Hindi News >>Home >>Odisha State

ଫାର୍ମରୁ ଘୁଷୁରୀ ଚୋରି ଘଟଣାରେ ଯୁବକ ଗିରଫ, ଟାଟା ଏସି ଗାଡ଼ି ସହ ୧୩ଟି ଘୁଷୁରି ଜବତ

Police arrest: ଥାନାରେ ଏକ କେସ ନଂ ୩୫୧/୨୪ ରେ ମାମଲା ରୁଜ୍ଜୁ କରି ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୁଲିସ। ଅନ୍ୟପଟେ ଏହି ଘଟଣାରେ ସଂପୃକ୍ତ ଅନ୍ୟ ୨/୩ଜଣ ସହଯୋଗୀ ଫେରାର ହୋଇଯାଇଛନ୍ତି।

Advertisement
ଫାର୍ମରୁ ଘୁଷୁରୀ ଚୋରି ଘଟଣାରେ ଯୁବକ ଗିରଫ, ଟାଟା ଏସି ଗାଡ଼ି ସହ ୧୩ଟି ଘୁଷୁରି ଜବତ
Zee Odisha Desk|Updated: Sep 11, 2024, 12:11 PM IST
Share

ଭୁବନେଶ୍ୱର: ଜଟଣୀ ଥାନା ଅଂଚଳରେ ଜଣେ ବ୍ୟକ୍ତିଙ୍କ ଘୁଷୁରୀ ଫାର୍ମରୁ ଘୁଷୁରୀ ଚୋରି କରିବା ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତ ହେଲା ଖୋର୍ଦ୍ଧା ନିରାକାରପୁରର କୁନା ରାଉଳ(୨୪)। ତା ନିକଟରୁ ୧୩ଟି ଘୁଷୁରୀ ସହ ଟାଟା ଏସି ଗାଡ଼ି ଜବତ କରିଛି ପୁଲିସ। ଅନ୍ୟପଟେ ଚୋରି ବେଳେ ଅଭିଯୁକ୍ତର ଅନ୍ୟ ସହଯୋଗୀ ମାନେ ଫେରାର ଥିବା ଜଣାପଡ଼ିଛି। 

ସୂଚନାଯୋଗ୍ୟ ଯେ, ଜଟଣୀ ଥାନା ଅନ୍ତର୍ଗତ ଜଟଣୀ ମନ୍ଦିର ପଛପଟେ ଅଭିଯୋଗକାରୀ ସୁଶାନ୍ତ ପାତ୍ରଙ୍କର ଏକ ଘୁଷୁରୀ ଫାର୍ମ ରହିଛି। ଗତକାଲି ସକାଳେ ଫାର୍ମରେ ୧୩ଟି ଘୁଷୁରୀ କମ ଥିବା ଜାଣିବାକୁ ପାଇଥିଲେ। ଏହାକୁ ନେଇ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବାରୁ ଅଭିଯୁକ୍ତ ଓ ତାର କିଛି ସହଯୋଗୀ ମିଶି ଚୋରି ଘୁଷୁରୀକୁ ବିକ୍ରି କରିବାକୁ ନେଉଥିଲେ। ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବିରୋଧ କରିଥିଲେ। ଅଭିଯୁକ୍ତ ମାନେ ଶ୍ରୀ ପାତ୍ରଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରି ଧମକ ଦେଇଥିଲେ। 

ଯାହାକୁ ନେଇ ଅଭିଯୋଗକାରୀ ପାଟିତୁଣ୍ଡ କରିବାରୁ ଘଟଣାସ୍ଥଳରେ ସ୍ଥାନୀୟ କିଛି ଯୁବକ ପହଞ୍ଚି ଅଭିଯୁକ୍ତକୁ କାବୁ କରିବା ସହ ଗାଡ଼ି ଓ ଘୁଷୁରୀ ଗୁଡ଼ିକୁ ଅଟକ ରଖିଥିଲେ। ପରେ ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ଥାନାରେ ଏକ କେସ ନଂ ୩୫୧/୨୪ ରେ ମାମଲା ରୁଜ୍ଜୁ କରି ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୁଲିସ। ଅନ୍ୟପଟେ ଏହି ଘଟଣାରେ ସଂପୃକ୍ତ ଅନ୍ୟ ୨/୩ଜଣ ସହଯୋଗୀ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବାକୁ ପୁଲିସ ବିଭିନ୍ନ ଆଡ଼େ ଚଢ଼ଉ କରୁଥିବା ଜଣାପଡ଼ିଛି।

Read More
{}{}