Odisha News:(ପ୍ରେମାନନ୍ଦ ପୂଜାରୀ) ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମହାନଗର ନିଗମର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୫୪୯ କୋଟି ୮୧ ଲକ୍ଷ ଟଙ୍କାକୁ ବଜେଟ୍ ରେ ମଞ୍ଜୁର ହୋଇଛି । ଟଙ୍କାର ବଜେଟ୍କୁ ମଞ୍ଜୁରୀ ଗୁରୁବାର ଅପରାହ୍ନରେ ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ବଜେଟ୍କୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହାକୁ ରାଜ୍ୟ ସରକାରଙ୍କ ପାଖକୁ ପଠାଯିବ। ମେୟର ସଂଘମିତ୍ରା ଦଳେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଥମେ ବିଏମସି ଆୟ ସଂପର୍କରେ ଆଲୋଚନା କରାଯାଇଥିଲା। ବର୍ତ୍ତମାନ ବିଏମସି ପାଖରେ ୧୭୮ କୋଟି ଟଙ୍କା ମହଜୁଦ ଅଛି। ଅଛି। ଏତଦ୍ ବ୍ୟତୀତ ହୋଲଟ୍ୟାକ୍ସ ବାବଦରେ ୧୨ କୋଟି ଟଙ୍କା ଆୟ ଆୟ ପାଇଁ ଲକ୍ଷ୍ୟ ର ରଖାଯାଇଥିବା ବେଳେ ଭଡ଼ା ବାବଦରେ ୩ କୋଟି, ବିଭିନ୍ନ ପ୍ରକାର କାର ଦେୟ ବାବଦରେ ୨୧ କୋଟି ୫୩ ଲକ୍ଷ, ପଞ୍ଚମ ରାଜ୍ୟ ଅର୍ଥ କମିଶନ ଏବଂ ୧୫ତମ ଅର୍ଥ କମିଶନ ଓ ଅନ୍ୟାନ୍ୟ ସୂତ୍ରରୁ ପ୍ରାୟ ୧୯୫ କୋଟି ଟଙ୍କାର ମିଳିବ ବୋଲିଯୋଜନା ପ୍ରସ୍ତୁତ ହୋଇଛି। ଏତଦ୍ ବ୍ୟତୀତ ସ୍ଵତନ୍ତ୍ର ପ୍ରକଳ୍ପ ଏବଂ ଅନ୍ୟାନ୍ୟ ବାବଦରେ ପ୍ରାୟ ୧୩୨ କୋଟି ଟଙ୍କା ମିଳିବ ବୋଲି ବଜେଟ୍ରେ ଉଲ୍ଲେଖ କରାଯାଇଛି। ଏଭଳି ଭାବେ ମୋଟ ମାଟ ୫୪୯ କୋଟି ୮୧ ଲକ୍ଷ ଟଙ୍କା ଆୟ ହେବ ହବ ବୋଲି ବଜେଟ୍ରେ ଅଟକଳ କରାଯାଇଛି।
ସମାନ ପରିମାଣର ଅର୍ଥ ବ୍ୟୟ ପାଇଁ ମଧ୍ୟ ଧାର୍ଯ୍ୟ କରାଯାଇଛି। ଦରମା, ମଜୁରୀ ପେନସନ ବାବଦରେ ୬୫ କୋଟି ୭୪ ଲକ୍ଷ ଟଙ୍କା ଏବଂ ପେନସନ ଖର୍ଚ୍ଚ ହେବାକୁ ଥିବା ବେଳେ ବିଜ୍ଞାପନ ବାବଦରେ ୨ କୋଟି ୫୮ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ବିଦ୍ୟୁତ୍ ବିଲ୍, ଡିଜେଲ୍, ଆଲୋକୀକରଣ, ଶୌଚାଳୟ ଏବଂ ଅନ୍ୟାନ୍ୟ ସମ୍ପଭିର ରକ୍ଷଣାବେକ୍ଷଣ ପାଇଁ ୫୬ କୋଟି ୮୯ ଲକ୍ଷ ଟଙ୍କା ଖର୍ଚ ହେବ। କାର୍ଯ୍ୟକ୍ରମ ବ୍ୟୟ ବାବଦରେ କୋଟିଏ ୩୧ ଥୂବା ରାସ୍ତା ଏବଂ ଡ୍ରେନ୍ ନିର୍ମାଣ ଓ ମରାମତି ପାଇଁ ୩୧୩ କୋଟି ୮୯ ଲକ୍ଷ ଟଙ୍କା, ସ୍ଵତନ୍ତ୍ର ପ୍ରକଳ୍ପ ପାଇଁ ୯୩ କୋଟି ୩୭ଲକ୍ଷ ଟଙ୍କା, ଋଣ ପରିଶୋଧ ପାଇଁ ୭ କୋଟି ଟଙ୍କା ଖର୍ଚ୍ଚ ହେବ ବାଲି ଉଲ୍ଲେଖ କରାଯାଇଛି ।
ବଜେଟ୍ ବୈଠକରେ ବହୁ କର୍ପୋରେଟର ନିଜ ନିଜ ଅଞ୍ଚଳର ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଆବଶ୍ୟକତା ସଂପର୍କରେ କହିବା ସହ ସେଥିପାଇଁ ବ୍ୟୟ ବରାଦ କରିବାକୁ ଦାବି ରଖୁଥିଲେ I ପରିମଳ, ଇ-ଲାଇବ୍ରେରୀ, ଭେଣ୍ଡିଂ ଜୋନ୍ ସ୍ଥାପନ, ପୋଖରୀଗୁଡ଼ିକର ପୁନଃରୁଦ୍ଧାର ସହିତ ଅନ୍ୟ କେତେକ ଆବଶ୍ୟକତାକୁ ଗୁରୁତ୍ବ ଦିଆଯାଇଛି। ବୈଠକରେ ଡେପୁଟି କମିଶନର ଆଶୀର୍ବାଦ ପରିଡ଼ା, ନଗର ଯନ୍ତ୍ରୀ ମନୋଜ ପାତ୍ର, ନିର୍ବାହୀ ଯନ୍ତ୍ରୀ ନାଗେଶ୍ୱର ସୁବୁଦ୍ଧି, ସୁଶାନ୍ତ କୁମାର ଡୁଙ୍ଗଡୁଙ୍ଗ ଏବଂ ସଂଯୁକ୍ତା ରାଏପାତ୍ରଙ୍କ ସମେତ ପ୍ରାୟ ୩୦ ଜଣ କର୍ପୋରେଟର, ମହାନଗର ନିଗମର ଅନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।