Home >>Odisha State

Srimandir: ବଡଦେଉଳରୁ ଖସିଲା ପଥର

PURI BREAKING: ଶ୍ରୀମନ୍ଦିରରୁ ପୁଣି ଖସିଲା ପଥର। ବଡଦେଉଳରୁ ଖସିଲା ପଥର। ବଡ଼ ଦେଉଳ ଦକ୍ଷିଣ ପଶ୍ଚିମ ପାର୍ଶ୍ୱରେ ଥିବା ବରାହ ମନ୍ଦିର ନିକଟରୁ ପଥର ଖସିଥିବା ଜଣାପଡିଛି। ଆଜି ଭୋରରୁ ପଥର ଖସିଥିବା ଜଣାପଡିବା ପରେ ପଥରକୁ ସଂଗ୍ରହ କରାଯାଇ ଗାରଦକୁ ହସ୍ତାନ୍ତର କରାଯାଇଛି।

Advertisement
Srimandir: ବଡଦେଉଳରୁ ଖସିଲା ପଥର
Sanjaya Kumar Mohapatra|Updated: Mar 09, 2024, 09:16 AM IST
Share

PURI BREAKING: ଶ୍ରୀମନ୍ଦିରରୁ ପୁଣି ଖସିଲା ପଥର। ବଡଦେଉଳରୁ ଖସିଲା ପଥର। ବଡ଼ ଦେଉଳ ଦକ୍ଷିଣ ପଶ୍ଚିମ ପାର୍ଶ୍ୱରେ ଥିବା ବରାହ ମନ୍ଦିର ନିକଟରୁ ପଥର ଖସିଥିବା ଜଣାପଡିଛି। ଆଜି ଭୋରରୁ ପଥର ଖସିଥିବା ଜଣାପଡିବା ପରେ ପଥରକୁ ସଂଗ୍ରହ କରାଯାଇ ଗାରଦକୁ ହସ୍ତାନ୍ତର କରାଯାଇଛି।

ତେବେ ଏହି ପଥରଖଣ୍ଡର ଓଜନ ପ୍ରାୟ ଏକ କିଲୋରୁ ଦୁଇ କିଲୋ ହେବ ବୋଲି ଅନୁମାନ କରାଯାଉଛି। ଖସିଥିବା ପଥରର ଓସାର ପ୍ରାୟ ୫ ଇଞ୍ଚ ଏବଂ ଲମ୍ବ ୧୦ ଇଞ୍ଚ ହେବ ବୋଲି କୁହାଯାଉଛି। ତେବେ ପଥର ଖସିଥିବା ବେଳେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ଏଏସଆଇ ପକ୍ଷରୁ ପଥରକୁ ସଂଗ୍ରହ କରାଯାଇଛି। ପଥରଟି କେଉଁ ସ୍ଥାନରୁ ଖସିଛି ତାହା ଚିହ୍ନଟ କରାଯିବା ପରେ ମରାମତି ପାଇଁ ଲୁହା ଭାରା ବନ୍ଧାଯିବ ବୋଲି ସୂଚନା ଦେଇଛନ୍ତି ଏଏସଆଇ ଅଧିକାରୀ ଜ୍ଯୋତି ରଞ୍ଜନ ପ୍ରଧାନ।

ଶ୍ରୀମନ୍ଦିର ଭିତରେ ଥିବା ଏକାଦଶୀ ମନ୍ଦିରର ଉପର ଭାଗରୁ ପଥର ଖସିଥିବା ନେଇ ସୂଚନା ମିଳିଛି । ତେବେ ମନ୍ଦିରରୁ ପଥର ଖସିଥିଲେ ମଧ୍ୟ ଏଥିରେ କାହାର କିଛି ବି କ୍ଷତି ଘଟିନି । କେହି ବି ସେବାୟତ କିମ୍ବା ଭକ୍ତ ଆହତ ହେଇନାହାଁନ୍ତି ।

Read More
{}{}