Hindi News >>Home >>Odisha State

Bhadrak Fire Breakout: ଭୟାବହ ଅଗ୍ନିକାଣ୍ତ , ଜଳିଗଲା ୧୫ଟି ଦୋକାନ

Bhadrak Fire Breakout: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଇରମ ପଞ୍ଚାୟତ ରଥପଦା ଛକରେ ଘଟିଛି ଏହି ଭୟାବହ ଅଗ୍ନିକାଣ୍ତ (Fire Breakout)। ସୂଚନା ଅନୁଯାୟୀ, ବିଳମ୍ବିତ ରାତି ପ୍ରାୟ ୨ଟାରେ ହଠାତ୍ ଇରମ ପଞ୍ଚାୟତ ରଥପଦା ମାର୍କେଟରେ (Rathpada Market) ଥିବା ଦୋକାନରେ ନିଆଁ ଲାଗିଯାଇଥିଲା । ଫଳରେ ଏହି ନିଆଁ ଗୋଟେ ପରେ ଗୋଟେ ଦୋକାନକୁ ବ୍ୟାପି ଥିଲା । 

Advertisement
ସୌ(ସୋସିଆଲ ମିଡିଆ)
ସୌ(ସୋସିଆଲ ମିଡିଆ)
Zee Odisha Desk|Updated: Dec 14, 2023, 11:48 AM IST
Share

Bhadrak Fire Breakout: ହୁ ହୁ ହୋଇ ଜଳିଗଲା ୧୫ଟି ଦୋକାନ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଇରମ ପଞ୍ଚାୟତ ରଥପଦା ଛକରେ ଘଟିଛି ଏହି ଭୟାବହ ଅଗ୍ନିକାଣ୍ତ (Fire Breakout)। ସୂଚନା ଅନୁଯାୟୀ, ବିଳମ୍ବିତ ରାତି ପ୍ରାୟ ୨ଟାରେ ହଠାତ୍ ଇରମ ପଞ୍ଚାୟତ ରଥପଦା ମାର୍କେଟରେ (Rathpada Market) ଥିବା ଦୋକାନରେ ନିଆଁ ଲାଗିଯାଇଥିଲା । ଫଳରେ ଏହି ନିଆଁ ଗୋଟେ ପରେ ଗୋଟେ ଦୋକାନକୁ ବ୍ୟାପି ଥିଲା । ନିଆଁର ପ୍ରକୋପ ବେଶୀ ଥିବାରୁ ଦୋକାନରୁ ଜିନିଷପତ୍ର ବାହାର କରିବା ସମ୍ଭବ ହୋଇପାରିନଥିଲା । ଖବର ପାଇ ବାସୁଦେବପୁର (Basudevpur) ଓ ଧାମର ଦମକଳ ବାହିନୀ (Dhamara Fir bigrade) ଘଟଣାସ୍ଥଳରେ ପହଁଞ୍ଚିଥିଲେ । ପ୍ରାୟ ୨ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା ।

Aslo Read-Crime News: ଶାରୀରିକ ସମ୍ବନ୍ଧ ରଖିବାକୁ ମନା କରିବାରୁ ଲିଭ୍ ଇନ ପାର୍ଟନରକୁ...

Aslo Read-LAccMI Bus: ଆଜି ଏହି ଜିଲ୍ଲାର ୫୦ଟି ରୁଟରେ ଗଡ଼ିବ ଲକ୍ଷ୍ମୀ ବସ୍

ଅଗ୍ନିକାଣ୍ତରେ ପାନ ଦୋକାନ, ସୁନା ଦୋକାନ, ତେଜରାତି ଦୋକାନ, କଂସା ଦୋକାନ, ଷ୍ଟେସନାରୀ , ଜନସେବା କେନ୍ଦ୍ରରେ ନିଆଁ ଲାଗି ଜଳି ଯାଇଛି। ଏଥିରେ ପ୍ରାୟ ଲକ୍ଷାଧିକ ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଥିବା ସୂଚନା ମିଳିଛି । ଯଦୁନାଥ ବେହେରା ନାମକ ବ୍ଯକ୍ତି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଯଦୁନାଥକୁ ଧରି ଅଟକ ରଖି ପଚରାଉଚରା କରୁଛି  ପୋଲିସ।

 

 

 

 

 

Read More
{}{}