Home >>Odisha State

ଦେବସ୍ନାନ ପୂର୍ଣ୍ଣିମାରେ ପୁରୀ ଯାଉଛନ୍ତି କି ? ଜାଣନ୍ତୁ ଟ୍ରାଫିକ୍ କଟକଣା...

ଭକ୍ତମାନେ କିପରି ଶୃଙ୍ଖଳିତ ଦର୍ଶନ କରିବେ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ରଭାବେ ଦୃଷ୍ଟି ଦିଆଯାଇଛି ।

Advertisement
ଦେବସ୍ନାନ ପୂର୍ଣ୍ଣିମାରେ ପୁରୀ ଯାଉଛନ୍ତି କି ? ଜାଣନ୍ତୁ ଟ୍ରାଫିକ୍ କଟକଣା...
Soubhagya Ranjan Mishra|Updated: Jun 21, 2024, 05:24 PM IST
Share

ପୁରୀ: ୨୨ ଜୁନ୍ (ଶନିବାର) ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ସ୍ନାନ ବେଦୀରେ ଦର୍ଶନ ଦେବେ ଚତୁର୍ଦ୍ଧାମୂରତି, ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ରାଜ୍ୟ ତଥା ଦେଶର କୋଣ ଅନୁକୋଣରୁ ଶ୍ରୀକ୍ଷେତ୍ରରେ ପହଞ୍ଚି ମହାପ୍ରଭୁଙ୍କ ସ୍ନାନଯାତ୍ରା ଉତ୍ସବ ଦର୍ଶନ କରିଥାନ୍ତି । ତେବେ ଏଥର ନୂଆ ସରକାରଙ୍କ ପକ୍ଷରୁ ସ୍ନାନଯାତ୍ରା ତଥା ରଥଯାତ୍ରା କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରାଯିବାକୁ ବିଶେଷ ପ୍ରସ୍ତୁତି କରାଯାଇଛି । ବିଶେଷକରି ଭକ୍ତମାନେ କିପରି ଶୃଙ୍ଖଳିତ ଦର୍ଶନ କରିବେ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ରଭାବେ ଦୃଷ୍ଟି ଦିଆଯାଇଛି ।

ସ୍ନାନଯାତ୍ରା ଦିନ ଭକ୍ତମାନେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବା ପରେ ପଶ୍ଚିମ, ଉତ୍ତର ଏବଂ ଦକ୍ଷିଣ ୩ଟି ଦ୍ୱାର ଦେଇ ପ୍ରସ୍ଥାନ କରିବେ । ବଡ଼ଦାଣ୍ଡରୁ ଆସୁଥିବା ଭକ୍ତ ମାର୍କେଟ ଛକରୁ ବ୍ୟାରିକେଡ୍ ମଧ୍ୟରେ ପ୍ରବେଶ କରିବେ । ବଡଦାଣ୍ଡରେ ଥିବା ବ୍ୟାରିକେଡ ଭିତର ଦେଇ ଶ୍ରୀକୃଷ୍ଣ ସିନେମା ହଲ୍ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଦିଗରେ ଆସିବା ପରେ SJRCଠାରେ ପହଞ୍ଚିବେ। ଏହାପରେ ସେଠାରୁ SJRC ଡୋର୍ ଫ୍ରେମ୍ ମେଟାଲ୍ ଡିଟେକ୍ଟର ଯାଞ୍ଚ କରାଇବା ପରେ ଦୋଳବେଦୀ କୋଣଠାରେ ଥିବା ଷ୍ଟିଲ୍ ବ୍ୟାରିକେଡକୁ ପ୍ରବେଶ କରିବେ। ସେହିପରି ଉତ୍ତର ଦ୍ୱାରରୁ ପ୍ରସ୍ଥାନ କରୁଥିବା ଭକ୍ତମାନେ ବଡଦାଣ୍ଡରେ ପହଞ୍ଚି ଦୁଇଟି ମାର୍ଗରେ ବାହାରକୁ ଆସିବେ । ଟିକେଟଧାରୀ ଭକ୍ତମାନେ ପହଣ୍ଡି ଦର୍ଶନ ପାଇଁ ସକାଳ ସମୟରେ ଧାଡିରେ ଦକ୍ଷିଣ ଦ୍ୱାରରେ ଥିବା ବ୍ୟାରିକେଡ୍ ଦେଇ ପ୍ରବେଶ କରିବେ । ପହଣ୍ଡି ଶେଷ ପରେ ଦକ୍ଷିଣ ଦ୍ୱାରରେ ପ୍ରବେଶ ମନା ।

ଭୁବନେଶ୍ୱର ଏବଂ କୋଣାର୍କ ପଟୁ ଆସୁଥିବା ଯାତ୍ରୀବାହୀ ବସ ଗୁଡିକୁ ମ୍ୟୁନିସିପାଲଟି ବସ ଷ୍ଟାଣ୍ଡରେ ପ୍ରବେଶ କରିବା ଉପରେ କୌଣସି ପ୍ରତିବନ୍ଧକ ନାହିଁ । ଭୁବନେଶ୍ୱର ଏବଂ ଅନ୍ୟାନ୍ୟ ଅଞ୍ଚଳରୁ ଆସୁଥିବା ବସ ଗୁଡିକର ଆବଶ୍ୟକତା ଅନୁଯାୟୀ ପଥ ପରିବର୍ତ୍ତନ ହୋଇପାରେ ।

ପୁରୀ ଟାଉନ ସଟଲ୍ ବସ୍/ ଅଟୋ ରିକ୍ସାକୁ ବଡ଼ଦାଣ୍ଡରେ ମେଡିକାଲ ଛକ ପର୍ଯ୍ୟନ୍ତ ଯିବାକୁ ଅନୁମତି ଦିଆଯିବ ।

ପ୍ରୋଟକଲ୍ ଯାନ ଗୁଡିକୁ ଗଦାଧର ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଯିବାର ଅନୁମତି ଦିଆଯାଇଛି । ସେଠାରେ ପାର୍କିଂ ସୁବିଧା ରହିଛି । ପାର୍କିଂ ପରେ ସେମାନେ ବ୍ୟାଟେରୀ ଚଳିତ ଯାନ (BOV) ସୁବିଧା ପାଇ ପାରିବେ ।

JBPC ଏବଂ ପୁରୁଣା JBPCରେ ପାର୍କିଂ ସୁବିଧା ପାଇବା ପାଇଁ ଭୁବନେଶ୍ୱରରୁ ଆସୁଥିବା ହାଲୁକା ମୋଟର ଯାନ ହରେକୃଷ୍ଣପୁର ଛକଠାରୁ ଶ୍ରୀସେତୁ ଆଡକୁ ସ୍ଥାନାନ୍ତରିତ ହେବେ । JBPC ପାର୍କିଂ ପୂରଣ ହେବା ପରେ ହରେକୃଷ୍ଣପୁର ଛକଠାରୁ ଜେଲ ରୋଡରେ ପାର୍କିଂ ନିମନ୍ତେ ଅଠରନଳା ଆଡକୁ ଯିବାକୁ ଅନୁମତି ଦିଆଯିବ ।

ବ୍ରହ୍ମଗିରି ପାର୍ଶ୍ୱରୁ ଆସୁଥିବା ହାଲୁକା ମୋଟର ଜାନ ଗୁଡିକର ୟାତ୍ରିକା, ବ୍ଲୁ ଫ୍ଲାଗ ବେଳାଭୂମି ଏବଂ ହୋଟେଲ ନୀଳାଚଳ ଅଶୋକାରେ ପାର୍କିଂ ନିମନ୍ତେ ମଙ୍ଗଳାଘାଟ ଛକଠାରେ ପଥ ପରିବର୍ତ୍ତନ କରାଯିବ ।

କୋଣାର୍କ ପାର୍ଶ୍ୱରୁ ଆସୁଥିବା ହାଲୁକା ମୋଟରଯାନ ଗ୍ରିଡ୍ ଷ୍ଟେସନ ଛକଠାରୁ ବ୍ଲୁ ଫ୍ଲାଗ୍ ବେଳାଭୂମି ଏବଂ ହୋଟେଲ ନୀଳାଚଳ ଅଶୋକାରେ ପାର୍କିଂ କରିବେ । ସେହିପରି ପାର୍କିଂ ସ୍ଥାନର ଉପଲବ୍ଧତା ଅନୁଯାୟୀ ପରବର୍ତ୍ତୀ ସମୟରେ ଯାତ୍ରୀଙ୍କ ପଥ ପରିବର୍ତ୍ତନ କରାଯାଇପାରେ ।

ମେଡିକାଲ ଛକଠାରୁ ନାୟକ ପ୍ଲାଜା ପର୍ଯ୍ୟନ୍ତ ଦୁଇ ଚକିଆ ଯାନ ଗୁଡିକୁ ପ୍ରଥମ ପ୍ରବେଶ ପ୍ରଥମ ସ୍ଥାନ ନିୟମ ଅନୁସାରେ ବଡ଼ଦାଣ୍ଡର ପୂର୍ବ ପାର୍ଶ୍ୱରେ ପାର୍କିଂ ଅନୁମତି ମିଳିବ ଏବଂ ମୋଟରସାଇକେଲ ପାର୍କିଂ ସ୍ଥାନ ପୂରଣ ହୋଇଯିବା ପରେ ଅନ୍ୟ ଦୁଇ ଚକିଆ ଯାନମାନଙ୍କ ପଥ ପରିବର୍ତ୍ତନ କରାଯାଇ ଜେଲ ରୋଡ ଏବଂ ସରଧାବାଲି ଆଡକୁ ପାର୍କିଂ ନିମନ୍ତେ ଅନୁମତି ମିଳିବ ।

ମାର୍କେଟ୍ ଛକଠାରୁ ଜଗାବଳିଆ ଲଡ୍ ଏବଂ ମନ୍ଦିର ପରିସରକୁ ନୋ ଭେହିକଲ୍ ଜୋନ୍ ଘୋଷଣା କରାଯାଇଛି । ମାର୍କେଟ୍ ଛକଠାରୁ କେବଳ ପାସ୍ ଧାରକ ଯାନ/ ମୋଟରଚାଳକ, ଜରୁରୀକାଳୀନ ଯାନ/ ଅଫିସିଆଲ ଯାନକୁ ଆଗକୁ ଯିବାକୁ ଅନୁମତି ଦିଆଯିବ ।

ଏଥିସହ କୌଣସି ସହାୟତା ଆବଶ୍ୟକ ହେଲେ ୨୪ ଘଣ୍ଟିଆ ପୁରୀ ପୋଲିସ ସହାୟତା ନମ୍ୱର -୬୩୭୦୯୬୭୧୦୦ରେ ଯୋଗାଯୋଗ କରିପାରିବେ ।

Also Read- Top 10 News Today: ସ୍ନାନଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି, ପଢ଼ନ୍ତୁ ଅପରାହ୍ଣର ୧୦ଟି ବଡ଼ ଖବର

Read More
{}{}