Hindi News >>Home >>Odisha State

ଆଖଣ୍ଡଳମଣି ମନ୍ଦିର ବେଢାରେ ସେବାୟତଙ୍କୁ ବିଜେପି କର୍ମୀଙ୍କ ଆକ୍ରମଣ ନେଇ ଅଭିଯୋଗ

Odisha News: ଗୋଟେ ପଟେ ରାଜ୍ୟର ୩ ପ୍ରମୁଖ ଦଳ ଭୋଟରଙ୍କୁ ଆକୃଷ୍ଟ କରିବା ନେଇ ପ୍ରଚାର ଆରମ୍ଭ କରିଛନ୍ତି । ତେବେ ଦିନକୁ ଦିନ ନିର୍ବାଚନ ଉଷ୍ମତା ବଢୁଥିବା ବେଳେ ରାଜନୈତିକ ହିଂସା ମଧ୍ଯ ବଢିପାରେ ଲାଗିଛି । 

Advertisement
ଆଖଣ୍ଡଳମଣି ମନ୍ଦିର ବେଢାରେ ସେବାୟତଙ୍କୁ ବିଜେପି କର୍ମୀଙ୍କ ଆକ୍ରମଣ ନେଇ ଅଭିଯୋଗ
Abhaya mohanty|Updated: Apr 13, 2024, 02:10 PM IST
Share

Odisha News: ପାଖେଇ ଆସୁଛି ନିର୍ବାଚନ । ଏନେଇ ସରଗରମ ରାଜ୍ୟ ରାଜନୀତି । ଗୋଟେ ପଟେ ରାଜ୍ୟର ୩ ପ୍ରମୁଖ ଦଳ ଭୋଟରଙ୍କୁ ଆକୃଷ୍ଟ କରିବା ନେଇ ପ୍ରଚାର ଆରମ୍ଭ କରିଛନ୍ତି । ତେବେ ଦିନକୁ ଦିନ ନିର୍ବାଚନ ଉଷ୍ମତା ବଢୁଥିବା ବେଳେ ରାଜନୈତିକ ହିଂସା ମଧ୍ଯ ବଢିପାରେ ଲାଗିଛି । ନିର୍ବାଚନ ଆରମ୍ଭ ନ ହେଉଣୁ ପ୍ରମୁଖ ଦଳର କର୍ମୀ ମାନେ କେତେବେଳେ ଗଣମାଧ୍ଯମ ପ୍ରତିନିଧି ତ ଆଉ କେତେବେଳ ସାଧାରଣ ଲୋକଙ୍କୁ ଭୟଭୀତ କରୁଥିବା ନେଇ ଅନେକ ଖବର ସାମ୍ନାକୁ ଆସୁଛି । ଇତି ମଧ୍ଯରେ ଆରଡିପୀଠ ଆଖଣ୍ଡଳମଣିଙ୍କ ମନ୍ଦିର ବେଢାରେ ବିଜେପିର କର୍ମୀ ଜଣେ ସେବାୟତଙ୍କୁ ଆକ୍ରମଣ କରିଥିବା ନେଇ ସୂଚନା ମିଳିଛି ।

ଭଦ୍ରକ ଜିଲ୍ଲା ପ୍ରସିଦ୍ଧ ଆରଡିପୀଠ ଆଖଣ୍ଡଳମଣିଙ୍କ ମନ୍ଦିର ବେଢାରେ ସେବାୟତଙ୍କୁ ଆକ୍ରମଣ । ସୂଚନା ଅନୁଯାୟୀ, ଆଖଣ୍ଡଳମଣିଙ୍କ ମନ୍ଦିରର ସେବାୟତ ତଥା ବଡପଣ୍ଡାଙ୍କ ପୁଅ ବାବାଜି ପାଢୀ ମନ୍ଦିରରେ ବାବାଙ୍କ ସେବାପୂଜା ସାରି ଫେରୁଥିବା ସମୟରେ ମନ୍ଦିରର ପଶ୍ଚିମ ଦ୍ବାର ନିକଟରେ ବିଜେପି ଦଳର କିଛି କର୍ମୀ ସଂଘବଦ୍ଧ ଭାବେ ତାଙ୍କୁ ଠେଙ୍ଗାରେ ଆକ୍ରମଣ କରିବା ସହ ଦଳକୁ ସର୍ମଥନ ନ କଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସେବାୟତ ଜୀବନ ବଞ୍ଚାଇ ଦୌଡି଼ ପଳାଇଥିଲେ ।

ଏହା ମଧ୍ଯ ପଢନ୍ତୁ- Accident News: ବିବାହ ଭୋଜି ଖାଇ ଫେରୁଥିବା ବେଳେ ଚାଲିଗଲା ୩ ଭାଇଭଉଣୀଙ୍କ ଜୀବନ

ଏହାପରେ ବାବାଜି ଆରଡି ଫାଣ୍ଡିରେ ବିଜେପି ଦଳର ଆରଡିର ମୁଖ୍ଯ ଦେବଦତ୍ତ ପାଢୀଙ୍କ ପୁଅ କାଳିଆ ପାଢୀ ତାଙ୍କ ଭାଇ ବଳରାମ, ଅଜିତ, ପଞ୍ଚୁଆ, ଶଙ୍କରର୍ଷଣ ପ୍ରମୁଖଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଘଟଣା ବେଳର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହେବା ସହ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଘଟଣାରେ ପୋଲିସ କ'ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

 

Read More
{}{}