Pahalgam Terror Attack: ପହଲଗାମ୍-ରେ ଆତଙ୍କୀ ଆକ୍ରମଣ ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏ-ହି ଆକ୍ରମଣରେ ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଆକ୍ରମଣରେ ଆଉ ଜଣେ ଓଡିଆଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି,ବଲାଙ୍ଗୀର ଲାଠୋର ଗାଁର ଦିନେଶ ଅଗ୍ରୱାଲ।
ALSO READ: Pahalgam Terror Attack: ଖଇ-କଉଡ଼ି ବିଞ୍ଚି ବାପା ପ୍ରଶାନ୍ତଙ୍କୁ ବିଦାୟ ଦେଲେ ୯ ବର୍ଷର ପୁଅ, ଦେଖନ୍ତ କିଛି ଫଟୋ
ସୂଚନା ଅନୁସାରେ, ଦିନେଶଙ୍କ ଘର ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଲାଠୋର ଗାଁରେ ହୋଇଥିବା ବେଳେ ସେ ଛତିଶଗଡ଼ ରାୟପୁରରେ ରହି ବ୍ୟବାସାୟ କରନ୍ତି। ହେଲେ ଗତ କିଛି ଦିନ ପୂର୍ବରୁ ଦୀନେଶ ୨୦ତମ ବିବାହ ବାର୍ଷିକୀ ମନାଇବା ପାଇଁ ସ୍ତ୍ରୀ,ପୁଅ ଓ ଝିଅଙ୍କ ସହ କାଶ୍ମୀର ଯାଇଥିଲେ। ସେଠାରେ ସେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ। ଜନ୍ମସ୍ଥାନ ଲାଠୋରରେ ଦିନେଶଙ୍କ ମୃତ୍ୟୁ ଖବର ପାଇବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ସୂଚାନ ଅନୁସାରେ,ମଙ୍ଗଳବାର ଦିନ ଅପରାହ୍ନ ସମୟରେ ପହଲଗାମ୍ ରେ ଆତଙ୍କବାଦୀମାନେ ନିରୀହ ଯାତ୍ରୀଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଶହ ଶହ ଲୋକେ ଆହତ ହୋଇଥିଲେ। ସେହିପରି,ବାଲେଶ୍ବରର ପ୍ରଶାନ୍ତ ଶତପଥୀ ମଧ୍ୟ ଆତଙ୍କୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ।