Hindi News >>Home >>Odisha State

Odisha News: ଓଡ଼ିଶା ଫେରିଲେ ପ୍ରତାପ, କହିଲେ ମୁଁ ଯଦି ଭୁଲ ସଂସଦର ସିସିଟିଭି ଯାଞ୍ଚ ହେଉ

ନୂଆଦିଲ୍ଲୀ: ସୁସ୍ଥ ହୋଇ ଓଡ଼ିଶା ଫେରିଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ। ସୋମବାର ସନ୍ଧ୍ୟାରେ ଶ୍ରୀ ଷଡ଼ଙ୍ଗୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହି ସମୟରେ ସେ ସାମ୍ବାଦିକଙ୍କ ପ୍ରଶ୍ନର ଜବାବ ଦେଇ ଘଟିଯାଇଥିବା ଘଟଣାକୁ କଡ଼ା ନିନ୍ଦା କରିଛନ୍ତି।  ସେ କହିଛନ୍ତି କି ସଂସଦରେ ଏଭଳି ଅଶୋଭନୀୟ ଆଚରଣ ବିଲକୁଲ ଗ୍ରହଣୀୟ ନୁହେଁ। ଏଭଳି ଆଚରଣ

Advertisement
Odisha News: ଓଡ଼ିଶା ଫେରିଲେ ପ୍ରତାପ, କହିଲେ ମୁଁ ଯଦି ଭୁଲ ସଂସଦର ସିସିଟିଭି ଯାଞ୍ଚ ହେଉ
Prabhudatta Moharana|Updated: Dec 31, 2024, 10:19 AM IST
Share

Odisha News: ନୂଆଦିଲ୍ଲୀ: ସୁସ୍ଥ ହୋଇ ଓଡ଼ିଶା ଫେରିଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ। ସୋମବାର ସନ୍ଧ୍ୟାରେ ଶ୍ରୀ ଷଡ଼ଙ୍ଗୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହି ସମୟରେ ସେ ସାମ୍ବାଦିକଙ୍କ ପ୍ରଶ୍ନର ଜବାବ ଦେଇ ଘଟିଯାଇଥିବା ଘଟଣାକୁ କଡ଼ା ନିନ୍ଦା କରିଛନ୍ତି। 

ସେ କହିଛନ୍ତି କି ସଂସଦରେ ଏଭଳି ଅଶୋଭନୀୟ ଆଚରଣ ବିଲକୁଲ ଗ୍ରହଣୀୟ ନୁହେଁ। ଏଭଳି ଆଚରଣ ପବିତ୍ର ଗୃହରେ କରାଯିବା ଉଚିତ କି ? ସେ ଆହୁରି ମଧ୍ୟ କହିଛନ୍ତି କି ଏହି ଘଟଣାରେ ଯଦି ମୁଁ ଭୁଲ ତେବେ ସଂସଦରେ ଲାଗିଥିବା ସିସିଟିଭିର ଫୁଟେଜକୁ ଯାଞ୍ଚ କରାଯାଉ। କିଏ ଠିକ କିଏ ଭୁଲ ତାହା ସ୍ପଷ୍ଟ ହୋଇଯିବ। ଯେଉଁମାନେ ଏଭଳି ଆଚରଣ ବା ବ୍ୟବହାର କରୁଛନ୍ତି ସେମାନଙ୍କୁ ନିର୍ବାଚନୀ ରାଜନୀତିରେ ସଠିକ ଜବାବ ଦିଆଯାଉ। ବିରୋଧୀ ଦଳ ନେତାଙ୍କ ଗରିମାମୟ ପଦରେ ରାହୁଲ ଗାନ୍ଧୀଙ୍କ ଭଳି ନେତା ବସିବା ଦେଶର ଦୁର୍ଭାଗ୍ୟ ବୋଲି ସେ କହିଛନ୍ତି। 

ଏଠାରେ କହି ରଖୁ କି ସଂସଦର ଶୀତ ଅଧିବେଶନ ଚାଲିଥିବା ସମୟରେ ଗତ ୧୯ ତାରିଖରେ ମକର ଦ୍ୱାର ନିକଟରେ ପଡି ଆହତ ହୋଇଥିଲେ ପ୍ରତାପ ଷଡଙ୍ଗୀ। ଆମ୍ବେଦକର ପ୍ରସଙ୍ଗରେ ବିରୋଧୀ ସଦସ୍ୟ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ଏତିକି ବେଳେ ଠେଲାପେଲା ହୋଇଥିଲା। ରାହୁଲ ଗାନ୍ଧୀ ଠେଲିଦେବାରୁ ସଂସଦର ମକର ଦ୍ୱାରର ଶିଢି ନିକଟରେ ଶ୍ରୀ ଷଡ଼ଙ୍ଗୀ ପଡିଯାଇଥିଲେ। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। 

Read More
{}{}