Hindi News >>Home >>Odisha State

ଚନ୍ଦକା ପ୍ରଶିକ୍ଷଣ କେନ୍ଦ୍ରରେ ଛୁଆ ହାତୀ 'ମାମା' ର ମୃତ୍ୟୁ

Baby elephant: 'ମାମା’ର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ। ପ୍ରଶିକ୍ଷଣ କେନ୍ଦ୍ରରେ ଥିବା ଆଉ ୩ହାତୀ ମଧ୍ୟ ହାର୍ପିସରେ ଆକ୍ରାନ୍ତ ହୋଇଛନ୍ତି।

Advertisement
ଚନ୍ଦକା ପ୍ରଶିକ୍ଷଣ କେନ୍ଦ୍ରରେ ଛୁଆ ହାତୀ 'ମାମା' ର ମୃତ୍ୟୁ
Zee Odisha Desk|Updated: Aug 28, 2024, 12:00 PM IST
Share

ଭୁବନେଶ୍ଵର: ଭୁବନେଶ୍ୱର ସ୍ଥିତ ଚନ୍ଦକା ଡମପଡ଼ା କୁମାରଖୁଣ୍ଟି ହାତୀ ପ୍ରଶିକ୍ଷଣ କେନ୍ଦ୍ରରେ ଛୁଆ ମାଈ ହାତୀ ‘ମାମା’ ର ଆଜି ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାକୁ ୭ ବର୍ଷ ହୋଇଥିଲା। 'ମାମା' ର ମୃତ୍ୟୁକୁ ନେଇ ସୂଚନା ଦେଇଛନ୍ତି ଡିଏଫଓ । 

୨୦୧୭ ମସିହାରେ ଖୋର୍ଦ୍ଧା ଟାଙ୍ଗୀ ଜଙ୍ଗଲରେ ଛୁଆହାତୀ 'ମାମା' ର ଜନ୍ମ ହୋଇଥିଲା। ମାତ୍ର ୬ମାସ ପରେ ସେ ମାଆ ଠାରୁ ଅଲଗା ହୋଇଯାଇଥିଲା। ପରେ ତାକୁ ନନ୍ଦନକାନନ ଅଣାଯାଇଥିଲା। ପୁଣି ନନ୍ଦନକାନନରୁ 'ମାମା'କୁ ଡମପଡ଼ା କୁମାରଖୁଣ୍ଟି ହାତୀ ପ୍ରଶିକ୍ଷଣ କେନ୍ଦ୍ର ନିଆଯାଇଥିଲା।

ତେବେ ହାର୍ପିସ୍‌‌ ଭୂତାଣୁ ଆକ୍ରାନ୍ତରେ ‘ମାମା’ର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ‘ମାମା’ର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ। ପ୍ରଶିକ୍ଷଣ କେନ୍ଦ୍ରରେ ଥିବା ଆଉ ୩ହାତୀ ମଧ୍ୟ ହାର୍ପିସରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କର ଚିକିତ୍ସା ଚାଲିଥିବା ଚନ୍ଦକା ଡିଏଫଓ କହିଛନ୍ତି।

Read More
{}{}