Home >>Odisha State

ଭୁବନେଶ୍ୱର-ପୁରୀ ଓ ବଡ଼ବିଲ-ଚଣ୍ଡିଖୋଲ ୬ଲେନ୍ ରାସ୍ତାକୁ ମଞ୍ଜୁରି

SixLen road: ପୂର୍ତ୍ତ ବିଭାଗ ପରବର୍ତ୍ତୀ ପଦକ୍ଷେପ ପାଇଁ ପ୍ରକଳ୍ପଗୁଡ଼ିକୁ ଦିଆଯାଇଥିବା ଅନୁମୋଦନ ସମ୍ପର୍କରେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଆଇଏ)କୁ ଅବଗତ କରିଛି।

Advertisement
ଭୁବନେଶ୍ୱର-ପୁରୀ ଓ ବଡ଼ବିଲ-ଚଣ୍ଡିଖୋଲ ୬ଲେନ୍ ରାସ୍ତାକୁ ମଞ୍ଜୁରି
Zee Odisha Desk|Updated: Aug 10, 2024, 10:55 AM IST
Share

ଭୁବନେଶ୍ବର: ଭୁବନେଶ୍ୱର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ ଓ ବଡ଼ବିଲ-ଚଣ୍ଡିଖୋଲ ରାସ୍ତାର ଉଭୟ ପାର୍ଶ୍ୱରେ ୬ଲେନ୍ ବିଶିଷ୍ଟ ସର୍ଭିସ୍ ରୋଡ୍ ନିର୍ମାଣ ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି। ପ୍ରକଳ୍ପଗୁଡ଼ିକ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରିବା ସହ ଆଲାଇନମେଣ୍ଟ ଏବଂ ନିୟନ୍ତ୍ରିତ ଆକ୍ସେସ୍ ସ୍ଥାନଗୁଡ଼ିକର ଚୂଡ଼ାନ୍ତ ରୂପ କରଣ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ବିସ୍ତୃତ ଉପସ୍ଥାପନା କରିବାକୁ ଏନ୍ଏଚ୍ଏଆଇକୁ ଅନୁରୋଧ କରାଯାଇଛି। 

ସରକାରୀ ସୂତ୍ରରୁ ପ୍ରକାଶ ଯେ, ପୂର୍ତ୍ତ ବିଭାଗ ପରବର୍ତ୍ତୀ ପଦକ୍ଷେପ ପାଇଁ ପ୍ରକଳ୍ପଗୁଡ଼ିକୁ ଦିଆଯାଇଥିବା ଅନୁମୋଦନ ସମ୍ପର୍କରେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଆଇଏ)କୁ ଅବଗତ କରିଛି। ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ ତଥା ସ୍ୱତନ୍ତ୍ର ସଚିବ ଲକ୍ଷ୍ମୀକାନ୍ତ ପାଢ଼ୀ ଏ ନେଇ ଏନ୍ଏଚ୍ଏଆଇ, ଓଡ଼ିଶାର ଆଞ୍ଚଳିକ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି। 

Read More
{}{}