Hindi News >>Home >>Odisha State

ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳ ଓ ୪ ବିଭାଗକୁ ନିର୍ଦ୍ଦେଶ; ମନ୍ତ୍ରୀ ସୁରେଶ ପୂଜାରୀ

Cyclone Dana: ଅନ୍ୟପଟେ କିଛି କିଛି ଅଞ୍ଚଳରେ ପାଣି ଜମିଥିବା ଖବର ଆସିଛି। ବର୍ଷା ଯୋଗୁ ବୁଢ଼ାବଳଙ୍ଗରେ ପାଣି ବଢ଼ିଛି, ବିପଦ ସଂକେତ ଟପିନି। ସରକାର ପୁରା ସ୍ଥିତି ଉପରେ ନଜର ରଖିଛନ୍ତି। ବର୍ଷା କମିବା ଯାଏ ଲୋକମାନେ ଟିକେ ହନ୍ତସନ୍ତ ହେବେ ବୋଲି ମନ୍ତ୍ରୀ କହିଛନ୍ତି।

Advertisement
ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳ ଓ ୪ ବିଭାଗକୁ ନିର୍ଦ୍ଦେଶ; ମନ୍ତ୍ରୀ ସୁରେଶ ପୂଜାରୀ
Zee Odisha Desk|Updated: Oct 26, 2024, 12:10 PM IST
Share

ଭୁବନେଶ୍ଵର: ବାତ୍ୟା ଦାନା ପ୍ରଭାବରେ କେଉଁଠି ଘର ଭାଙ୍ଗିଛି ତ ଆଉ କେଉଁଠି ବଡ଼ ବଡ଼ ଗଛ ଟଳି ପଡ଼ିଛି। ତଥାପି ଲାଗି ରହିଛି ଲଗାଣ ବର୍ଷା। ଲଗାଣ ବର୍ଷା ପାଇଁ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ, ସନ୍ଧ୍ୟା ସୁଦ୍ଧା ସ୍ୱାଭାବିକ ହେବ ସ୍ଥିତି। ଗତକାଲି ପ୍ରାଥମିକ ରିପୋର୍ଟ ଆସିଛି। ଅନ୍ୟପଟେ କାର୍ଯ୍ୟରେ ଅବହେଳା ପାଇଁ ୪ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ୩ ଜଣ ଆରଆଇ ଓ ଜଣେ ପିଇଓଙ୍କୁ ସସପେଣ୍ଡ କରାଯାଇଛି। ସେହିପରି ଆଜି ଏରିୟଲ ସର୍ଭେ କରାଯିବ। ଲୋକଙ୍କୁ ଥଇଥାନ କରିବା କାମରେ ଲାଗିବୁ। କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳ ଓ ୪ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ୨ଟି ଟାୱାର ନଷ୍ଟ ହୋଇଛି। ୭ ଦିନ ମଧ୍ୟରେ ଆସିବ ଚୁଡାନ୍ତ ରିପୋର୍ଟ। ସର୍ଭେ ପାଇଁ କେନ୍ଦ୍ରରୁ ଟିମ ଆସିବେ। ୨୨ ଲକ୍ଷ ଲୋକଙ୍କୁ ବିଜୁଳି ସଂଯୋଗ ସରିଲାଣି। ସନ୍ଧ୍ୟା ସୁଦ୍ଧା ବିଦ୍ୟୁତ ସଂଯୋଗ ସମ୍ପୂର୍ଣ୍ଣ ହେବ। ୭ ଦିନ ପର୍ଯ୍ୟନ୍ତ ରିଲିଫ ସେଣ୍ଟରରେ ଲୋକ ରହିବା ପାଇଁ ବ୍ୟବସ୍ଥା ହୋଇଛି।

ଅନ୍ୟପଟେ କିଛି କିଛି ଅଞ୍ଚଳରେ ପାଣି ଜମିଥିବା ଖବର ଆସିଛି। ବର୍ଷା ଯୋଗୁ ବୁଢ଼ାବଳଙ୍ଗରେ ପାଣି ବଢ଼ିଛି, ବିପଦ ସଂକେତ ଟପିନି। ସରକାର ପୁରା ସ୍ଥିତି ଉପରେ ନଜର ରଖିଛନ୍ତି। ବର୍ଷା କମିବା ଯାଏ ଲୋକମାନେ ଟିକେ ହନ୍ତସନ୍ତ ହେବେ ବୋଲି ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଖୁବ୍‌ଶ୍ରୀଘ୍ର ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରୀୟ ଟିମ୍‌ ଆସିବେ। ବର୍ତ୍ତମାନ ସୁଦ୍ଧା ୨୨ ଲୋକଙ୍କୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଛି। ଗତକାଲିଠାରୁ ବର୍ଷା ଲାଗିରହିଥିବାରୁ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ବାତ୍ୟାରେ ଘର ହରାଇଥିବା ପରିବାର ବାତ୍ୟା ଆଶ୍ରୟସ୍ଥଳୀରେ ରହିବ। ଘରର ବିକଳ୍ପ ହେବା ଯାଏ ସେମାନେ ଏଠି ରହିବେ। ଆସନ୍ତା ୭ ଦିନ ମଧ୍ୟରେ ବାତ୍ୟା କ୍ଷୟକ୍ଷତିର ରିପୋର୍ଟ କେନ୍ଦ୍ରକୁ ପଠାଯିବ। 

Read More
{}{}