Bhitarakanika: ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆଜିଠୁ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ । ଦୀର୍ଘ ୩ ମାସ ଧରି ବନ୍ଦ ରହିବା ପରେ ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକ ଙ୍କ ମଧ୍ୟରେ ବେଶ ଉତ୍ସାହ । କୁମ୍ଭୀର ପ୍ରଜନନ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ୟ୍ଯନ୍ତ ୩ ମାସଧରି ବନ୍ଦ ରହିଥିଲା । ଆଜିଠୁ ପର୍ଯ୍ୟଟକ ଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲାଯାଇଛି । ଭିତରକନିକା ରେ ପର୍ଯ୍ୟଟକମାନେ ପ୍ରକୃତିର ମନୋରମ ଦୃଶ୍ୟ ଉପଭୋଗ କରିବା ସହିତ ଧଳା କୁମ୍ଭୀର ଗୋରୀ, ମଲ୍ଲୀ,ଶ୍ଵେତା , ଦେଶୀୟ ପକ୍ଷୀ, ନଦୀରେ ନୈବିହାର, ସଂଗ୍ରହାଳୟ ଓ ସ୍କାଏ ଓ୍ଵାକ୍ ରେ ଜଙ୍ଗଲ ଉପରେ ଚାଲିଚାଲି ଜଙ୍ଗଲ ର ସୈନ୍ଦଜ୍ୟ କୁ ଉପଭୋଗ କରିପାରିବେ ପର୍ଯ୍ୟଟକ । ଭିତରକନିକା ରେ ପ୍ରଥମଥର ୪ଟି ବ୍ୟାଟ୍ରି ଚାଳିତ ଗାଡି ପର୍ଯ୍ୟଟକଙ୍କ ମାନଙ୍କ ପାଇଁ ଚାଲିବ । ଆଜିଠୁ ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକ ଙ୍କ ସହ ଭିତରକନିକା ଉପରେ ନିର୍ଭରକରୁଥିବା ବୋଟ , ହୋଟଲ , ଟ୍ରାଭେଲ୍ ଏଜେନ୍ସି , ଛୋଟ ବ୍ୟବସାୟ , ଟିୟୁରିଷ୍ଟି ଗାଇଡ଼ ମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି ।