Home >>Odisha State

କାଲିଠୁ ଚାରି ଦୁଆର ଖୋଲା

Puri Jagannath Temple: ଶ୍ରୀ ଜଗନ୍ନାଥ ମନ୍ଦିରର ଚାରି ଦୁଆର ଶନିବାରଠାରୁ ଭକ୍ତଙ୍କ ପାଖଇଁ ଖୋଲା ରହିବ। ଶ୍ରଦ୍ଧାଳୁମାନେ ଯେ କୌଣସି ଦ୍ୱାର ଦେଇ ପ୍ରବେଶ କରିପାରିବେ। ହେଲେ ସେମାନେ ସିଂହ ଦ୍ୱାର ବ୍ୟତୀତ ଅନ୍ୟ ତିନି ଦୁଆର ଦେଇ ପ୍ରସ୍ଥାନ କରିପାରିବେ। ସିଂହଦ୍ୱାର ଦେଇ ପ୍ରସ୍ଥାନ ସମ୍ପୂର୍ଣ୍ଣ ବାରଣ କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ  ଅରବିନ୍ଦ ପାଢ଼ୀ କହିଛନ୍ତି। 

Advertisement
Puri Jagannath Temple
Puri Jagannath Temple
Jagdish Barik|Updated: Nov 15, 2024, 07:18 PM IST
Share

ଭୁବନେଶ୍ୱର: ଶ୍ରୀ ଜଗନ୍ନାଥ ମନ୍ଦିରର ଚାରି ଦୁଆର ଶନିବାରଠାରୁ ଭକ୍ତଙ୍କ ପାଖଇଁ ଖୋଲା ରହିବ। ଶ୍ରଦ୍ଧାଳୁମାନେ ଯେ କୌଣସି ଦ୍ୱାର ଦେଇ ପ୍ରବେଶ କରିପାରିବେ। ହେଲେ ସେମାନେ ସିଂହ ଦ୍ୱାର ବ୍ୟତୀତ ଅନ୍ୟ ତିନି ଦୁଆର ଦେଇ ପ୍ରସ୍ଥାନ କରିପାରିବେ। ସିଂହଦ୍ୱାର ଦେଇ ପ୍ରସ୍ଥାନ ସମ୍ପୂର୍ଣ୍ଣ ବାରଣ କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ  ଅରବିନ୍ଦ ପାଢ଼ୀ କହିଛନ୍ତି। 

କାର୍ତ୍ତିକ ମାସର ଗହଳିକୁ ଲକ୍ଷ୍ୟ କରି ଶ୍ରିୀମନ୍ଦିର ପ୍ରବେଶ ଉପରେ କଟକଣା ଲଗାଯାଇଥିଲା। ଦୁଇ ଦ୍ୱାର  ଦେଇ ପ୍ରେବଶ ଅନୁମତି ରହିଥିଲା। ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ ଚାରି ଦ୍ୱାର ଖୋଲା ଯାଇଥିଲା। କିନ୍ତୁ କାର୍ତ୍ତିକ ମାସରେ ପୁଣି କଟକଣା ଜାରିକୁ ଦେଖି ଭକ୍ତଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ହେଲେ ଏତେ ବଡ଼ ଗହଳିକୁ ଏକ ମାସ ଧରି ନିୟନ୍ତ୍ରଣ କରିବା ମନ୍ଦିର ପ୍ରଶାସନ ପାଇଁ ଆହ୍ୱାନ ସୃଷ୍ଟି କରିଥିଲା। ଏଣୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ  ଦୁଇ ଦ୍ୱାର ପ୍ରବେଶ ଲାଗି ଅନୁମତି ପ୍ରଦାନ କରାଯାଇଥିଲା। 

ଶ୍ରୀ ପାଢ଼ୀ କହିଛନ୍ତି, ନାଟ ମଣ୍ଡପରେ ସ୍ୱତନ୍ତ୍ର ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତାବ ରହିଛି। ତେବେ ଏହି ବ୍ୟବସ୍ଥା ବିଷୟରେ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

Read More
{}{}