ଭୁବନେଶ୍ଵର: ରାସ୍ତାରେ ବୁଲୁଛନ୍ତି ୧୭ ଲକ୍ଷ ବୁଲା କୁକୁର। ଦୁଇ ବର୍ଷରେ ୫ ଲକ୍ଷରୁ ଅଧିକ ଲୋକ କୁକୁର କାମୁଡ଼ାର ଶିକାର ହୋଇସାରିଲେଣି। ୧୦ ମାସରେ ୨,୪୩,୫୬୫ ଜଣଙ୍କୁ କୁକୁର କାମୁଡ଼ିଛି। ଗତବର୍ଷ ୨ ଲକ୍ଷ ୬୦ ହଜାର ଲୋକଙ୍କୁ ବୁଲା କୁୁକୁର ଆକ୍ରମଣ କରିଛି। ୮ ସହରାଞ୍ଚଳରେ ୪ ହଜାର ୬୦୫ କୁକୁରଙ୍କ ବନ୍ଧ୍ୟାକରଣ ହୋଇଛି। ଏ ଦିଗରେ ସରକାରଙ୍କ ପକ୍ଷରୁ ଆଗାମୀ ଦିନରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ସରକାର।
ବୁଲା କୁକୁରମାନଙ୍କ ସଂପର୍କରେ ଆଜି ବିଧାନସଭାରେ ତଥ୍ୟ ଦେଇଛନ୍ତି ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ସେ କହିଛନ୍ତି, ବୁଲା କୁକୁରମାନଙ୍କ ପ୍ରତି ସାବଧାନ ରହନ୍ତୁ। କାରଣ ରାସ୍ତାରେ ବୁଲୁଛନ୍ତି ୧୭ ଲକ୍ଷ ବୁଲା କୁକୁର। ବୁଲା କୁକୁରଙ୍କ ଉପଦ୍ରବରେ ଲୋକ ହନ୍ତସନ୍ତ ହେଉଛନ୍ତି।