Hindi News >>Home >>Odisha State

Puri News: 'ବୃଦ୍ଧ ପିତାମାତାଙ୍କୁ ଯଥୋଚିତ ସମ୍ମାନ ଦେବା ଉଚିତ୍ '

Puri News: ଯେଉଁ ପିତାମାତା ଆମକୁ ଜନ୍ମ ଦେଇଥିଲେ ଲାଳନପାଳନ କରି ମଣିଷ କରିଥିଲେ ସେମାନଙ୍କୁ ବୃଦ୍ଧ ଅବସ୍ଥାରେ ହତାଦର କରିବା ମହାପାପ। ହେଲେ ଆଧୁନିକ ସମାଜରେ ବୃଦ୍ଧ ବାପାମାଆଙ୍କ ପ୍ରତି ଏଭଳି ଘୃଣ୍ୟ କାର୍ଯ୍ୟ ନିଜ ସନ୍ତାନମାନେ କରୁଥିବା ଦେଖିବାକୁ ମିଳୁଛି। 

Advertisement
Puri News: 'ବୃଦ୍ଧ ପିତାମାତାଙ୍କୁ ଯଥୋଚିତ ସମ୍ମାନ ଦେବା ଉଚିତ୍ '
Zee Odisha Desk|Updated: Jan 28, 2024, 01:45 PM IST
Share

Puri News: ଯେଉଁ ପିତାମାତା ଆମକୁ ଜନ୍ମ ଦେଇଥିଲେ ଲାଳନପାଳନ କରି ମଣିଷ କରିଥିଲେ ସେମାନଙ୍କୁ ବୃଦ୍ଧ ଅବସ୍ଥାରେ ହତାଦର କରିବା ମହାପାପ। ହେଲେ ଆଧୁନିକ ସମାଜରେ ବୃଦ୍ଧ ବାପାମାଆଙ୍କ ପ୍ରତି ଏଭଳି ଘୃଣ୍ୟ କାର୍ଯ୍ୟ ନିଜ ସନ୍ତାନମାନେ କରୁଥିବା ଦେଖିବାକୁ ମିଳୁଛି। ନିଜ ସନ୍ତାନମାନଙ୍କ ଅତ୍ୟାଚାର ସହି ନ ପାରି, ବାର୍ଦ୍ଦକ୍ୟ କାଳରେ ଅନେକ ପିତାମାତା ନିଜ ପରିବାର ଛାଡି ବୃଦ୍ଧାଶ୍ରମ (old age home)ପଳାଇ ଆସିଥାନ୍ତି । ମାତ୍ର ଏହି ବେସାହାରା ବାପାମାଆ ମାନଙ୍କୁ ସ୍ନେହ ଶ୍ରଦ୍ଧା ଆଉ ଭକ୍ତିର ସହ ଆପଣାଇ ନେଇଥାନ୍ତି ସମାଜରେ ଗଢିଉଠିଥିବା ବୃଦ୍ଧାଶ୍ରମ ସଂଗଠନ। 

ଏହି ଭଳି ପୁରୀର ଏକ ଅଗ୍ରଣୀ ଅନୁଷ୍ଠାନ ଆଶ୍ବସ୍ତି ଫାଉଣ୍ଡେସନ ଟ୍ରଷ୍ଟ ଚଳିତବର୍ଷ ତୃତୀୟ ବାର୍ଷିକ ଉତ୍ସବ ପାଳନ କରିଛି। ଏହି ଅନୁଷ୍ଠାନର ମୁଳମନ୍ତ ହେଉଛି ପରିବାର ଠାରୁ ଅଲଗା ହୋଇଯାଇଥିବା ବୃଦ୍ଧ ପିତାମାତାଙ୍କୁ ଆଶ୍ରୟ ଦେବା ଓ ପରେ ପରିବାର ସହ ଉପଯୁକ୍ତ ଭାବେ କାଉସେଲିଂ କରି ପୁଣି ପରିବାରରେ ଛାଡିବା। ଆଉ ସେତିକି ନୁହେଁ ପ୍ରତିମାସ ଏହି ଅନୁଷ୍ଠାନ ସେମାନଙ୍କ ଘରକୁ ଯାଇ ସେମାନେ କିଭଳି ଅଛନ୍ତି ତାହାର ବୁଝାଶୁଝା କରିଥାନ୍ତି। ତେବେ ପୁରୀ ସଂସ୍କୃତି ଭବନରେ ଆୟୋଜିତ ବାର୍ଷିକ ଉତ୍ସବରେ ଆଶ୍ବସ୍ତି ଫାଉଣ୍ଡେସନ ଟ୍ରଷ୍ଟର ଅନ୍ତେବାସୀ ପିତାମାତା ମାନଙ୍କୁ ଉଚିତ ସମ୍ମାନ ପ୍ରଦାନ କରାଯାଇଛି। 

ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସହରର କିଛି ସମାଜସେବୀ ମାନଙ୍କୁ ଆମନ୍ତ୍ରିତ କରାଯାଇ ସମ୍ମାନିତ କରାଯାଇଛି। ତେବେ ସମାଜରେ ଯେଉଁମାନେ ନିଜ ବୃଦ୍ଧ ପିତାମାତାଙ୍କୁ ଦେବତୁଲ୍ୟ ମନେକରି ସେମାନଙ୍କ ସେବା କରୁଛନ୍ତି ସେହି ପରି କିଛି ଲୋକ ମାନଙ୍କୁ ଆମନ୍ତ୍ରିତ କରି ସମ୍ମାନିତ କରାଯାଇଛି। ଆଶ୍ବସ୍ତି ଫାଉଣ୍ଡେସନ ଟ୍ରଷ୍ଟର ସଭାପତି ଦୀପକ ପଣ୍ଡା ବାର୍ଷିକୋତ୍ସବକୁ ପରିଚାଳନା କରିବା ଅବସରରେ ବୃଦ୍ଧ ପିତାମାତାଙ୍କ ପ୍ରତି ଯଥୋଚିତ ସମ୍ମାନ ଦେବାକୁ ପରାମର୍ଶ ଦେଇଛନ୍ତି। ଆମେ ପିତାମାତାଙ୍କୁ ଯେଭଳି ବ୍ଯବହାର ଦେଖାଇବା ଆମ ପିଲାମାନେ ମଧ୍ୟ ଆମକୁ ସେହିଭଳି ବ୍ଯବହାର ଦେଖାଇବେ ବୋଲି କହିଛନ୍ତି। ଏହି ବାର୍ଷିକୋତ୍ସବରେ ଅନୁଷ୍ଠାନର କୁନି କଳାକାର ମାନେ ନୃତ୍ୟ ପରିବେଷଣ କରିଥିଲେ। ତେବେ କାର୍ଯ୍ଯକ୍ରମରେ ବିଧାୟକ ଜୟନ୍ତ ଷଡଙ୍ଗୀ, ଚଳଚ୍ଚିତ୍ର ଅଭିନେତା ପ୍ରଦ୍ଯୁମ୍ନ ଲେଙ୍କାଙ୍କ ସହ ବହୁ ବିଶିଷ୍ଟ ଅତିଥି ମାନେ ଯୋଗ ଦେଇଥିଲେ।

Read More
{}{}