Hindi News >>Home >>Odisha State

Naveen Patnaik: ପାଣ୍ଡିଆନଙ୍କୁ କ୍ଲିନଚିଟ, ଉତ୍ତରାଧିକାରୀକୁ ନେଇ ଏପରି କହିଲେ ନବୀନ

ରାଜ୍ୟରେ ବାତ୍ୟା ସମୟରେ ସେ ଜନସାଧାରଣଙ୍କ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। ଏହା ସହିତ ସେ ବିଭିନ୍ନ ଦାୟିତ୍ବକୁ ସୂଚାରୁ ରୂପେ ତୁଲାଇଥିବା ନବୀନ କହିଛନ୍ତି।

Advertisement
Naveen Patnaik: ପାଣ୍ଡିଆନଙ୍କୁ କ୍ଲିନଚିଟ, ଉତ୍ତରାଧିକାରୀକୁ ନେଇ ଏପରି କହିଲେ ନବୀନ
Prabhudatta Moharana|Updated: Jun 08, 2024, 02:58 PM IST
Share

Naveen Patnaik: ଭୁବନେଶ୍ୱର: ରାଜ୍ୟରେ ବିଜୁ ଜନତା ଦଳର ଲଜ୍ଜା ଜନକ ପରାଜୟ ପରେ ବିଜୁ ଜନତା ଦଳର ମଙ୍ଗୁଆଳ ତଥା ନବୀନ ପଟ୍ଟନାୟକଙ୍କର ଉତ୍ତରାଧିକାରୀ କିଏ ହେବ ସେ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏଥିରେ ଏକ ରକମର ପୂର୍ଣ୍ଣଛେଦ ପକାଇଛନ୍ତି ଖୋଦ ନବୀନ ପଟ୍ଟନାୟକ। ଦୁଇ ଖବର ସରବରାହ ସଂସ୍ଥାକୁ ସାକ୍ଷାତକାର ଦେଇ କହିଛନ୍ତି କି ତାଙ୍କର ଉତ୍ତରାଧିକାରୀ ରାଜ୍ୟବାସୀ ବାଛିବେ। ରାଜନୀତିରେ ହାରଜିତ ଲାଗି ରୁହେ ବୋଲି ଶ୍ରୀ ପଟ୍ଟନାୟକ। 

 

ନବୀନ ଆହୁରି ମଧ୍ୟ କହିଛନ୍ତି କି ଦୀର୍ଘ ଦିନ ଧରି ଓଡ଼ିଶାର ସେବା କରିବା ପାଇଁ ବିଜେଡ଼ି ସରକାରଙ୍କୁ ଓଡ଼ିଶାର ଜନସାଧାରଣ ସୁଯୋଗ ଦେଇଥିବାରୁ ମୁଁ ସେମାନଙ୍କୁ କୃତଜ୍ଞତା ଜଣାଉଛି। ପିଟିଆଇକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଲୋକଙ୍କ ସେବା କରିବାକୁ ମୋତେ ସୁଯୋଗ ଦେଇଥିବାରୁ ଓଡ଼ିଶାବାସୀ ନିକଟରେ ମୁଁ ଗଭୀର କୃତଜ୍ଞ। ଆମ ସରକାରଙ୍କ ଉପଲବ୍ଧକୁ ନେଇ ଗର୍ବିତ । ଗଣତନ୍ତ୍ରରେ ବିଜୟ କିମ୍ବା ପରାଜୟ ହୋଇଥାଏ। ଓଡ଼ିଶାର ସାଢେ ୪ କୋଟି ଜନତା ମୋ ପରିବାର ଓ ମୁଁ ସେମାନଙ୍କ ସେବା ଜାରି ରଖିବି । ଆମେ ପରାଜୟକୁ ସାଦର ସହ ଗ୍ରହଣ କରୁଛୁ।

ସେହିପରି ଭିକେ ପାଣ୍ଡିଆନକୁ ନେଇ ଲାଗି ରହିଥିବା ଚର୍ଚ୍ଚାରେ ମୁଁହ ଖୋଲିଛନ୍ତି ନବୀନ। ଭିକେ ପାଣ୍ଡିଆନଙ୍କୁ ପ୍ରଶଂସା କରି କହିଛନ୍ତି କି ଭିକେ ପାଣ୍ଡିଆନ ହେଉଛନ୍ତି ଜଣେ କର୍ତ୍ତବ୍ୟନୀଷ୍ଠ ଅଫିସର ରହିଥିଲେ। ସେ ପାଣ୍ଡିଆନ୍‌ଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି। ସେ କହିଛନ୍ତି ପାଣ୍ଡିଆନ୍ ଜଣେ କର୍ତ୍ତବ୍ୟନିଷ୍ଠ ବ୍ୟକ୍ତି। ରାଜ୍ୟରେ ବାତ୍ୟା ସମୟରେ ସେ ଜନସାଧାରଣଙ୍କ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। ଏହା ସହିତ ସେ ବିଭିନ୍ନ ଦାୟିତ୍ବକୁ ସୂଚାରୁ ରୂପେ ତୁଲାଇଥିବା ନବୀନ କହିଛନ୍ତି।

Read More
{}{}