Home >>Odisha State

Odisha News: ଏହି ଦିନ ଉଦ୍ଦଘାଟିତ ହେବ ବରମୁଣ୍ତା ବସ ଟର୍ମିନାଲ, ଜାଣନ୍ତୁ ଯାତ୍ରୀଙ୍କ ପାଇଁ ରହିଛି କେଉଁ ସବୁ ସୁବିଧା

Baramunda  Bus Terminal: ବରମୁଣ୍ତାସ୍ଥିତ ବହୁ ପ୍ରତୀକ୍ଷିତ ବାବା ସାହେବ ଭୀମ ରାଓ ଆମ୍ବେଦକର ବସ ଟର୍ମିନାଲ (Babasaheb Bhim Rao Ambedkar Bus Terminal) ମାର୍ଚ୍ଚ ୧ ତାରିଖ ଅର୍ଥାତ୍ ଶୁକ୍ରବାର ଦିନ ଉଦ୍ଦଘାଟନ ହେବ । ଏନେଇ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି ।

Advertisement
Odisha News: ଏହି ଦିନ ଉଦ୍ଦଘାଟିତ ହେବ ବରମୁଣ୍ତା ବସ ଟର୍ମିନାଲ, ଜାଣନ୍ତୁ ଯାତ୍ରୀଙ୍କ ପାଇଁ ରହିଛି କେଉଁ ସବୁ ସୁବିଧା
Payal Priyadarshini|Updated: Feb 29, 2024, 07:11 AM IST
Share

Babasaheb Bhim Rao Ambedkar Bus Terminal: ବରମୁଣ୍ତାସ୍ଥିତ ବହୁ ପ୍ରତୀକ୍ଷିତ ବାବା ସାହେବ ଭୀମ ରାଓ ଆମ୍ବେଦକର ବସ ଟର୍ମିନାଲ (Babasaheb Bhim Rao Ambedkar Bus Terminal) ମାର୍ଚ୍ଚ ୧ ତାରିଖ ଅର୍ଥାତ୍ ଶୁକ୍ରବାର ଦିନ ଉଦ୍ଦଘାଟନ ହେବ । ଏନେଇ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି ।

ସୂଚନାଯୋଗ୍ୟ, ଏଣିକି ବରମୁଣ୍ତା ବସଷ୍ଟାଣ୍ତରେ ବିମାନ ବନ୍ଦର ଭଳି ସୁବିଧା ସୁଯୋଗ ପାଇବେ ରାଜ୍ୟବାସୀ । ନବୀନ ଓଡିଶାର ନୂଆରୂପ ଭାବେ ବରମୁଣ୍ତା ବସ ଟର୍ମିନାଲ ଉଭା ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଶୁକ୍ରବାର ଏହାର ଲୋକର୍ପଣ କରିବେ ନେଇ ସୂଚନା ମିଳିଛି । ଏନେଇ ପ୍ରବେଶରୁ ପ୍ରସ୍ଥାନ ବସ ବେ’ରୁ ଆହାର କେନ୍ଦ୍ର ପର୍ଯ୍ୟନ୍ତ ସବୁ ସ୍ଥାନକୁ ଚକାଚକ କରାଯାଇଛି । ଏହାର କୋଣ ଅନୁକୋଣରେ ହାଇଟେକ ବ୍ୟବସ୍ଥା କରାଯାଇଛି । ଅତ୍ୟାଧୁନିକ ଏଲଇଡ଼ି ସ୍କ୍ରିନରେ ବସ ସମ୍ପର୍କିତ ସବିଶେଷ ତଥ୍ୟ ମିଳିବ । ଅନ୍ୟପଟେ ଏଠାରେ ବୈଦ୍ୟୁତିକ ସିଡ଼ି, ଲିଫ୍ଟ ସହ ଫୁଡ଼ କୋର୍ଟର ମଧ୍ଯ ବ୍ୟବସ୍ଥା କରାଯାଇଛି । ଯାତ୍ରୀଙ୍କ ବିଶ୍ରାମ ପାଇଁ ଶୀତତାପ ନିୟନ୍ତ୍ରିତ କୋଠରିର ବ୍ୟବସ୍ଥା କରାଯାଇଛି ବୋଲି ବିଡ଼ିଓ (BDA) ପକ୍ଷରୁ ସୂଚନା ମିଳିଛି । ଅତ୍ୟାଧୁନିକ ସୁବିଧା ସହ ଏଠାରେ କାନ୍ଥବାଡ଼ରେ ଓଡ଼ିଆ କଳା ସଂସ୍କୃତିର ଝଲକ ଦେଖିବାକୁ ମିଳିବ ।  ଫେବୃଆରୀ ଶେଷ ସୁଦ୍ଧା ବରମୁଣ୍ତା ବସ ଟର୍ମିନାଲ ନବୀକରଣ କାମ ସାରିବାକୁ ୫-ଟି ଅଧ୍ଯକ୍ଷ କାର୍ତ୍ତିକ ପାଣ୍ତିଆନ୍ (V.K Pandian) ନିର୍ଦ୍ଦେଶ ଦେଇଥିଲେ ।

Also Read- Weather Update: ଆଜି ୫ଟି ଜିଲ୍ଲାରେ ବର୍ଷା ସମ୍ଭାବନା, ଏହି ଦିନଠାରୁ ପାଗରେ ଆସିବ ପରିବର୍ତ୍ତନ

ପ୍ରକାଶ ଥାଉ କି, ବିଡ଼ିଓ ଦ୍ବାରା ୧୫.୫ ଏକରରୁ ଅଧିକ ଜମିରେ ବିଏସଏବିଟି ବରମୁଣ୍ତା ପ୍ରକଳ୍ପଳରେ ଯାତ୍ରୀଙ୍କ ସୁବିଧା, କାର୍ଯ୍ୟାଳୟ ସ୍ଥାନ, ପାର୍କିଂ,ଫୁଡ଼ କୋର୍ଟ, ବାଣିଜ୍ୟିକ ସ୍ଥାନ ଇତ୍ୟାଦିର ବିକାଶ କରାଯାଇଛି । ଏହି ବସଷ୍ଟାଣ୍ତ ଦୈନିକ ୩୦ ହଜାର ଯାତ୍ରୀଙ୍କ ପାଇଁ ପରିବହନର ମୁଖ୍ୟ ମାଧ୍ୟମ ହେବ ।

Read More
{}{}