Hindi News >>Home >>Odisha State

Berhampur News: ଶିକ୍ଷାର ମନ୍ଦିରରେ ସେକ୍ସ ରାକେଟ !

ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ପାଇବା ପରେ ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ଅଧିକାରୀ ଫିଜିକାଲ ଭେରିଫିକେସନ ଓ ପିଲାଙ୍କ ସହ ଆଲୋଚନା କରି ବିଭାଗକୁ ରିପୋର୍ଟ ଦେବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । 

Advertisement
Berhampur News: ଶିକ୍ଷାର ମନ୍ଦିରରେ ସେକ୍ସ ରାକେଟ !
Zee Odisha Desk|Updated: Dec 27, 2023, 01:27 PM IST
Share

Odisha News: ଭୁବନେଶ୍ୱର: ଶିକ୍ଷାର ମନ୍ଦିରରେ ସେକ୍ସ ରାକେଟ ଭଳି ଏକ ସଂଗୀନ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲାରୁ। ଗଞ୍ଜାମର ହିଞ୍ଜିଳିକାଟୁ ସ୍ୱୟଂଶାସିତ ସାଇନ୍ସ କଲେଜରୁ ଆସିଛି ଏହି ଅଭିଯୋଗ। ସେପଟେ ଏଭଳି ଏକ ଅଭିଯୋଗ ଆସିବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଉଚ୍ଚଶିକ୍ଷା ବିଭାଗ ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସବୁଠାରୁ ଚାଞ୍ଚଲ୍ୟ କରିବା ଭଳି କଥା ହେଉଛି କି ଏହି ମାମଲା ଦୀର୍ଘ ଦୁଇ ବର୍ଷ ଧରି ଚାଲୁଥିଲେ ମଧ୍ୟ କେହି ଏହାର ଟେର ମଧ୍ୟ ପାଇନଥିଲେ। 

ମିଳିଥିବା ସୂଚନା ଅନୁଯାୟୀ ରାତିବେଳା କଲେଜ କ୍ୟାମ୍ପସରେ ଅନୈତିକ କାର୍ଯ୍ୟ ଚାଲୁଥିବା ନେଇ ଅଭିଯୋଗ ଫର୍ଦ୍ଦରେ ଦର୍ଶାଯାଇଛି। ଖାଲି ଏତିକି ନୁହେଁ, କଲେଜ ଅଧ୍ୟକ୍ଷଙ୍କ ନାଁରେ ମଧ୍ୟ ଅଭିଯୋଗ ଆସିଛି। ଅନେକ ଦୁର୍ନିତୀରେ ଅଧ୍ୟକ୍ଷ ଲିପ୍ତ ରହିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ତେବେ ଏସବୁ ମିଥ୍ୟା ଅଭିଯୋଗ ବୋଲି ଅଧ୍ୟକ୍ଷ ପ୍ରକାଶ କରିଛନ୍ତି। 

ସେପଟେ ଉଚ୍ଚଶିକ୍ଷା ବିଭାଗ ଦେଇଥିବା ନିର୍ଦ୍ଦେଶ ଚିଠିର ଅଭିଯୋଗ ପତ୍ରରେ ଉଲ୍ଲେଖ ଅଛି ଯେ ଗତ ଦୁଇ ବର୍ଷ ହେବ ଏଭଳି କାରବାର କ୍ୟାମ୍ପସରେ ଚାଲୁଛି । ଖାଲି ସେତିକି ନୁହେଁ କଲେଜରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ବି ଅଭିଯୋଗ ହୋଇଛି । ଶିକ୍ଷାର ମନ୍ଦିରରୁ ସାଂଘାତିକ ଅଭିଯୋଗ ଆସିବା ପରେ ପ୍ରକାଶ ପାଇଛି ତତ୍ପରତା । ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ପାଇବା ପରେ ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ଅଧିକାରୀ ଫିଜିକାଲ ଭେରିଫିକେସନ ଓ ପିଲାଙ୍କ ସହ ଆଲୋଚନା କରି ବିଭାଗକୁ ରିପୋର୍ଟ ଦେବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଅନ୍ୟପଟେ ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ ଏବଂ ସବୁ ତଦନ୍ତକୁ ସ୍ୱାଗତ କରିବେ ବୋଲି କଲେଜ ଅଧ୍ୟକ୍ଷା କହିଛନ୍ତି ।

Read More
{}{}