Hindi News >>Home >>Odisha State

ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହଙ୍ଗାମା; ସାଢ଼େ ୧୧ଟା ଯାଏଁ ଗୃହ ମୁଲତବୀ

Assembly: ଅବକାରି ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଗୃହ ମଧ୍ୟକୁ ଆସି ନାରା ବାଜି ଆରମ୍ଭ କରିଥିଲେ।

Advertisement
ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହଙ୍ଗାମା; ସାଢ଼େ ୧୧ଟା ଯାଏଁ ଗୃହ ମୁଲତବୀ
Zee Odisha Desk|Updated: Aug 23, 2024, 11:25 AM IST
Share

ଭୁବନେଶ୍ଵର: ବିଧାନସଭା ବଜେଟ ଅଧିବେଶନର ଆଜି ହେଉଛି ଚତୁର୍ଥ ଦିନ। ଆଜି ବି ଗୃହର ପ୍ରଶ୍ନକାଳରେ ହଙ୍ଗାମା କରିଛନ୍ତି ବିରୋଧୀ। ଚିକିଟି ମଦ ମୃତ୍ୟୁକୁ ନେଇ ଗୃହରେ ହଟ୍ଟଗୋଳ କରିବା ସହ ଅଚଳ କରିଦେଇଛନ୍ତି ବିରୋଧୀ। ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗୃହର ମଧ୍ୟ ଭାଗରେ ବିଜେଡି ସଦସ୍ୟଙ୍କ ହଙ୍ଗାମା କରିଛନ୍ତି। ବାଚସ୍ପତିଙ୍କ ପୋଡ଼ିୟମ୍ ଉପରେ ଚଢ଼ି ମାଇକ୍ ଭାଙ୍ଗିବାକୁ ଉଦ୍ୟମ କରିଥିଲେ ବିରୋଧ। ଯାହାକୁ ନେଇ ବାଚସ୍ପତି ସୁରମା ପାଢ଼ୀ ଦିନ ସାଢ଼େ ୧୧ଟା ଯାଏଁ ବିଧାନସଭା ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। 

ସେହିପରି ଆଜି ମଧ୍ୟ ବିଧାନସଭା ଆରମ୍ଭରୁ ହୋହାଲ୍ଲା ଆରମ୍ଭ କରିଥିଲେ ବିରୋଧୀ ବିଜେଡି। ଅବକାରି ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଗୃହ ମଧ୍ୟକୁ ଆସି ନାରା ବାଜି ଆରମ୍ଭ କରିଥିଲେ। ପରେ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢିଥିଲେ ବିରୋଧୀ ଦଳ। ବିଜେଡିର ୨ ବିଧାୟକ ସୋର ବିଧାୟକ ମାଧବ ଧଡା ଓ ଦେବଗଡ଼ ବିଧାୟକ ରୋମାଞ୍ଚ ବିଶ୍ବାଳ ବାଚସ୍ପତିଙ୍କ ପୋଡ଼ିୟମ ଉପରେ ଚଢ଼ି ବିଶୃଙ୍ଗଳା ସୃଷ୍ଟି କରିଥିଲେ। ସ୍ଥିତି ଅସମ୍ଭାଳ ହେବାରୁ ସାଢ଼େ ୧୧ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି। 

Read More
{}{}