Hindi News >>Home >>Odisha State

Cabinet Brief: ଗୋପାଳପୁର ବନ୍ଦର କିଣିବ ଆଦାନୀ, ପ୍ରସ୍ତାବକୁ ଅନୁମୋଦନ କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ବାର୍ଷିକ ୨୫ ମେଟ୍ରିକ୍‍ ଟନ୍‍  କାର୍ଗୋ ପରିଚାଳନା କ୍ଷମତା ରଖିଥିବା ଗୋପାଳପୁର ବନ୍ଦରକୁ ଆଦାନୀ ପୋର୍ଟର୍ସ କିଣିବ। ଏହାଦ୍ୱାରା ବନ୍ଦରର ପୂର୍ଣ୍ଣ କ୍ଷମତା ଉପଯୋଗ ହୋଇପାରିବା ସହ ରାଜ୍ୟର ଅର୍ଥନୀତିକ ବିକାଶ ହୋଇପାରିବ ବୋଲି ଆଶା କରିଛନ୍ତି ରାଜ୍ୟ ସରକାର। ଏବେ ରାଜ୍ୟରେ ଆଦାନୀ ଧାମରା ବନ୍ଦରକୁ ପରିଚାଳନା କରୁଛି। 

Advertisement
Cabinet Brief: ଗୋପାଳପୁର ବନ୍ଦର କିଣିବ ଆଦାନୀ, ପ୍ରସ୍ତାବକୁ ଅନୁମୋଦନ କଲେ ଓଡ଼ିଶା ସରକାର
Zee Odisha Desk|Updated: Sep 12, 2024, 12:03 PM IST
Share

Cabinet Brief: ଭୁବନେଶ୍ୱର: ବାର୍ଷିକ ୨୫ ମେଟ୍ରିକ୍‍ ଟନ୍‍  କାର୍ଗୋ ପରିଚାଳନା କ୍ଷମତା ରଖିଥିବା ଗୋପାଳପୁର ବନ୍ଦରକୁ ଆଦାନୀ ପୋର୍ଟର୍ସ କିଣିବ। ଏହାଦ୍ୱାରା ବନ୍ଦରର ପୂର୍ଣ୍ଣ କ୍ଷମତା ଉପଯୋଗ ହୋଇପାରିବା ସହ ରାଜ୍ୟର ଅର୍ଥନୀତିକ ବିକାଶ ହୋଇପାରିବ ବୋଲି ଆଶା କରିଛନ୍ତି ରାଜ୍ୟ ସରକାର। ଏବେ ରାଜ୍ୟରେ ଆଦାନୀ ଧାମରା ବନ୍ଦରକୁ ପରିଚାଳନା କରୁଛି। 

୨୦୦୬ ମସିହାରେ ଗୋପାଳପୁର ବନ୍ଦରକୁ ରାଜ୍ୟ ସରକାର ଏକ ଘରୋଇ କମ୍ପାନୀକୁ ନିର୍ମାଣ, ପରିଚାଳନା ଏବଂ ହସ୍ତାନ୍ତର ଯୋଜନା ଆଧାରରେ ୩୦ ବର୍ଷ ପାଇଁ ମାଲିକାନା ପ୍ରଦାନ କରିଥିଲେ। ଏହି କମ୍ପାନୀରେ ଏବେ ଏହି ବନ୍ଦରରେ ଓଡ଼ିଶା ଷ୍ଟିଭେଡର୍ସ ଏବଂ ସପୁରଜୀ ପାଲୋନଜୀ ଗ୍ରୁପ୍‍ ରହିଛନ୍ତି। ନୂତନ ପ୍ରସ୍ତାବ ଅନୁସାରେ ସପୁରଜୀ ପାଲୋନଜୀ ଏହାର ମାଲିକାନାକୁ ସମ୍ପୂର୍ଣ୍ଣ ଭାବେ ଆଦାନୀକୁ ହସ୍ତାନ୍ତର କରିବ। ଓଡ଼ିଶା ଷ୍ଟିଭେଡର୍ସ ଏହି ବନ୍ଦରରେ କେବଳ ୫ ପ୍ରତିଶତ ଅଂଶଧନରେ ସୀମିତ ରହିବ। ଅର୍ଥାତ୍‍ ୯୫ ପ୍ରତିଶତ ଅଂଶଧନ ଆଦାନୀ ବନ୍ଦର ଏବଂ ଏସ୍‍ଇଜେଡ୍‍ କମ୍ପାନୀକୁ କିଣିବା ଲାଗି ସରକାର ଅନୁମୋଦନ ଦେଇଛନ୍ତି।  ଏବେ ସାପୁଜୀ ପାଖରେ ୪୪ ପ୍ରତିଶତ ଅଂଶଧନ ରହିଛି। ଏହିକ୍ରମରେ ଆସନ୍ତା ୬୦ ଦିନ ଭିତରେ ଆବଶ୍ୟକ ଚୁକ୍ତିନାମା ସ୍ୱାକ୍ଷର ହେବାକୁ ମନ୍ତ୍ରିମଣ୍ଡଳ ଅନୁମୋଦନ କରିଥିବା ମୁଖ୍ୟ ସଚିବ ମନୋଜ ଆହୁଜା ସୂଚନା ଦେଇଛନ୍ତି। 

ପରିବହନ ବିଭାଗର  ମୁଖ୍ୟ ସଚିବ ଉଷା ପାଢ଼ୀ ଏହି ଅବସରରେ ବିସ୍ତୃତ ସୂଚନା ଦେଇ କହିଛନ୍ତି ‘ଗୋପାଳପୁର ବନ୍ଦରର ୯୫ ପ୍ରତିଶତ ଆଦାନୀ କୁ ହସ୍ତାନ୍ତରଣ ପ୍ରସ୍ତାବକୁ ରାଜ୍ୟ ମନ୍ତ୍ରିମଣ୍ଡଳ ଅନୁମୋଦନ କରିଛନ୍ତି। ଅନେକ ଦିନ ହେଲା ଏହି ବନ୍ଦର ପୂର୍ଣ୍ଣ କ୍ଷମତାକୁ ଉପଯୋଗ କରିପାରୁ ନାହିଁ।   ଏବେ କେବଳ କିଛି କାର୍ଗୋ ହ୍ୟାଣ୍ଡଲ କରୁଛି। ଅଧିକ ସଂଖ୍ୟାରେ କାର୍ଗୋ ହ୍ୟାଣ୍ତଲ କରିବା, ବିସ୍ତାର କରିବା ପାଇଁ ଉଦ୍ଦିଷ୍ଟ । ଏହାଦ୍ୱାରା ରାଜ୍ୟର ଅର୍ଥନୀତିକ ବିକାଶ ହୋଇପାରିବ। ଏହାସହ ଏହାର ପାଖାପାଖି ଅଞ୍ଚଳରେ ଶିଳ୍ପ ଅନୁଷ୍ଠାନ ଖୋଲିବା ପାଇଁ ଏହା ସହାୟକ ହେବ। ରାଜସ୍ୱର ୭.୫ ପ୍ରତିଶତ ରାଜ୍ୟକୁ ମିଳିପାରିବ। ଯୁବା ବର୍ଗଙ୍କୁ ନିଯୁକ୍ତି ମିଳିବ’। 

 ଆଜିର  ମନ୍ତ୍ରିମଣ୍ଡଳର ବୈଠକ ଏହି ସରକାର ଗଠନର ସପ୍ତମ ବୈଠକ ଥିଲା। ଏଥିରେ ୩ଟି  ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାରିତ ହୋଇଛି। ପ୍ରଥମ ପ୍ରସ୍ତାବରେ ଗୋପାଳପୁର ବନ୍ଦରରେ ଅଂଶୀଦାର ପରିବର୍ତ୍ତନକୁ ସରକାର ଅନୁମୋଦନ କରିଥିବା ବେଳେ  ଦ୍ୱିତୀୟ ପ୍ରସ୍ତାବରେ ସରକାରୀ କର୍ମଚାରୀଙ୍କୁ ବିଶେଷ ଆଶ୍ୱାସନା ଦେଇଛନ୍ତି ସରକାର। ଏଣିକି କୌଣସି ସରକାରୀ କର୍ମଚାରୀ ବା ଅଧିକାରୀଙ୍କ ମୃତ୍ୟୁ ଘଟିଲେ ତାଙ୍କ ପରିବାରର ବିବାହିତା ଝିଅ  ଏବା ସାବତ ମଧ୍ୟ ବାପା ବା ମା’ଙ୍କ ଚାକିରି ପାଇଁ ଆବେଦନ କରିପାରିବେ।  ଅନୁକମ୍ପାମୂଳକ ଏହି ଚାକିରି ପାଇଁ ପୂର୍ବରୁ କେବଳ ପୁଅ ବା ଅବିବାହିତ ଝିଅଙ୍କୁ ସୁଯୋଗ ମିଳୁଥିଲା। 

ତୃତୀୟ ଅନୁମୋଦନରେ ରାଜ୍ୟ ସରକାରଙ୍କ ମନ୍ତ୍ରିମଣ୍ଡଳ ଅଗ୍ନିବୀରଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ଏହି ଯୋଜନାରେ ଭାରତୀୟ ସେନାର ସେବା କରି ଫେରୁଥିବା ଯୁବକଙ୍କୁ ରାଜ୍ୟ ସରକାରଙ୍କ ପୁଲିସ, ଅଗ୍ନିଶମ ଏବଂ ଜଙ୍ଗଲ ବିଭାଗର କର୍ମଚାରୀ ନିଯୁକ୍ତିରେ ସଂରକ୍ଷଣ ଦିଆଯିବ। ଏହି ସଂରକ୍ଷଣ ମାତ୍ରା ୧୦ ପ୍ରତିଶତ ରଖିବାକୁ ରାଜ୍ୟ ମନ୍ତ୍ରିମଣ୍ଡଳ ଅନୁମୋଦନ କରିଥିବା କହିଛନ୍ତି ମୁଖ୍ୟ ସଚିବ ଶ୍ରୀ ଆହୁଜା।

Read More
{}{}