Home >>Odisha State

Puri News: ଆଜି ସୋମବାରରେ ଏକାଦଶୀ; ଶ୍ରୀମନ୍ଦିରରେ ବିଶେଷ ନୀତି

ଭୁବନେଶ୍ୱର: ଶ୍ରୀ ଜଗନ୍ନାଥ ମନ୍ଦିରରେ ଆଜି ବିଶେଷ ନୀତି ପାଳନ କରାଯିବ। ଏହିନୀତି ଜୟ ବିଜୟ ଦ୍ୱାରଠାରେ ଅନୁଷ୍ତଠିତ ହେବ।  ହରିଶୟନ ଏକାଦଶୀଠାରୁ ହରି ଉତ୍‍ଥାପନ ଏକାଦଶୀ ଭିତରେ ଯଦି ସୋମବାରଦିନ ଏକାଦଶୀ ପଡ଼େ ତାହାକୁ ସ୍ୱତନ୍ତ୍ର ପରମ୍ପରାରେ ଆଜି ପାଳନ କରାଯାଇଥାଏ। ସେହି ଏକାଦଶୀକୁ ଶମ୍ଭୁ ଏକାଦଶୀ ବୋଲି କୁହାଯାଏ। ଏହି ନୀତିରେ ହରିହରଙ୍କ ଭ

Advertisement
Puri News: ଆଜି ସୋମବାରରେ ଏକାଦଶୀ; ଶ୍ରୀମନ୍ଦିରରେ ବିଶେଷ ନୀତି
Prabhudatta Moharana|Updated: Oct 28, 2024, 10:00 AM IST
Share

Puri News: ଭୁବନେଶ୍ୱର: ଶ୍ରୀ ଜଗନ୍ନାଥ ମନ୍ଦିରରେ ଆଜି ବିଶେଷ ନୀତି ପାଳନ କରାଯିବ। ଏହିନୀତି ଜୟ ବିଜୟ ଦ୍ୱାରଠାରେ ଅନୁଷ୍ତଠିତ ହେବ।  ହରିଶୟନ ଏକାଦଶୀଠାରୁ ହରି ଉତ୍‍ଥାପନ ଏକାଦଶୀ ଭିତରେ ଯଦି ସୋମବାରଦିନ ଏକାଦଶୀ ପଡ଼େ ତାହାକୁ ସ୍ୱତନ୍ତ୍ର ପରମ୍ପରାରେ ଆଜି ପାଳନ କରାଯାଇଥାଏ। ସେହି ଏକାଦଶୀକୁ ଶମ୍ଭୁ ଏକାଦଶୀ ବୋଲି କୁହାଯାଏ। ଏହି ନୀତିରେ ହରିହରଙ୍କ ଭେଟ ହେବା ରୀତି ରହିଛି। 

ସାଧାରଣତଃ ଅନ୍ୟ ସମୟରେ ସୋମବାର ଏକାଦଶୀ ପଡ଼ିଲେ ସେହି ଶମ୍ଭୁ ଏକାଦଶୀକୁ ପୁରୀର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ଲୋକନାଥଙ୍କ ପାଖରେ ପାଳନ କରାଯାଇଥାଏ। କିନ୍ତୁ ଆଜି ଏହି ସ୍ୱତନ୍ତ୍ର ନୀତି ଶ୍ରୀ ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହେବ। ପରମ୍ପରା ଅନୁସାରେ ଶ୍ରୀ ଲୋକନାଥ ମନ୍ଦିରରୁ ଚଳନ୍ତି ପ୍ରତିମା ଶ୍ରୀ ଜଗନ୍ନାଥ ମନ୍ଦିରକୁ ଆସିଥାଆନ୍ତି। ଏଠାରେ ହରିହର ଭେଟ ଅନୁଷ୍ଠିତ ହୋଇଥାଏ। କିନ୍ତୁ ୧୯୮୨ ମସିହାରୁ ଏହି ନୀତି ବନ୍ଦ ରହିଛି। ଏଣୁ କେବଳ ପରମ୍ପରା ଅନୁସାରେ ଜୟ୍ର ବିଜୟ ଦ୍ୱାର ନିକଟରେ ପ୍ରତୀକ ନୀତି ପାଳନ କରାଯାଇ ଆସୁଛି।

Read More
{}{}