Hindi News >>Home >>Odisha State

ଜଙ୍ଗଲ ନିଆଁ ଲିଭାଇବା ସହ ବନ୍ୟଜନ୍ତୁଙ୍କୁ ଉଦ୍ଧାର କରିବ "ଏଟିଭି"

ଉନ୍ନତ ଗତିଶୀଳତା ନିଶ୍ଚିତ କରିବା ସହିତ ପ୍ରତିକ୍ରିୟା ସମୟ କମ୍ କରିବା, ପ୍ରାକୃତିକ ବିପଦକୁ କମ୍ କରିବା ଆଦି କାର୍ଯ୍ୟ ପାଇଁ ସ୍ଵତନ୍ତ୍ର ଭାବରେ ୱାଟର ଟ୍ୟାଙ୍କ ସହିତ ଏହି ଗାଡି ତିଆରି ହୋଇଛି । 

Advertisement
ଜଙ୍ଗଲ ନିଆଁ ଲିଭାଇବା ସହ ବନ୍ୟଜନ୍ତୁଙ୍କୁ ଉଦ୍ଧାର କରିବ "ଏଟିଭି"
Soubhagya Ranjan Mishra|Updated: Nov 30, 2024, 09:26 PM IST
Share

ଭୁବନେଶ୍ୱର: ଅଗ୍ନିକାଣ୍ଡକୁ ରୋକିବ ଏଟିଭି । କୌଣସି ଦୁର୍ଗମ ଅଞ୍ଚଳ ହେଉ ଅବା ଜଙ୍ଗଲ, ଯେକୌଣସି ଅପହଞ୍ଚ ସ୍ଥାନରେ ପହଞ୍ଚି ନିଆଁକୁ ତତକ୍ଷଣାତ୍ ଆୟତ୍ତ କରିବା ସହିତ ବନ୍ୟ ଜନ୍ତୁଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଏହି "ଏଟିଭି"କୁ  ପ୍ରସ୍ତୁତ କରାଯାଇଛି । ଉନ୍ନତ ଗତିଶୀଳତା ନିଶ୍ଚିତ କରିବା ସହିତ ପ୍ରତିକ୍ରିୟା ସମୟ କମ୍ କରିବା, ପ୍ରାକୃତିକ ବିପଦକୁ କମ୍ କରିବା ଆଦି କାର୍ଯ୍ୟ ପାଇଁ ସ୍ଵତନ୍ତ୍ର ଭାବରେ ୱାଟର ଟ୍ୟାଙ୍କ ସହିତ ଏହି ଗାଡି ତିଆରି ହୋଇଛି । 

୫୧ ଟି ଅଲଟରନେଟ୍ ମୋଟର ଯାନ "ଏଟିଭି " କଷ୍ଟମାଇଜ୍ ସ୍ପ୍ରୀଙ୍କଲର ସିଷ୍ଟମ ସହିତ ୪୧ଟି ଅଗ୍ନିନିର୍ବାପକ ୟୁନିଟ୍, ୪୭ ଟି ଅଗ୍ନି ନିରାକରଣ ସହାୟତା ୟୁନିଟ୍ ୧୮ଟି ଜିଲ୍ଲାକୁ ପ୍ରଦାନ କରାଯାଇଛି। ତେବେ ଏହି ୧୮ ଜିଲ୍ଲାକୁ ୧୩୯ଟି ହାଇଟେକ୍ ଗାଡି ଦିଆଯାଇଥିବା ସୂଚନା ମିଳିଛି । ଏହି ଗାଡିକୁ ନିଜେ ଡିଏଫଓଙ୍କ ତଦାରଖ କରିବେ । ଅଧିକ ତୀବ୍ର ପଇଁତରା, ପର୍ଯ୍ୟାଲୋଚନା, ନିରୀକ୍ଷଣ ଓ ସୁନିଶ୍ଚିତ କରିବା ପାଇଁ ଏଟିଭି ଗୁଡ଼ିକ ନିର୍ଦ୍ଦିଷ୍ଟ ଭାବରେ ଦୁର୍ଗମ ଅଞ୍ଚଳକୁ ଦୃଷ୍ଟିରେ ରଖି କଷ୍ଟମାଇଜ୍ କରାଯାଇଅଛି। ଏହି ଗାଡିର କଷ୍ଟମାଇଜ୍ କଟକ ସ୍ଥିତ “ଆନନ୍ଦ ଫେବ୍ରିକେଟର୍ସ ଆଣ୍ଡ ଇଞ୍ଜନିୟରସ୍” କରିଛନ୍ତି । 

୧୯୮୮ରେ ସ୍ଥାପିତ ଏହି କମ୍ପାନୀ ପ୍ରଥମେ ରାଜ୍ୟ ପରିବହନ ନିଗମ ପାଇଁ ବସ୍ ସଂସ୍ଥାଗୁଡ଼ିକର ଏକ ଆନୁଷଙ୍ଗିକ ଫେବ୍ରିକେଟର ଭାବରେ କାର୍ଯ୍ଯ କରିଥିଲା । ଶିଳ୍ପରେ ୩୨ ବର୍ଷରୁ ଅଧିକ ଅଭିଜ୍ଞତା ସହିତ କମ୍ପାନୀ ଅଗକୁ ବଢ଼ି ଚାଲିଛି। ନୂଆକରି ତିଆରି ହୋଇଥିବା ଏହି ଗାଡି ଗୁଡିକୁ ଶୁକ୍ରବାର ରାଜ୍ୟ ସରକାର ଏବଂ ବନ ଵିଭାଗ ଦ୍ୱାରା ଚନ୍ଦକା ସ୍ଥିତ ବଟାନିକାଲ୍ ଗାର୍ଡେନ୍ ନିକଟରେ ଉଦଘାଟନ କରାଯାଇଛି।

Also Read- Attack on Kejriwal: କେଜ୍ରିୱାଲଙ୍କ ସୁରକ୍ଷା ତୃଟି, ଗ୍ରେଟର କୈଳାଶରେ ଆକ୍ରମଣ

Also Read- ଓଡ଼ିଶାରେ ପ୍ରଥମଥର ପାଇଁ 'ଆଇକୋନିକ୍ ନେସନାଲ ହ୍ୱିଲଚେୟର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ-୨୦୨୪'

Read More
{}{}