Hindi News >>Home >>Odisha State

ରାଜଧାନୀରେ ଜମି ଜବର ଦଖଲକାରୀଙ୍କ ମଧ୍ୟରୁ ୩ ଜଣଙ୍କୁ ବାନ୍ଧିଲା ପୁଲିସ

Police arrested: ଏମାନେ ମୃତ ବ୍ୟକ୍ତିଙ୍କ ନାମରେ ପାୱାର ଓଫ ଆଟର୍ଣି ପ୍ରସ୍ତୁତ କରି ବିଭିନ୍ନ ଲୋକଙ୍କ ସହ ଏଗ୍ରୀମେଣ୍ଟ କରି ଜମି ବିକୁଥିଲେ। 

Advertisement
ରାଜଧାନୀରେ ଜମି ଜବର ଦଖଲକାରୀଙ୍କ ମଧ୍ୟରୁ ୩ ଜଣଙ୍କୁ ବାନ୍ଧିଲା ପୁଲିସ
Zee Odisha Desk|Updated: Sep 06, 2024, 09:40 PM IST
Share

ଭୁବନେଶ୍ଵର: ରାଜଧାନୀରେ ଜମି ଜବରଦଖଲକାରୀ ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଉଛି। ବିଭିନ୍ନ ସ୍ଥାନରେ ଜମି ଜବର ଦଖଲ କରୁଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ୩ ଜଣଙ୍କୁ ଆଜି ଗିରଫ କରିଛି ପୁଲିସ। ଇନ୍ଫୋସିଟି ଥାନା ନିକଟସ୍ଥ ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କ ଘରକୁ ଜବର ଦଖଲ କରିବା ପାଇଁ ଉଦ୍ୟମ କରିଥିଲେ ୧୦ ରୁ ୧୫ ଦୁର୍ବୃତ୍ତ। ଏହି ଦୁର୍ବୃତ୍ତମାନେ ଜେସିବି ଲଗାଇ ଘର ଗେଟ ପାଚେରୀ ଭାଙ୍ଗିଥିଲେ। ପାଚେରୀ ଭାଙ୍ଗିବା ସହ ଜବରଦସ୍ତ ଟଙ୍କା ନେବା ସହ ଧମକ ମଧ୍ୟ ଦେଇଥିଲେ। ଗିରଫ ଅଭିଯୁକ୍ତ ହେଲେ ମାନସ ସାହୁ,ନିରଞ୍ଜନ ରାଉତ,ଜଗଦୀଶ ପାଟସାଣି। 

ଏନେଇ ଇନ୍ଫୋସିଟି ଥାନାରେ ଅଭିଯୋଗ କରିଥିଲେ ମହିଳା ଜଣକ। ଅଭିଯୋଗ ପାଇବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ୩ ଜଣଙ୍କୁ ଗିରଫ କରାଯାଇଛି। ତଦନ୍ତରୁ ଜଣା ପଡ଼ିଛି ଯେ ଏମାନେ ମୃତ ବ୍ୟକ୍ତିଙ୍କ ନାମରେ ପାୱାର ଓଫ ଆଟର୍ଣି ପ୍ରସ୍ତୁତ କରି ବିଭିନ୍ନ ଲୋକଙ୍କ ସହ ଏଗ୍ରୀମେଣ୍ଟ କରି ଜମି ବିକୁଥିଲେ। 

Read More
{}{}