Odisha News: ବଳଙ୍ଗା ନାବାଳିକା ପୋଡ଼ି ଘଟଣାକୁ ନେଇ ଉଠୁଛି ପଡୁଛି ରାଜ୍ୟ ରାଜନୀତି। ହେଲେ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ କାବୁ କରିବାରେ ଅସଫଳ ହୋଇଛି ପୋଲିସ। ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଛି। ଏନେଇ ପୀଡିତାଙ୍କ ପିଉସୀକୁ ଉଠାଇ ନେଇଛି ବଳଙ୍ଗା ପୋଲିସ। ପିଉସୀଙ୍କୁ ପଚରା ଉଚରା ହେବା ହେବ। ପୂର୍ବରୁ ସାଙ୍ଗକୁ ବି ଥାନାରେ ଜେରା କରିଥିଲା ।
ସୂଚନା ଅନୁସାରେ,ଗତକାଲି ପୁରୀ ଜିଲ୍ଲା ବଳଙ୍ଗା ଥାନା ବାୟାବର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ନାବାଳିକା ଜଣକ ସାଇକେଲରେ ନିଜ ସାଙ୍ଗ ଘରକୁ ଯାଉଥିବା ସମୟରେ ବାଟରେ ୩ ରୁ ୪ ଜଣ ଯୁବକ ନାବାଳିକାଙ୍କୁ ଅଟକାଇ କିରୋସିନ୍ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ନାବାଳିକା ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା। ଘଟଣା ସ୍ଥଳରେ ବଳଙ୍ଗା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। କିଭଳି ସ୍ଥିତିରେ ଏହି ଘଟଣାଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି ବଳଙ୍ଗା ପୋଲିସ୍। ପୀଡି଼ତା ଜଣକ ଯୁକ୍ତ ଦୁଇର ଯାତ୍ରୀ ହୋଇଥିବା ଜଣାପଡିଛି।
ସେପଟେ, ଏହି ଘଟଣାରେ ଦୋଷୀଙ୍କୁ ତୁରନ୍ତ ଗିରଫ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏନେଇ ସେ ପ୍ରତିକ୍ରିୟା ରଖୁଛନ୍ତି। ଖବର ଶୁଣି ମୁଁ ବ୍ୟଥିତ ଓ ମର୍ମାହତ। ପୀଡିତାଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ। ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି। ପୀଡିତା ପ୍ରାୟ ୭୦ ରୁ ୭୫ ପ୍ରତିଶତ ପୋଡି଼ ଯାଇଥିବା ସୂଚନା ମିଳିଛି। ତାଙ୍କୁ ଟ୍ରମା କେୟାରରୁ ବର୍ଣ୍ଣ ୟୁନିଟକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା ଚାଲିଛି। ଭେଣ୍ଟିଲେଟରରେ ନୁହେଁ, ICUରେ ଅକ୍ସିଜେନ୍ ସପୋର୍ଟରେ ରଖାଯାଇଛି ବୋଲି ସୂଚନା ଦେଲେ ଏମ୍ସ ବର୍ଣ୍ଣ ସେଣ୍ଟର ମୁଖ୍ୟ ସଞ୍ଜୟ ଗିରି ।ସେପଟେ, ଏହି ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଶନିବାର ଏମ୍ସରେ ଦେଖିବାକୁ ମିଳିଥିଲା ବଳଙ୍ଗା ତାତି। ଆଜି ପୀଡିତାଙ୍କୁ ଦିଲ୍ଲୀ ଏମସ୍ କୁ ଏୟାଲ ଲିପ୍ଟ କରାଯିବ।