Hindi News >>Home >>Odisha State

ରାଜ୍ୟର ସମସ୍ତ ପଦ୍ମ ବିଜେତାଙ୍କୁ ମିଳିବ ମାସିକ ୩୦ ହଜାର ଟଙ୍କା ସମ୍ମାନ ସୂଚକ ସହାୟକ ରାଶି

Odisha Padma awardees: ରାଜ୍ୟର ସମସ୍ତ ପଦ୍ମ ବିଜେତାଙ୍କୁ ମାସକୁ ୩୦ ହଜାର ଟଙ୍କାର ସମ୍ମାନ ସୂଚକ ସହାୟକ ରାଶି ପ୍ରଦାନ କରିବା ପାଇଁ ମୁଖ୍ୟ ମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି।  

Advertisement
Padma awardees
Padma awardees
Jagdish Barik|Updated: Nov 09, 2024, 07:30 PM IST
Share

ଭୁବନେଶ୍ୱର: ରାଜ୍ୟର ସମସ୍ତ ପଦ୍ମ ବିଜେତାଙ୍କୁ ମାସକୁ ୩୦ ହଜାର ଟଙ୍କାର ସମ୍ମାନ ସୂଚକ ସହାୟକ ରାଶି ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର ସମସ୍ତ ୫୫ ଜଣ ଜୀବିତ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ମାସକୁ ୩୦ ହଜାର ଟଙ୍କା ଲେଖାଏଁ ସମ୍ମାନ ସୂଚକ ସହାୟକ ରାଶି ପାଇ ପାରିବେ। ଏଥିପାଇଁ ବର୍ଷକୁ ୨ କୋଟି ଟଙ୍କା ଖର୍ଚ୍ଚ ହେବ।

ଏହାକୁ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏକ ପୋଷ୍ଟ କରିଛନ୍ତି। ନିଜ ପୋଷ୍ଟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, " ଓଡ଼ିଶା ମାଟିର ଗର୍ବ ଗୌରବ ପଦ୍ମ ବିଜେତାଙ୍କ ପାଇଁ ୩୦ ହଜାର ଟଙ୍କାର ସମ୍ମାନ ସୂଚକ ସହାୟତା ରାଶି ଯୋଗାଇ ଦିଆଯିବ। ରାଜ୍ଯର ମୋଟ ୫୫ ଜଣ ଜୀବିତ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ବିଶେଷଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯିବ। ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ମୋଟ ୨ କୋଟି ଟଙ୍କା ଖର୍ଚ୍ଚ କରିବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି।"

 

Read More
{}{}