Home >>Odisha State

Bhubaneswar: ବାଇକ୍ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ୍ କଲା କମିଶନରେଟ ପୋଲିସ; ୫ ଗିରଫ

Bhubaneswar Bike Theft Gang Busted: ଗାଡ଼ି ଚୋରି ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ ଶନିବାର ଦିନ ସହର ସାରା ମୋଟରସାଇକେଲ ଚୋରି ଅଭିଯୋଗରେ ପାଞ୍ଚ ଜଣଙ୍କୁ ଗିରଫ କରିଛି ଏବଂ ୧୫ଟି ଚୋରି ବାଇକ୍ ଉଦ୍ଧାର କରିଛି।

Advertisement
Bhubaneswar Bike Theft Gang Busted
Bhubaneswar Bike Theft Gang Busted
Jagdish Barik|Updated: Aug 09, 2025, 10:25 PM IST
Share

Bhubaneswar Bike Theft Gang Busted: ଗାଡ଼ି ଚୋରି ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ ଶନିବାର ଦିନ ସହର ସାରା ମୋଟରସାଇକେଲ ଚୋରି ଅଭିଯୋଗରେ ପାଞ୍ଚ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ଆଶୁତୋଷ, ଜଗନ୍ନାଥ ବେହେରା, ରାଜେନ୍ଦ୍ର ବେହେରା, ପ୍ରତ୍ୟୁଷ କୁମାର ସିଂହ ଓ ରଞ୍ଜିତ କୁମାର ବେହେରା ଭାବରେ ଚିହ୍ନଟ ହୋଇଛନ୍ତି।

ପୋଲିସ ସୂଚନା ଅନୁଯାୟୀ ଦୁଇଟି ଭିନ୍ନ ଭିନ୍ନ ପୋଲିସ ଷ୍ଟେସନର ପୋଲିସ ଏହି ଅପରେସନ୍ କରିଥିଲେ। ବଡ଼ଗଡ଼ ପୋଲିସ ଷ୍ଟେସନ ୧୧ଟି ଦୁଇ ଚକିଆ ଚୋରି ଗାଡି ଉଦ୍ଧାର କରି ଚାରି ଜଣଙ୍କୁ ଗିରଫ କରିଛି। ଯେତେବେଳେ କି ଭରତପୁର ପୋଲିସ ଷ୍ଟେସନ ୪ଟି ଦୁଇ ଚକିଆ ଗାଡି ଉଦ୍ଧାର କରି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏପର୍ଯ୍ୟନ୍ତ ମୋଟ ୧୫ଟି ଚୋରି ମୋଟରସାଇକେଲ୍ ଉଦ୍ଧାର କରାଯାଇଛି।

ଭୁବନେଶ୍ୱର-କଟକ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, "ଆଜି ଆମେ ଉଦ୍ଧାର ହୋଇଥିବା ଗାଡ଼ି ଗୁଡ଼ିକର ମୂଳ ମାଲିକମାନଙ୍କୁ ଫେରାଇବା ପାଇଁ ଯୋଗାଯୋଗ କରିବୁ। ବଡ଼ଗଡ଼ ଏବଂ ଭରତପୁର ଥାନାର ଆଇଆଇସିମାନଙ୍କ ତ୍ୱରିତ ଏବଂ ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ପାଇଁ ମୁଁ ସେମାନଙ୍କର ପ୍ରୟାସକୁ ପ୍ରଶଂସା କରୁଛି ଓ ସେମାନଙ୍କୁ ସମ୍ମାନିତ କରାଯିବ।" 

ଚୋରି ରାକେଟ ସହିତ ଅତିରିକ୍ତ ଲିଙ୍କ୍ ଖୋଜିବା ପାଇଁ ଅଧିକ ତଦନ୍ତ ଚାଲିଛି।

Read More
{}{}