Hindi News >>Home >>Odisha State

BJD Protest: ଆଜି କଲେଜରେ ପାଠପଢା ହେବ ବ୍ୟାହତ, କ୍ୟାମ୍ପସ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି

ଭୁବନେଶ୍ୱର: ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ଏବେ ରାଜ୍ୟରେ ତୁମ୍ବିତୋଫାନ ଲାଗି ରହିଛି। ଆଜି ବିରୋଧି ବିଜୁ ଜନତା ଦଳ ୮ ଘଣ୍ଟିଆ ବାଲେଶ୍ୱର ବନ୍ଦ ଡକରା ଦେଇଥିବା ବେଳେ ଆସନ୍ତା କାଲି କଂଗ୍ରେସ ଓଡ଼ିଶା ବନ୍ଦ ଡକରା ଦେଇଛି। ଏହି କ୍ରମରେ ବିଜୁ ଛାତ୍ର ଜନତା ଦଳ ସବୁ କଲେଜ କ୍ୟାମ୍ପସରେ ଆନ୍ଦୋଳନକୁ ଓହ୍ଲାଇବ। ଫଳରେ ବିଜେଡି ପକ୍ଷରୁ ର

Advertisement
BJD Protest: ଆଜି କଲେଜରେ ପାଠପଢା ହେବ ବ୍ୟାହତ, କ୍ୟାମ୍ପସ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି
Prabhudatta Moharana|Updated: Jul 16, 2025, 08:16 AM IST
Share

BJD Protest: ଭୁବନେଶ୍ୱର: ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ଏବେ ରାଜ୍ୟରେ ତୁମ୍ବିତୋଫାନ ଲାଗି ରହିଛି। ଆଜି ବିରୋଧି ବିଜୁ ଜନତା ଦଳ ୮ ଘଣ୍ଟିଆ ବାଲେଶ୍ୱର ବନ୍ଦ ଡକରା ଦେଇଥିବା ବେଳେ ଆସନ୍ତା କାଲି କଂଗ୍ରେସ ଓଡ଼ିଶା ବନ୍ଦ ଡକରା ଦେଇଛି। ଏହି କ୍ରମରେ ବିଜୁ ଛାତ୍ର ଜନତା ଦଳ ସବୁ କଲେଜ କ୍ୟାମ୍ପସରେ ଆନ୍ଦୋଳନକୁ ଓହ୍ଲାଇବ। ଫଳରେ ବିଜେଡି ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଆରମ୍ଭ ହୋଇଛି। ଆଜି ସାରା ରାଜ୍ୟର ସବୁ କଲେଜ କ୍ୟାମ୍ପସ୍‌ରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପ୍ରତିବାଦ ଓ ବିକ୍ଷୋଭ କରିଛି। ଆନ୍ଦୋଳନକାରୀମାନେ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବା ସହ ଉଭୟଙ୍କ ଇସ୍ତଫା ଏବଂ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି।  ଛାତ୍ରୀଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ କ୍ୟାମ୍ପସ୍‌ରେ ଆ ଆନ୍ଦୋଳନ ଜାରି ରହିବ ବୋଲି ଦଳ ପକ୍ଷରୁ ଚେତାବ ରୁ ଚେତାବନୀ ଦିଆଯାଇଛି।

ସେହିପରି ଭୁବନେଶ୍ଵରରେ ମଧ୍ୟ ଦଳ ପକ୍ଷରୁ ଲୋକସେବା ଭବନ ଘେରାଉ କରାଯିବ। ଦୁଇଟି ଯାକ କାର୍ଯ୍ୟକ୍ରମକୁ ପ୍ରଭାବୀ କରିବା ପାଇଁ ଦଳ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇଛି। ଭୁବନେଶ୍ଵରରେ ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ସଞ୍ଜୟ କୁମାର ଦାସବର୍ମା, ପ୍ରତାପ ଜେନା କହିଥିଲେ, ପୀଡ଼ିତା ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଜଣାଇ ତାଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ ମଧ୍ୟ ରାଜ୍ୟ ସରକାର ଅଣଦେଖା କରିବାରୁ ଏପରି ଅଭାବନୀୟ ଘଟଣା ଘଟିଲା ବୋଲି ଯୁକ୍ତି କରିଛି। 

ସେପଟେ ଗତକାଲି ମଙ୍ଗଳବାର ଶଙ୍ଖ ଭବନରେ ବିଜୁ ଯୁବ ଜନତା ଓ ଛାତ୍ର ଜନତା ପକ୍ଷରୁ ଆୟୋଜିତ ଆଉ ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ବ୍ୟୋମକେଶ ରାୟ ଓ ଦେବୀ ରଞ୍ଜନ ତ୍ରିପାଠୀ, ଧୃତି ମାର୍ଥା ଓ ଇପ୍‌ସିତା ସାହୁ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ପୁଲିସ ପର୍ଯ୍ୟନ୍ତ କେହି ବି ସୌମ୍ୟାଶ୍ରୀଙ୍କ ଗୁହାରି ଶୁଣିଲେନି| ଗୋଟେ ଝିଅର ନିର୍ଯାତନାକୁ ଅଣଦେଖା କରି ଉତ୍ସବ ମନାଇବାରେ ବ୍ୟସ୍ତ ରହିଲେ ସରକାର। ମୃତ୍ୟୁ ପରେ ପୁଲିସ ମାଧ୍ୟମରେ ମରଶରୀରକୁ ରାତିଅଧିଆ ପୁରୀ ନେଇ ଦାହ କରିବାକୁ ସରକାର ଯୋଜନା କରିଥିଲେ । ସୌମ୍ୟାଶ୍ରୀଙ୍କ ପରିବାର ଏବଂ ଯୁବ ଓ ଛାତ୍ର ବିଜେଡିର ତୀବ୍ର ପ୍ରତିବାଦ ଫଳରେ ସରକାର ବାଧ୍ୟ ହୋଇ ତାଙ୍କ ନିଜ ଗାଁ ପଳାଶିଆକୁ ମରଶରୀର ନେଇଥିଲେ। ସୌମ୍ୟାଶ୍ରୀ ଏବିଭିପିର ଜଣେ କର୍ମକର୍ତ୍ତା ଭାବେ କାର୍ଯ୍ୟ କରୁଥିଲେ, କିନ୍ତୁ ସେହି ସଂଗଠନର ଚକ୍ରାନ୍ତ ଲାଗି ତାଙ୍କୁ ଆତ୍ମାହୁତି ଦେବାକୁ ପଡ଼ିଲା। ଏହାର ତଦନ୍ତ ଦାୟିତ୍ଵ ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କୁ ଦିଆଯାଉ। ଏହା ସହ ଛାତ୍ରୀଙ୍କ ପରିବାରକୁ ୨ କୋଟି ଟଙ୍କାର କ୍ଷତିପୂରଣ ଦେବାକୁ ସେମାନେ ଦାବି କରିଥିଲେ ।

Read More
{}{}