Home >>Odisha State

Aadhar Updates: ୬ ମାସକୁ ଥରେ ଆଧାର କ୍ୟାମ୍ପ, ବାୟୋମାଟ୍ରିକ୍‍କୁ ବାଦ୍‍ ଦେଇ ହୋଇପାରିବ ଆଧାର

ଭୁବନେଶ୍ୱର: ପ୍ରତି ୬ ମାସରେ ଥରେ ଅର୍ଥାତ୍‍ ବର୍ଷକୁ ଦୁଇଥର ଆଧାର ସଂଶୋଧନ ପାଇଁ ପଞ୍ଚାୟତରେ କ୍ୟାମ୍ପ ପଡ଼ିବ। ଏପରିକି ଭିନ୍ନକ୍ଷମ ଲୋକଙ୍କ ଆଧାର ସଂଶୋଧନ ଲାଗି ସରକାର ସ୍ବତନ୍ତ୍ର  ବ୍ୟବସ୍ଥାକୁ ଲାଗୁ କରିବା ଲାଗି ବ୍ୟାପକ କରିବା ଲାଗି ସରକାର ପଦକ୍ଷେପ ନେବେ।

Advertisement
Aadhar Updates: ୬ ମାସକୁ ଥରେ ଆଧାର କ୍ୟାମ୍ପ, ବାୟୋମାଟ୍ରିକ୍‍କୁ  ବାଦ୍‍ ଦେଇ ହୋଇପାରିବ ଆଧାର
Prabhudatta Moharana|Updated: Feb 18, 2025, 07:14 AM IST
Share

Aadhar Updates: ଭୁବନେଶ୍ୱର: ପ୍ରତି ୬ ମାସରେ ଥରେ ଅର୍ଥାତ୍‍ ବର୍ଷକୁ ଦୁଇଥର ଆଧାର ସଂଶୋଧନ ପାଇଁ ପଞ୍ଚାୟତରେ କ୍ୟାମ୍ପ ପଡ଼ିବ। ଏପରିକି ଭିନ୍ନକ୍ଷମ ଲୋକଙ୍କ ଆଧାର ସଂଶୋଧନ ଲାଗି ସରକାର ସ୍ବତନ୍ତ୍ର  ବ୍ୟବସ୍ଥାକୁ ଲାଗୁ କରିବା ଲାଗି ବ୍ୟାପକ କରିବା ଲାଗି ସରକାର ପଦକ୍ଷେପ ନେବେ। ଏହି ସମୟରେ ଯେଉଁମାନଙ୍କ ବାୟୋମାଟ୍ରିକ୍‍ ବ୍ୟବସ୍ଥାରେ ସଂଶୋଧନ କାର୍ଯ୍ୟ ହୋଇପାରୁ ନାହିଁ ସେମାନଙ୍କୁ ସୁବିକଳ୍ପ ଯୋଗ ମିଳିବ ବୋଲି ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି। 

ବାୟୋମାଟ୍ରିକ୍‍ ସଂଶୋଧନ ନ ହୋଇପାରିବା କାରଣରୁ ଅନେକ ବୃଦ୍ଧା ଓ ଭିନ୍ନକ୍ଷମ ସରକାରୀ ସୁବିଧା ପାଇପାରୁ ନାହାନ୍ତି ବୋଲି ଆଜି ବିଧାନସଭାରେ ବିଧାୟକମାନେ ଅଭିଯୋଗ ଆଣିଥିଲେ। ଏପରିକି ବାଚସ୍ପତି ମଧ୍ୟ ୮୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନଙ୍କ ଆଖିପିତ୍ତୁଳା ତଥା ଆଙ୍ଗୁଠି ଛାପକୁ ଠିକଣା ଭାବେ ସଂଗ୍ରହ କରାଯାଇପାରୁ ନଥିବାରୁ ଉଦବେଗ ପ୍ରକାଶ କରିଥିଲେ। ବିଧାୟକମାନେ ଏ ପ୍ରକାର ସମସ୍ୟାର ସମାଧାନ ଲାଗି ଓକାକ୍‍କୁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଦିଅନ୍ତୁ ବୋଲି ଦାବି କରିଥିଲେ। 

ଉତ୍ତରରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଥିଲେ, ବ୍ୟବସ୍ଥା ଭିତରେ ବାୟୋ ମାଟ୍ରିକ୍‍କୁ ବାଦ୍‍ ଦେଇ ଆଧାର ପ୍ରସ୍ତୁତି ଲାଗି ବିଧି ରହିଛି। ଏଥିଲାଗି ସମ୍ପୃକ୍ତ ମସିନରେ ବ୍ୟବସ୍ଥା ଥିବା କହିବା ସହ ମନ୍ତ୍ରୀ କହିଛନ୍ତି, ବ୍ଲକ୍‍ ସ୍ତରରେ ଏଥିଲାଗି ବ୍ୟବସ୍ଥା ରହିଛି । ପ୍ରତି ବ୍ଲକ୍‍କୁ ସମ୍ପୃକ୍ତ ମସିନ୍‍ ନେଇ କର୍ମଚାରୀ ଯିବେ। ସେମାନେ ୬ ମାସକୁ ଥରେ ବ୍ଲକ୍‍ ଗସ୍ତରେ ଯିବେ। ଭ୍ରାମ୍ୟମାଣ ଗାଡ଼ି ମାଧ୍ୟମରେ ଏହି ବ୍ୟବସ୍ଥା ପହଞ୍ଚିବ ସମ୍ପୃକ୍ତ ଲୋକଙ୍କ ପାଖରେ ପହଞ୍ଚିବ ବୋଲି ସେ କହିଛନ୍ତି।

Read More
{}{}