକାର୍ପିତ ହେବ ପୁରୀ ପରିକ୍ରମା ପ୍ରକଳ୍ପ। ଏହାର ଅବ୍ୟବହିତ ସମୟ ପୂର୍ବରୁ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀନହରରେ ହୋଇଥିବା ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ପରିଚାଳନା କମିଟିର ସଦସ୍ୟ, ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। 

ଏଠାରେ କହି ରଖୁ କି ଏହି ପରିକ୍ରମା ପ୍ରକଳ୍ପ ପାଇଁ ଦେଶ ତଥା ଦେଶ ବାହାରର ବିଭିନ୍ନ ଦେବାଦେବୀଙ୍କୁ ନିମନ୍ତ୍ରଣ ପ୍ରକ୍ରିୟା ଜାରି ରହିଛି। ସେପଟେ ଆସନ୍ତା ୧୨ ତାରିଖରେ ସନ୍ଧ୍ୟାରେ ଶ୍ରୀନହରରେ ଗଜପତି ଦିବ୍ୟସିଂହ ଦେବଙ୍କ ଦ୍ୱାରା ଗୁଆ ଟେକାଯାଇ ଯଜ୍ଞ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଶ୍ରୀମନ୍ଦିର ରାଜପୁରୋହିତଙ୍କ ପରାମର୍ଶ କ୍ରମେ ଗଜପତି ଦିବ୍ୟସିଂହ ଦେବଙ୍କ ରାଶି ଓ ନକ୍ଷତ୍ରକୁ ନେଇ ଯଜ୍ଞ ଆରମ୍ଭ ହେବ। ଆସନ୍ତା ଜାନୁଆରୀ ୧୫ ତାରିଖ ସକାଳ ୭ଟାରେ ଶ୍ରୀମନ୍ଦିର ଐସାନ୍ୟ କୋଣରେ ଅଙ୍କୁରାରୋପଣ କରାଯିବ। ୧୭ ତାରିଖ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେବେ।

Read More
{}{}