Hindi News >>Home >>Odisha State

ଗୁରୁବାର ପୁରୀ ଯାଉଛନ୍ତି କି ? ସାଢେ ୪ ଘଣ୍ଟା ଦର୍ଶନ ବନ୍ଦ

ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ପ୍ରାୟ ସାଢେ ୪ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ୬.୩୦ଟାରୁ ରାତ୍ର ୧୧ଘଟିକା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ବୋଲି ଜଣାପଡିଛି । 

Advertisement
ଗୁରୁବାର ପୁରୀ ଯାଉଛନ୍ତି କି ? ସାଢେ ୪ ଘଣ୍ଟା ଦର୍ଶନ ବନ୍ଦ
Soubhagya Ranjan Mishra|Updated: Jul 16, 2025, 02:24 PM IST
Share

ପୁରୀ: ଆସନ୍ତାକାଲି ଗୁରୁବାର ଶ୍ରାବଣ କୃଷ୍ଣ ସପ୍ତମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ପ୍ରାୟ ସାଢେ ୪ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ୬.୩୦ଟାରୁ ରାତ୍ର ୧୧ଘଟିକା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ବୋଲି ଜଣାପଡିଛି । ଦ୍ବିପହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ବନକଲାଗି ନୀତି ଅତ୍ୟନ୍ତ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ଚତୁର୍ଦ୍ଧାମୂରତିଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଅଛି।

ବନକଲାଗି ନୀତିରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଖାର କରାଯାଇଥାଏ।  ପରମ୍ପରା ଅନୁସାରେ, ବୁଧବାର କିମ୍ବା ଗୁରୁବାର ଦିନ ମହାପ୍ରଭୁଙ୍କ ଏହି ବନକଲାଗି ନୀତି ହୋଇଥାଏ। ଦ୍ବିପହର ଧୂପ ସରିବା ପରେ, ମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି କରାଯାଇଥାଏ।  ଦତ୍ତ ମହାପାତ୍ର ରତ୍ନ ସିଂହାସନ ଉପରକୁ ଯାଇ ଠାକୁରମାନଙ୍କର ଶ୍ରୀମୁଖ ସିଂହାର କରନ୍ତି। ତିନି ଦାରୁ ମୂର୍ତ୍ତିଙ୍କ ମୁଖ ମଣ୍ତଳରେ ଶୃଙ୍ଖାରକୁ ମନ୍ଦିର ଭାଷାରେ ବନକଲାଗି କୁହାଯାଏ।  ଏହି ବନକଲାଗି ନୀତି ପାଇଁ ଏକ ସ୍ବତନ୍ତ୍ର ସେବାୟତ ଗୋଷ୍ଠୀ ଅଛନ୍ତି।  ଏମାନଙ୍କୁ ଦତ୍ତ ମହାପାତ୍ର ସେବକ କୁହାଯାଏ।  ରଙ୍ଗ ପ୍ରସ୍ତୁତ କରିବା ଓ ବିଗ୍ରହ ମାନଙ୍କୁ ଲଗାଇବା ଏମାନଙ୍କ ମୁଖ୍ୟ କାମ। ରଙ୍ଗ ସହିତ କସ୍ତୁରୀ କେଶର ଭଳି ଦାମୀ ସୁବାଷିତ ପଦାର୍ଥ ବ୍ୟବହୃତ ହୋଇଥାଏ। ବଜାରରେ ମିଳୁଥିବା ରଙ୍ଗ ବନକଲାଗିରେ ବ୍ୟବହୃତ ହୁଏ ନାହିଁ। 

Also Read- Rahu Nakshatra Gochar: ପୂର୍ବ ଭାଦ୍ରପଦ ନକ୍ଷତ୍ରରେ ରାହୁ ଚଳନ, ୪ ରାଶିର ଚମକିବ ଭାଗ୍ୟ

Also Read- Aloe Vera: ମୁହଁରେ ଏପରି ଲଗାଉଛନ୍ତି କି ଆଲୋଭେରା ? ହୋଇପାରେ କ୍ଷତିକାରକ

Read More
{}{}