Home >>Odisha State

RathYatra 2025: ରଥଟଣାରେ ଅହେତୁକ ବିଳମ୍ବ, ଚିନ୍ତା ବ୍ୟକ୍ତ କଲେ ନବୀନ

ଚକା ଆଖି ସବୁ ଦେଖୁଛି...

Advertisement
RathYatra 2025: ରଥଟଣାରେ ଅହେତୁକ ବିଳମ୍ବ, ଚିନ୍ତା ବ୍ୟକ୍ତ କଲେ ନବୀନ
Prabhudatta Moharana|Updated: Jun 28, 2025, 02:24 PM IST
Share

Naveen Patnaik ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥାଯାତ୍ରାରେ ଏକାଧିକ ବିଶୃଙ୍ଖଳା ଏବେ ଧିରେ ଧିରେ ସାମ୍ନାକୁ ଆସିବାରେ ଲାଗିଛି। ଭିଡ଼ ନିୟନ୍ତ୍ରଣ ହେଉ ଅବା ମହାପ୍ରଭୁଙ୍କ ରଥ ଟଣାରେ ବିଳମ୍ଭ ହେବା ଘଟଣା ଏବେ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଗତକାଲି ସନ୍ଧ୍ୟା ହେବ ପରେ ମଧ୍ୟ ନନ୍ଦିଘୋଷ ରଥ ଟଣାଯାଇଥିଲା। ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ଚିନ୍ତା ବ୍ୟକ୍ତ କରିଛନ୍ତି।

ନବୀନ ଏବେ ମୁମ୍ବାଇରେ ଚିକିତ୍ସାଧିନ ରହିଛନ୍ତି। ତେବେ ଡାକ୍ତରଖାନାରୁ ସେ ଏନେଇ ଚିନ୍ତା ବ୍ୟକ୍ତ କରିବା ସହିତ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେ ଲେଖିଛନ୍ତି କି ଗତକାଲି ନନ୍ଦିଘୋଷ ରଥ ଟାଣିବାରେ ଅତ୍ୟଧିକ ବିଳମ୍ବ ପାଇଁ ଆମେ ପ୍ରଶାସନକୁ ଆଙ୍ଗୁଳି ଦେଖାଇବାକୁ କିମ୍ବା ଦୋଷ ଦେବାକୁ ଏଠାରେ ନାହୁଁ। କିନ୍ତୁ ଆମ ରାଜ୍ୟର ସବୁଠାରୁ ପବିତ୍ର ପର୍ବ ସମୟରେ କିପରି ଏହି ଘଟଣା ଘଟିଲା ସେ ବିଷୟରେ ଆମର ଗଭୀର ଚିନ୍ତା ଏବଂ ବେଦନା ପ୍ରକାଶ ନକରିବା ଅସମ୍ଭବ।

ଗତ ବର୍ଷ ବଡ ଠାକୁର ବଳଭଦ୍ର ଖସି ପଡିବା ଘଟଣାକୁ ମନେ ପକାଇ ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଗତ ବର୍ଷ ଆଡପ ବିଜେ ପହଣ୍ଡି ସମୟରେ ପ୍ରଭୁ ବଳଭଦ୍ରଙ୍କ ପ୍ରତିମା କିପରି ଖସି ପଡ଼ିଥିଲା, ତାହା ଭୁଲିଯିବା କଷ୍ଟକର। ଏକ ମୁହୂର୍ତ୍ତ ଯାହା ଅଗଣିତ ଭକ୍ତଙ୍କୁ ସ୍ତବ୍ଧ କରିଦେଇଥିଲା। ଏବେ ଚଳିତ ବର୍ଷ ଆମେ ସିଂହଦ୍ୱାରରେ ସନ୍ଧ୍ୟା ୭ଟା ୪୫ମିନିଟ ପର୍ଯ୍ୟନ୍ତ ନନ୍ଦିଘୋଷ ରଥ ଟଣାଯାଇନଥିଲା। ସିଂହ ଦ୍ୱାର ସମ୍ମୁଖରେ ଠିଆ ହୋଇଥିବାର ଦେଖିଥିଲୁ। ମାତ୍ର କିଛି ବାଟ ଗଡି ପୁନର୍ବାର ରହିଥିଲା ନନ୍ଦିଘୋଷ ରଥ।  ଏହା ବୁଝିହେବ ଯେ ଏହି ଅନନ୍ୟ ଘଟଣା ଦେଖିବା ପାଇଁ ସାରା ବିଶ୍ୱରୁ ଆସିଥିବା ଲକ୍ଷ ଲକ୍ଷ ଭକ୍ତଙ୍କୁ ସମ୍ପୂର୍ଣ୍ଣ ଭାବରେ ହତାଶ ଏବଂ ନିରାଶ କରିଛି। ଦୁର୍ବଳ ଭିଡ଼ ପରିଚାଳନା ଯୋଗୁଁ ଶହ ଶହ ଭକ୍ତ ଆହତ ମଧ୍ୟ ହୋଇଥିବା ନେଇ ସେ ଉଲ୍ଲେଖ କରିଛନ୍ତି।

ସେ ଆହୁରି ମଧ୍ୟ ଲେଖିଛନ୍ତି କି ଏଭଳି କ୍ଷେତ୍ରରେ ଆମେ କେବଳ ପ୍ରାର୍ଥନା କରିପାରିବା। "ଏହି ବର୍ଷ ଏହି ଦିବ୍ୟ ପର୍ବକୁ ଛାଇ ଦେଇଥିବା ଭୟଙ୍କର ଅବ୍ୟବସ୍ଥା ପାଇଁ ଦାୟୀ ସମସ୍ତଙ୍କୁ ମହାପ୍ରଭୂ ଜଗନ୍ନାଥ କ୍ଷମା କରନ୍ତୁ। ମୁଁ ଆଶା କରୁଛି ଏହା ସରକାରଙ୍କ ସମସ୍ତ ସଦସ୍ୟଙ୍କୁ ଗଭୀର ଆତ୍ମନିରୀକ୍ଷଣ କରିବାକୁ ପ୍ରେରଣା ଦେବ ଲେଖିଛନ୍ତି।

Read More
{}{}