Home >>Odisha State

ଆସନ୍ତା ସୋମବାର ବନ୍ଦ ରହିବ ରାଜ୍ୟର ସମସ୍ତ ବ୍ୟାଙ୍କ

Odisha news: ପଶ୍ଚିମ ଓଡ଼ିଶା ଗଣପର୍ବ ନୂଆଁଖାଇ ହୋଇଥିବାରୁ ଏହି ପର୍ବକୁ ପାଳନ ପାଇଁ ରାଜ୍ୟ ସରକାର ଏହି ଦିନକୁ ଛୁଟି ଘୋଷଣା କରିଛନ୍ତି। 

Advertisement
ଆସନ୍ତା ସୋମବାର ବନ୍ଦ ରହିବ ରାଜ୍ୟର ସମସ୍ତ ବ୍ୟାଙ୍କ
Zee Odisha Desk|Updated: Sep 07, 2024, 11:51 AM IST
Share

ଭୁବନେଶ୍ଵର: ଆସନ୍ତା ୯ତାରିଖ ଅର୍ଥାତ୍‌ ସୋମବାର ରାଜ୍ୟରେ ସମସ୍ତ ବ୍ୟାଙ୍କ ବନ୍ଦ ରହିବ। ପଶ୍ଚିମ ଓଡ଼ିଶା ଗଣପର୍ବ ନୂଆଁଖାଇ ପାଳନ ପାଇଁ ରାଜ୍ୟ ସରକାର ଏହି ଦିନକୁ ଛୁଟି ଘୋଷଣା କରିଛନ୍ତି। ଏହାପୂର୍ବରୁ ରାଜ୍ୟ ସରକାର ନୂଆଁଖାଇ ପାଇଁ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡିକ ଛୁଟି ଘୋଷଣା କରିଥିଲେ। 

ସୋମବାର ଦିନ ସମସ୍ତ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଂ ସଂସ୍ଥା ବନ୍ଦ ରହିବ। ପଶ୍ଚିମ ଓଡ଼ିଶା ଗଣପର୍ବ ନୂଆଁଖାଇ ହୋଇଥିବାରୁ ଏହି ପର୍ବକୁ ପାଳନ ପାଇଁ ରାଜ୍ୟ ସରକାର ଏହି ଦିନକୁ ଛୁଟି ଘୋଷଣା କରିଛନ୍ତି। ଏଥର ନୂଆଁଖାଇ ୮ ତାରିଖ ଅର୍ଥାତ୍‌ ରବିବାର ପଡୁଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସୋମବାର କୁ ନୂଆଁଖାଇ ଛୁଟି ଘୋଷଣା କରିଛନ୍ତି। 

Read More
{}{}