Hindi News >>Home >>Odisha State

Odisha News: ଓଡ଼ିଶା ଗାଁରେ ଆନ୍ଧ୍ର ସୁବିଧା, ମିଳୁଛି ମୌଳିକ ସୁବିଧା ସହ ଆଉ କେତେ କ'ଣ

Odisha News: ଗାଁ ହେଉଛି ଓଡ଼ିଶାର, କିନ୍ତୁ ସୁବିଧା ପାଉଛନ୍ତି ଆନ୍ଧ୍ରରୁ (Andhra)। ଓଡ଼ିଶା ସରକାରଙ୍କ ଯୋଜନା ଏଠି ଅପହଞ୍ଚ। କିନ୍ତୁ ଆନ୍ଧ୍ର ସରକାରଙ୍କ ସମସ୍ତ ଯୋଜନାର ଲାଭ ପାଇଛନ୍ତି ଲୋକେ। ଆଗରୁ ଅନେକ ଯୋଜନା ମାଧ୍ୟମରେ ଲୋକେ ସୁବିଧା ପାଇଥିବାବେଳେ ଏବେ ଏହି ଗାଁର ଲୋକଙ୍କୁ 'ୱାଇଏସ ଆରଆରୋଗ୍ୟଶ୍ରୀ' (YSR AROGYA SRI) କାର୍ଡ ପ୍ରଦାନ କରା ଯାଇଛି। 

Advertisement
Odisha News: ଓଡ଼ିଶା ଗାଁରେ ଆନ୍ଧ୍ର ସୁବିଧା, ମିଳୁଛି ମୌଳିକ ସୁବିଧା ସହ ଆଉ କେତେ କ'ଣ
Zee Odisha Desk|Updated: Jan 06, 2024, 04:07 PM IST
Share

(କୋରାପୁଟ୍, ନିରୋଜ ଶତପଥୀ) Odisha News: ଗାଁ ହେଉଛି ଓଡ଼ିଶାର, କିନ୍ତୁ ସୁବିଧା ପାଉଛନ୍ତି ଆନ୍ଧ୍ରରୁ (Andhra)। ଓଡ଼ିଶା ସରକାରଙ୍କ ଯୋଜନା ଏଠି ଅପହଞ୍ଚ। କିନ୍ତୁ ଆନ୍ଧ୍ର ସରକାରଙ୍କ ସମସ୍ତ ଯୋଜନାର ଲାଭ ପାଇଛନ୍ତି ଲୋକେ। ଆଗରୁ ଅନେକ ଯୋଜନା ମାଧ୍ୟମରେ ଲୋକେ ସୁବିଧା ପାଇଥିବାବେଳେ ଏବେ ଏହି ଗାଁର ଲୋକଙ୍କୁ 'ୱାଇଏସ ଆରଆରୋଗ୍ୟଶ୍ରୀ' (YSR AROGYA SRI) କାର୍ଡ ପ୍ରଦାନ କରା ଯାଇଛି। ଗାଁର ସମସ୍ତ ପରିବାର ଆନ୍ଧ୍ରର ସ୍ୱାସ୍ଥ୍ୟ କାର୍ଡ ପାଇଥିବା ଲୋକେ କହିଛନ୍ତି। କିନ୍ତୁ ଓଡ଼ିଶାର ବିଏସକେୱାଇ (BSKY) ସ୍ୱାସ୍ଥ୍ୟ କାର୍ଡ କିଛି ଲୋକଙ୍କୁ ମିଳିଥିବାବେଳେ ଏବେ ବି ଅନେକ ଲୋକେ ଏଥିରୁ ବଞ୍ଚିତ ରହିଛନ୍ତି। ଆନ୍ଧ୍ର ସରକାର ସ୍ୱାସ୍ଥ୍ୟକାର୍ଡର ରାଶି ୫ ଲକ୍ଷରୁ ୨୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିବାବେଳେ, ଓଡ଼ିଶାର ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେ ପୁରୁଷ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ରହିଛି।

ଏହିଭଳି ଅନେକ ସୁବିଧା ଆନ୍ଧ୍ର ପକ୍ଷରୁ ପାଇଥିବା ଗାଁ ହେଲା ଇପାଗୁଡ଼ା। ପଟାଙ୍ଗି ବ୍ଲକ ଅଧିନରେ ରହିଥିବା ଏହି ଗାଁ ପ୍ରତି ଓଡ଼ିଶା ସରକାର ଯେତିକି ଦୃଷ୍ଟି ଦେଉ ନାହାନ୍ତି ତା ଠାରୁ ଅଧିକ ଦୃଷ୍ଟି ପଡ଼ିଛି ଆନ୍ଧ୍ରର। ଏହା ଅଣବିବାଦୀୟ ଗାଁ ହୋଇଥିଲେ ମଧ୍ୟ ଆନ୍ଧ୍ର ଏଠାରେ ଅନୁପ୍ରବେଶ କରି ସମସ୍ତ ସୁବିଧା ସୁଯୋଗ ଯୋଗାଇ ଆସୁଛି। ଆନ୍ଧ୍ର ପକ୍ଷରୁ ବିଦ୍ୟୁତ୍ ସେବା ଯୋଗାଇ ଦିଆ ଯାଇଥିବାବେଳେ,ପାନୀୟ ଜଳ ବ୍ୟବସ୍ଥା ମଧ୍ୟ କରା ଯାଇଛି। ରାସନ କାର୍ଡ, ଆଧାର କାର୍ଡ, ସମେତ ଅନେକ ଲୋକଙ୍କୁ ଆବାସ ଗୃହ ମଧ୍ୟ ପ୍ରଦାନ କରାଯାଇଛି। ଏହି ଗ୍ରାମର ପ୍ରାୟ ୯୦ ପ୍ରତିଶତ ପିଲା ଆନ୍ଧ୍ରରେ ପାଠ ପଢ଼ୁଛନ୍ତି। 

ଏପରିକି ନିର୍ବାଚନ ସମୟରେ ଏହି ଗ୍ରାମର ଲୋକେ ଆନ୍ଧ୍ରରେ ମତଦାନ ବି କରୁଛନ୍ତି। ଆନ୍ଧ୍ର ପକ୍ଷରୁ ସବୁ ପ୍ରକାର ସୁବିଧା ଲୋକେ ପାଉଥିବା ସତ୍ବେ ବ୍ଲକ ପ୍ରଶାସନ, ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ବ ନ ଦେବା ଯୋଗୁଁ ଆଜି ଏହିଭଳି ଅବସ୍ଥା ସୃଷ୍ଟି ହୋଇଛି। ଓଡ଼ିଶାର ଗାଁ କିନ୍ତୁ ସୁବିଧା ପାଉଛନ୍ତି ଆନ୍ଧ୍ରର। ଏହା କୋଟିଆ ଭଳି ବିବାଦୀୟ ନୁହେଁ। ଓଡ଼ିଶାର ଅବହେଳା ଏଠାକାର ଲୋକଙ୍କୁ ଆନ୍ଧ୍ର ମୁହାଁ କରାଇଛି।

 

Read More
{}{}