Hindi News >>Home >>Odisha State

Bhanga: ଭାଙ୍ଗ ଏବେ ନିଶାଦ୍ରବ୍ୟ

ଭୁବନେଶ୍ୱର: ଭାଙ୍ଗ ଏବେ ନିଶାଦ୍ରବ୍ୟ। ଆଉ ଆଗଭଳି ସର୍ବସାଧାରଣରେ ମିଳିବନି ଭାଙ୍ଗ। ଭାଙ୍ଗକୁ ନିଶା ଦ୍ରବ୍ୟ ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି ସରକାର। ସରକାର କହିଛନ୍ତି କି ଓଡିଶା ଏକ୍ସାଇଜ୍ ଆକ୍ଟ, ୨୦୦୮ (ଓଡିଶା ଆକ୍ଟ ୧୦, ୨୦୧୩)ର ଧାରା ୨ର କ୍ଲଜ (t) ଅନୁଯାୟୀ ଅବକାରୀ ବିଭାଗ ଏହି ଘୋଷଣା କରିଛି।

Advertisement
Bhanga: ଭାଙ୍ଗ ଏବେ ନିଶାଦ୍ରବ୍ୟ
Prabhudatta Moharana|Updated: Aug 13, 2024, 06:49 PM IST
Share

Bhanga: ଭୁବନେଶ୍ୱର: ଭାଙ୍ଗ ଏବେ ନିଶାଦ୍ରବ୍ୟ। ଆଉ ଆଗଭଳି ସର୍ବସାଧାରଣରେ ମିଳିବନି ଭାଙ୍ଗ। ଭାଙ୍ଗକୁ ନିଶା ଦ୍ରବ୍ୟ ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି ସରକାର। ସରକାର କହିଛନ୍ତି କି ଓଡିଶା ଏକ୍ସାଇଜ୍ ଆକ୍ଟ, ୨୦୦୮ (ଓଡିଶା ଆକ୍ଟ ୧୦, ୨୦୧୩)ର ଧାରା ୨ର କ୍ଲଜ (t) ଅନୁଯାୟୀ ଅବକାରୀ ବିଭାଗ ଏହି ଘୋଷଣା କରିଛି।

ସରକାର ଆହୁରି ମଧ୍ୟ କହିଛନ୍ତି ଭାଙ୍ଗ ଗଞ୍ଜେଇ ପତ୍ରରୁ ପ୍ରସ୍ତୁତ। ଯାହାକୁ ଧୂମପାନ, ଚୋବାଇ ଖାଇବା ଏବଂ ପଣା ଆଦିରେ ମିଶାଇ ବ୍ଯବହାର କରାଯାଇଥାଏ। ରାଜ୍ୟର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଭାବେ ଏହା ବ୍ଯବହୃତ ହୋଇଥାଏ। ତେବେ ବିଭିନ୍ନ ସ୍ଥାନରେ ଭାଙ୍ଗକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ। 

ଏଠାରେ କହି ରଖୁ କି ଭାଙ୍ଗକୁ ଔଷଧର ମାନ୍ୟତା ପ୍ରଦାନ କରି ସାରିଛି ଜାତିସଂଘ। ଆଉ ଏହା ସପକ୍ଷରେ ନିଜର ସମର୍ଥନ ଜଣାଇଛନ୍ତି ବିଶ୍ବର ୨୭ଟି ଦେଶ।ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବିଶେଷଜ୍ଞଙ୍କ ସୁପାରିଶ ପରେ ଭାଙ୍ଗକୁ ଔଷଧର ମାନ୍ୟତା ପ୍ରଦାନ ନେଇ ବଡ ନିଷ୍ପତ୍ତି ନେଇଛି ୟୁଏନ । ତେବେ ଏହି ପରିପ୍ରକ୍ଷୀରେ ଭାଙ୍ଗକୁ ମାଦକ ଦ୍ରବ୍ୟ ତାଲିକାରୁ ହଟାଇଦେଇଛି ଜାତିସଂଘ । ଏହି ଲିଷ୍ଟରେ ହେରୋଇନ ଭଳି ମାରାତ୍ମକ ନିଶାଦ୍ରବ୍ୟ ସାମିଲ ରହିଛି । ଜାତିସଂଘର ଏହି ଲିଷ୍ଟରେ ଏହି ସମସ୍ତ ଡ୍ରଗ୍ସକୁ ତାଲିକାଭୁକ୍ତ କରାଯାଇଥାଏ, ଯେଉଁଗୁଡିକ ଅତ୍ୟନ୍ତ ଆଡିକ୍ଟିଭ ଓ ସ୍ବାସ୍ଥ୍ୟପାଇଁ କ୍ଷତିକାରକ । ଏଥିରେ ଔଷଧିୟ ଲାଭ ପ୍ରାୟତଃ ନଥିବା କହିଲେ ଚଳେ । ତେବେ ବର୍ତ୍ତମାନ ଏହି ଲିଷ୍ଟରୁ ଭାଙ୍ଗକୁ ହଟାଇଦିଆଯାଇଛି ।

Read More
{}{}